Home Remedy- ଏସିଡିଟି, ବିଭିନ୍ନ ପ୍ରକାର ପେଟ ସମସ୍ଯା, ଛାତି ପୋଡିବା ଦୂର କରିବାର ୧୦୦% ଘରୋଇ ଉପାୟ

ବର୍ତ୍ତମାନ ସମୟରେ ସମସ୍ତେ କୌଣସି ନା କୌଣସି ରୋଗରେ ନିଶ୍ଚିତ ପୀଡିତ ଅଛନ୍ତି । ଖାସ କରି ପେଟ ରୋଗ ଦ୍ଵାରା ସମସ୍ତେ ପୀଡିତ ଥାନ୍ତି । ଏହା ଦ୍ଵାରା ମନୁଷ୍ୟ ବିଭିନ୍ନ ରୋଗର ସମସ୍ୟାର ସମ୍ମୁଖୀନ ବି ହୋଇଥାଏ । ଯେପରି କି ଗ୍ୟାସ, ବଦହଜମି, ଆମ୍ବିଳା ହେକୁଟି, ଛାତି ଜ୍ଵଳନ ଇତ୍ୟାଦି ରୋଗ ହୋଇଥାଏ । ଏହାର ମୁଖ୍ୟ କାରଣ ଖାଦ୍ୟ ସଠିକ ସମୟରେ  ନଖାଇବା, ଜଙ୍କ ଫୁଡ ଅଧିକ ଖାଇବା, ଅଧିକ ମସଲା ବାଲା ଖାଦ୍ୟ ଖାଇବା ଯୋଗୁ ଏହି ସବୁ ଖାଦ୍ୟ ସଠିକ ଭାବରେ ହଜମ ହୋଇ ନ ଥାଏ ତ ଶରୀରକୁ ସଠିକ ଭାବେ ନିୟୁଟ୍ରିସନ ମିଳି ନ ଥାଏ ।

ଯାହା ଫଳରେ କି ବ୍ୟକ୍ତି ବିଭିନ୍ନ ପ୍ରକାର ରୋଗରେ ଘେରିଯାଏ । ଏଥିରୁ ରକ୍ଷା ପାଇବା ପାଇଁ ଆମେ ଆପଣଙ୍କୁ କିଛି ଉପାୟ ବିଷୟରେ ଜଣାଉଛୁ । ଆପଣ ପ୍ରଥମେ ୧୦ – ୧୨ଟି ପୋଦିନା ପତ୍ରକୁ ହେମଦସ୍ତାରେ ପେଶୀ ସେଥିରେ ଅଧ ଚାମଚ ଲେମ୍ବୁ ରସ ମିଶାଇ ଗୋଟିଏ ଗ୍ଳାସ ପାଣିରେ ମିଶାନ୍ତୁ ।

ବର୍ତ୍ତମାନ ଏହି ପାଣିକୁ ସକାଳେ ଖାଲି ପେଟରେ ପିଇ ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କର ପେଟର ସବୁ ରୋଗ ଯଥା ଗ୍ୟାସ, ବଦହଜମ, ଆମ୍ବିଳା ହେକୁଟି ଆସିବା ଆଦି ରୋଗରୁ ମୁକ୍ତି ମିଳିଯିବ । ଏହି ଉପାୟକୁ ଆପଣଙ୍କୁ ଗୋଟିଏ ମାସ ଲଗାତର କରିବାକୁ ପଡିବ । ଦ୍ଵିତୀୟ ଉପାୟଟି  ହେଲା ଗୋଟିଏ ତମ୍ବାପତ୍ରରେ ପାଣି ଭରି ରାତିସାରା ରଖନ୍ତୁ । ସକାଳେ ଏହି ପାଣିରେ ଏକ ମୁଠା ପୋଦିନା ପତ୍ରକୁ ପେଶୀ ଓ କିଛି ଜୀରାକୁ ସାମାନ୍ୟ ଭାଜି ତାକୁ ଗୁଣ୍ଡ କରନ୍ତୁ ।

ପୂର୍ବରୁ ନେଇ ଥିବା ପାଣିରେ ଗୋଟିଏ ଚାମଚ ପେସା ହୋଇଥିବା ପୋଦିନା, ଦୁଇ ଚୁଟୁକି ଜୀରା ଗୁଣ୍ଡ, ଗୋଟିଏ ଫାଳ ଲେମ୍ବୁ ଓ ତ୍ରିଫଳା ଚୁରନ ଗୋଟିଏ ଚାମଚ ମିଶାଇ ଏହାକୁ ରାତିରେ ଶୋଇବା ପୂର୍ବରୁ ସେବନ କରନ୍ତୁ । ଏହାକୁ ଆପଣଙ୍କୁ ସପ୍ତାହକୁ ତିନି ଦିନ ଓ ତିନି ମାସ ପର୍ଯ୍ୟନ୍ତ ସେବନ କରନ୍ତୁ । ଏହା ଦ୍ଵାରା ଆପଣଙ୍କ ଆମ୍ବିଳା ହେକୁଟି, ମୋଟା ପଣ, ଗ୍ୟାସ ଆଦିରୁ ମୁକ୍ତି ମିଳିଥାଏ । ଧ୍ୟାନ ରଖନ୍ତୁ ଏହି ଉପାୟକୁ ଆପଣ ଜର, ଥଣ୍ଡା ସମୟରେ କରନ୍ତୁ ନାହିଁ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।