ଏହାର କେବଳ ୧ ଚାମଚ ଖାଇ ନିଅନ୍ତୁ, କ୍ୟାଲସିୟମ ର ଅଭାବ ହେବ ନାହିଁ, ଆଣ୍ଠୁ ଗଣ୍ଠି ବିନ୍ଧା, ଅଣ୍ଟା ବିନ୍ଧା ସବୁ ଦିନ ପାଇଁ ଭୁଲିଯିବେ

ବେଳେବେଳେ କୌଣସି କାରଣ ବିନା ଆମ ମାଂସପେଶୀ ଓ ହାଡରେ ଅସହ୍ୟ ଯନ୍ତ୍ରଣା ଅନୁଭବ ହୋଇଥାଏ । ଆମେ ସେହି ସ୍ଥାନରେ କୌଣସି ଲୋଶନ ବା ସ୍ପ୍ରେ ଲଗାଇ ତାକୁ ଠିକ କରିବାକୁ ଚେଷ୍ଟା କରିଥାଉ । ଏହା ଦ୍ଵାରା କିଛି ସମୟ ପାଇଁ ଆରମ ମିଳିଥାଏ ସତ, କିନ୍ତୁ ପରେ ଆଉ ଥରେ ସେହି ଯନ୍ତ୍ରଣା ଭୋଗିବାକୁ ପଡେ ।

ତେବେ ଏହା ଆପଣଙ୍କ ଶରୀରରେ କ୍ୟାଲସିୟମର ଅଭାବ ଯୋଗୁଁ ହେଉ ଥାଇ ପାରେ । ଆମ ଶରୀର ପାଇଁ କ୍ୟାଲସିୟମ ଏକ ଗୁରୁତ୍ୱପୂର୍ଣ୍ଣ ଖଣିଜ ଅଟେ । ଆମ ଦାନ୍ତ ଓ ହାଡରେ ୯୯ ପ୍ରତିଶତ କ୍ୟାଲସିୟମ ରହିଛି । ଶରୀରରେ କ୍ୟାଲସିୟମର ଅଭାବ ହେଲେ ହାଡ ଦୁର୍ବଳ ହୋଇଯାଏ ଓ ଭାଙ୍ଗିଯିବାର ମଧ୍ୟ ଅଧିକ ସମ୍ଭାବନା ଥାଏ । ତେବେ ଆପଣ ଘରୋଇ ସାମଗ୍ରୀ ବ୍ୟବହାର କରି କିପରି ନିଜ ଶରୀରରେ କ୍ୟାଲସିୟମ ସ୍ତର ବଢାଇ ପାରିବେ ସେହି ବିଷୟରେ ଆମେ ଆପଣଙ୍କୁ ଜଣାଇବୁ ।

ଏହି ଘରୋଇ ଉପଚାରରେ ଆପଣଙ୍କ ଶରୀରକୁ କୌଣସି କ୍ଷତି ପହଞ୍ଚି ନ ଥାଏ ଏବଂ ଔଷଧ ଠାରୁ ମଧ୍ୟ ଏହା ଆପଣଙ୍କ ଶରୀର ପାଇଁ ଖୁବ ଉପଯୋଗୀ ହୋଇଥାଏ । ଏହାକୁ କେବଳ ଅଳ୍ପ କିଛି ଦିନ ସେବନ କରି ଆପଣ ଶରୀରରେ କ୍ୟାଲସିୟମ ସ୍ତର ବୃଦ୍ଧି କରି ପାରିବେ । ଶରୀରରେ କ୍ୟାଲସିୟମ ସ୍ତରକୁ ବଢାଇବା ପାଇଁ ଧଳା ରାଶି ବା ତିଳ ଖୁବ ଭଲ ଘରୋଇ ଉପଚାର ଅଟେ । ଗୋଟିଏ ଚାମୁଚ ରାଶିରେ ପ୍ରାୟ ୮୮ ମିଲିଗ୍ରାମ କ୍ୟାଲସିୟମ ଉପଲବ୍ଧ ଥାଏ ।

ଉପଚାର ପ୍ରସ୍ତୁତ କରିବା ପାଇଁ ତିନିରୁ ଚାରି ଚାମୁଚ ରାଶିକୁ ଭଲ ଭାବେ ଭାଜି ଦିଅନ୍ତୁ ଓ ତା ପରେ ଏହାକୁ ଭଲ ଭାବେ ଗ୍ରାଇଣ୍ଡରରେ ଗୁଣ୍ଡ କରି ନିଅନ୍ତୁ । ଏହାକୁ ଆପଣ ସୁପ ବା ସାଲଡରେ ମିଶାଇ ମଧ୍ୟ ଖାଇ ପାରିବେ । ଏବେ ଏକ ଗ୍ଳାସ ଉଷୁମ କ୍ଷୀର ନେଇ ସେଥିରେ ଏକ ଚାମୁଚ ଏହି ରାଶି ଗୁଣ୍ଡକୁ ପକାଇ ଭଲ ଭାବେ ମିଶାନ୍ତୁ । କ୍ଷୀର ମଧ୍ୟ କ୍ୟାଲସିୟମର ଏକ ଉତ୍ତମ ସ୍ରୋତ । ଏହି ମିଶ୍ରଣକୁ ଆପଣଙ୍କୁ ଦିନରେ ତିନି ଥର ଲେଖାଏଁ ସେବନ କରିବାକୁ ହେବ ।

କେବଳ ୧୫ ଦିନ ପର୍ଯ୍ୟନ୍ତ ଏହିପରି ସେବନ କଲେ କ୍ୟାଲସିୟମ ଅଭାବ ସଂପୂର୍ଣ୍ଣ ଭାବେ ଦୂର ହୋଇଯିବ । ଆଉ ଗୋଟିଏ ଉପଚାର ମଧ୍ୟ ଆପଣ ଚାହିଁଲେ କରି ପାରିବେ । ଏଥିପାଇଁ ଏକ ଗ୍ଳାସ ପାଣିକୁଆ ଭଲ ଭାବେ ଗରମ କରି ସେଥିରେ ଏକ ଚାମୁଚ ଜୀରା ଓ ଏକ ଇଞ୍ଚ ଆଡକୁ କାଟି ପକାନ୍ତୁ ଓ ଏହାକୁ ଭଲ ଭାବେ ଫୁଟାନ୍ତୁ । ତା ପରେ ଏହାକୁ ଏକ ଗ୍ଳାସରେ ଛାଣି ନିଅନ୍ତୁ । ସେଥିରେ ଆପଣ ଏକ ଚାମୁଚ ମହୁ ମଧ୍ୟ ମିଶାଇ ପାରିବେ । ଏହି ମିଶ୍ରଣକୁ ଆପଣ ଦିନରେ ଦୁଇ ଥର ପିଇ ପାରିବେ ।

ଏହା ଦ୍ଵାରା ମଧ୍ୟ ଆପଣଙ୍କ କ୍ୟାଲସିୟମ ଅଭାବ ଦୂର ହୋଇଯିବ । ଏହା ଛଡା ଦହିରେ ମଧ୍ୟ ପ୍ରଚୁର ପରିମାଣରେ କ୍ୟାଲସିୟମ ଥାଏ । ଆପଣ ପ୍ରତିଦିନ ଏକ କପ ଦହି ସେବନ କରନ୍ତୁ । ଏହା ସହ ରାଗୀ, କମଳା ଲେମ୍ବୁ ଓ ଅଅଁଳା ସେବନ କଲେ ମଧ୍ୟ ଭରପୁର ମାତ୍ରାରେ କ୍ୟାଲସିୟମ ପାଇ ପାରିବେ । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।