Jyotish Shastra- ହୋଲିରେ ଏହି 7 ଟି ରାଶିରେ ବନୁଛି ରାଜଯୋଗ, ସୁନା ଠାରୁ ବି ଅଧିକ ଚମକିବ ଏମାନଙ୍କ ଭାଗ୍ୟ

ହିନ୍ଦୁ ଶାସ୍ତ୍ର ଅନୁସାରେ ପ୍ରତେକ ବର୍ଷ ଫାଲ୍ଗୁନ ମାସ ପୁର୍ନିମାରେ ହୋଲି ଉସବ ପାଳନ କରାଯାଏ । ଏହି ବର୍ଷ 29ମାର୍ଚରେ ହୋଲି ପାଳନ କାରାଯିବ ।ହୋଲିର ପର୍ବ ରଙ୍ଗର ପର୍ବ ହୋଇଥାଏ । ହୋଲିରେ ରଙ୍ଗର ଖେଳ ହୋଇଥାଏ । ଏହି ଦିନ ସବୁ ଲୋକ ପରସ୍ପର ସହ ହୋଲି ଖେଳି ଆନନ୍ଦିତ ହୋଇଥାନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ହୋଲି ଦିନ ଶନି ଓ ଗୁରୁ ଗ୍ରହ ମକର ରାଶିରେ, ଶୁକ୍ର ଓ ସୂର୍ଯ୍ୟ ଦେବ ମୀନ ରାଶିରେ, ମଙ୍ଗଳ ଓ ରାହୁ ବୃଷ ରାଶିରେ, ବୁଦ୍ଧଦେବ କୁମ୍ଭ ରାଶିରେ, କେତୁ ବିଛା ରାଶିରେ ବିରାଜମାନ ହୋଇଥାନ୍ତି । ଏହି ଦିନ କେଉଁ ରାଶି ଉପରେ କଣ କଣ ପ୍ରଭାବ ପଡିବ ଆସନ୍ତୁ ଜାଣିବା । ଆସନ୍ତୁ ଜାଣିବା ହୋଲିରେ ଗ୍ରହମାନଙ୍କର ସଂଯୋଗ ଯୋଗୁ କେଉଁ ରାଶିର ଭଲ ଲାଭ ହେବ

ମେଷ ରାଶି : ଏହି ରାଶିର ଲୋକମାନଙ୍କର ହୋଲିରେ ଗ୍ରହମାନଙ୍କର ସଂଯୋଗ ଯୋଗୁ ଶୁଭ ଫଳ ମିଳିବ । ରୋଜଗାରରେ ଭଲ ଲାଭ ମିଳିବ । ପାରିବାରିକ ଜୀବନରେ ସୁଖ ଶାନ୍ତି ପ୍ରାପ୍ତ ହେବ । ଆପଣ ନିଜ ମଧୁର କଥାରେ ଲୋକମାନଙ୍କୁ ପ୍ରଭାବିତ କରିପାରିବେ । ଆପଣଙ୍କ ବ୍ୟକ୍ତିତ୍ବର ବିକାଶ ଘଟିବ । ଆପଣଙ୍କ ଭାଗ୍ୟ ଆପଣଙ୍କର ପୁରା ସାଥ ଦେବ ।

ବୃଷ ରାଶି : ଏହି ରାଶିର ଲୋକମାନଙ୍କୁ ଧନ ସମ୍ଭଧୀୟ କାର୍ଯ୍ୟରେ ଅଧିକ ସଫଳତା ମିଳିବାର ସମ୍ଭାବନା ରହିଛି । କର୍ମ କ୍ଷେତ୍ରରେ ଶୁଭ ସମାଚାର ମିଳିବା ଦ୍ଵାରା ଆପଣଙ୍କୁ ଲାଭ ମିଳିବ । ସାମାଜିକ ଜୀବନରେ ମାନ ସମାନ ବଢିବ । କରଜ ଦେଇଥିବା ପଇସାକୁ ପାଇପାରିବେ । ବେପାରରେ ଭଲ ଲାଭ ମିଳିବ । ଭବିଷ୍ୟତରେ ସଫଳତା ମିଳିବ ।

ମିଥୁନ ରାଶି : ଏହି ରାଶିର ଲୋକମାନଙ୍କୁ ହୋଲିରେ ସାଂସାରିକ ଜୀବନର ସୁଖ ପ୍ରାପ୍ତି ହେବ । କର୍ମ କ୍ଷେତ୍ରରେ ସଫଳତା ମିଳିବ । ଯେଉଁମାନେ ଚାକିରି ଖୋଜୁଥିବେ ସେମାନଙ୍କୁ ଖୁସି ଖବର ମିଳିପାରେ । ଆପଣଙ୍କ ଭାଗ୍ୟ ଆପଣଙ୍କ ସାଥ ଦେବା ସହ ଧନ ଲାଭର ଯୋଗ ରହିଛି ।

ସିଂହ ରାଶି : ଏହି ରାଶିର ଲୋକମାନଙ୍କୁ ଶୁଭ ସମ୍ବାଦ ମିଳିପାରେ । ଆର୍ଥିକ ସ୍ଥିତିରେ ସଫଳତା ମିଳିବ । ଆତ୍ମବିଶ୍ଵାସର ବିକାଶ ହେବ । କୌଣସି ଜରୁରୀ କାମରେ ସାଙ୍ଗମାନଙ୍କର ସହଯୋଗ ମିଳିବ । ବେପାର ପାଇଁ ଦୂର ସ୍ଥାନକୁ ଯାତ୍ରା କରିବେ ।ପ୍ରଭାବଶାଳି ଲୋକଙ୍କ ସହ ଭଲ ସମ୍ପର୍କ ରହିବ ।

କନ୍ୟା ରାଶି : ଏହି ରାଶିର ଲୋକମାନଙ୍କୁ ଶୁଭ ସଙ୍କେତ ମିଳିପାରେ । ପରିବାର ଲୋକଙ୍କ ସହ ଭଲ ସମୟ କାଟିବ ।ଦାଂପତ୍ୟ ଜୀବନରେ ଚାଲିଥିବା ସମସ୍ୟାର ସମାଧାନ ହେବ । କୋଣସି ମହିଳାଙ୍କ ଠାରୁ ଆପଣଙ୍କୁ ଲାଭ ମିଳିପାରେ ।

ତୁଳା ରାଶି : ଏହି ରାଶିର ଲୋକମାନଙ୍କର ପାରିବାରିକ ଜୀବନଟି ଭଲରେ କଟିବ । ନୂଆ ଲୋକଙ୍କ ସହ ବନ୍ଧୁତା ହୋଇପାରେ । ବିଦ୍ୟାର୍ଥୀମାନଙ୍କୁ ନିଜ ଜୀବନରେ ସଫଳତା ମିଳିପାରେ । ବେପାରରେ ଚାଲିଥିବା ସମସ୍ୟାର ସମାଧାନ ହେବ ।

କୁମ୍ଭ ରାଶି : ଏହି ରାଶିର ଲୋକମାନଙ୍କୁ ସବୁ କ୍ଷେତ୍ରରେ ଭଲ ଲାଭ ମିଳିବ । ମାନସିକ ଚିନ୍ତରୁ ଦୂରେଇ ରହିବେ । ନିଜ କଥା ମାଧ୍ୟମରେ ଅନ୍ୟମାନଙ୍କୁ ପ୍ରଭାବିତ କରିପାରିବେ । ସନ୍ତାନ ସୁଖ ପ୍ରାପ୍ତ ହେବ । ଚାକିରି ଓ ବେପାରରେ ଭଲ ଲାଭ ମିଳିପାରେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।