ଏହି ହିରୋଇନଙ୍କୁ ଯେତେବେଳେ କୁହାଗଲା କି ୫ ଜଣ ପ୍ରଡ୍ୟୁସରଙ୍କ ସହ ବୁଝାମଣା କରିବା ପାଇଁ, ଦେଲେ ଏମିତି ଜବାବ ଯାହା…

ଫିଲ୍ମି ଦୁନିଆ ବାହାରୁ ଯେତେ ଚମକିଥାଏ ତାହା ପଛର ଦୁନିଆ ବହୁତ କଳା ହୋଇଥାଏ । କୌଣସି ଅଭିନେତା ହେଉ କିମ୍ବା ଅଭିନେତ୍ରୀ ଯଦି ଫିଲ୍ମ ନିର୍ମାତାମାନଙ୍କ ସହିତ ବୁଝାମଣା କରିନିଏ ତେବେ ତାହାର ଜୀବନ ବଦଳି ଯାଏ । କିନ୍ତୁ ଯଦି ଏହିଭଳି ନ ହୁଏ ତେବେ ଫିଲ୍ମରେ ସଫଳତା ମିଳିବା ବହୁତ କଷ୍ଟ ହୋଇଯାଏ । କାରଣ ଯେତେବେଳେ ଫିଲ୍ମ ହିଁ ମିଳିବ ନାହିଁ ତେବେ ନାଁ କେମିତି ହେବ ।

କହିବାକୁ ଗଲେ କାସ୍ଟିଂଗ କାଉଚ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠୁ କଳା ସତ ଅଟେ । ଯାହା ଉପରେ କେହି ବି କଥା ହେବାପାଇଁ ଚାହାନ୍ତି ନାହିଁ ।

କାରଣ ଯିଏ ବି ଏହା ଉପରେ କିଛି କହିଥାଏ ତା’ର ଖରାପ ଦିନ ଆରମ୍ଭ ହୋଇଯାଏ । ପ୍ରଥମେ କେତେକ ଅଭିନେତ୍ରୀ ଏହିଭଳି କହିଛନ୍ତି କିନ୍ତୁ କିଛି ସମୟ ପରେ ଏହାକୁ ସମସ୍ତେ ଭୁଲି ଯାଆନ୍ତି ।

କିନ୍ତୁ ସାଉଥର ଜଣାଶୁଣା ଅଭିନେତ୍ରୀ ଶ୍ରୁତି ହରିହରନ ଏହା ଉପରେ ଖୋଲିକରି କଥାବାର୍ତ୍ତା କରିଛନ୍ତି । କାରଣ ସେ ନିଜେ ଏହାର ଶିକାର ହେଉ ହେଉ ବଞ୍ଚି ଯାଇଛନ୍ତି । ‘ଇଣ୍ଡିଆ ଟୁଡେ କଙ୍କ୍ଲେଭ ସାଉଥ ୨୦୧୮’ରେ ‘ସେକ୍ସିଜ୍ମ ଇନ ସିନେମା ଟାଇମ ଟୂ ଏଂଡ ପେଟ୍ରୀଆର୍କୀ’ ମୁଦ୍ଦା ଉପରେ ହେଉଥିବା କଥାବାର୍ତ୍ତାରେ ସାଉଥ ପ୍ରସିଦ୍ଧ ଅଭିନେତ୍ରୀ ଶ୍ରୁତି ହରିହରନ ବହୁତ କଥା ବିଷୟରେ କହିଥିଲେ ।

ତାଙ୍କର କହିବା ଅଟେ କି, ମୁଁ କାସ୍ଟିଂଗ କାଉଚ ସାମନା କରିଛି । ଏକ କନ୍ନଡ଼ ଫିଲ୍ମ ପାଇଁ ମୁଁ କାସ୍ଟିଂଗ ହୋଇଥିଲି ଓ ସେଠି ଜଣେ ପ୍ରୋଡ୍ୟୁସର ଫିଲ୍ମରେ ନେବା ପାଇଁ ମୋତେ କହିଲେ କି ଫିଲ୍ମର ୫ ଜଣ ପ୍ରୋଡ୍ୟୁସର ଅଛନ୍ତି ଓ ସେ କୌଣସି ବି ପ୍ରକାରରେ ମୋର ବ୍ୟବହାର କରି ପାରିବେ । ଏହି କଥାବାର୍ତ୍ତାକୁ ଶୁଣିବା ମାତ୍ରେ ହିଁ ଶ୍ରୁତି କାନ୍ଦି କାନ୍ଦି ବାହାରକୁ ଆସିଲେ ଓ ନିଜର କୋରିୟୋଗ୍ରାଫରକୁ ଏହି ସମସ୍ତ କଥା ବିଷୟରେ କହିଲି ।

ତେବେ ସେ କହିଲେ କି ଯଦି ତୁମେ ଏହି ସବୁ ସହି ପାରିବ ନାହିଁ ତେବେ ଏହି ଲାଇନକୁ ଛାଡି ଦିଅ ଓ ଶ୍ରୁତି ଠିକ ସେହିଭଳି କରିଲେ ଓ ସେହି ଫିଲ୍ମକୁ ଛାଡି ଦେଇଥିଲେ ଓ ସେତେବେଳେ ତାଙ୍କର ବୟସ ମାତ୍ର ୧୮ ବର୍ଷ ଥିଲା ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।