ହାଇ ଲେଭେଲ ମିଟିଂ ରେ ପିଏମ ମୋଦୀ ବାୟୁସେନାକୁ କହିଲେ- ଅର୍ଡର ମିଳିବା ମାତ୍ରେ 2 ମିନିଟ ରେ ଆକ୍ରମଣ ପାଇଁ ପ୍ରସ୍ତୁତ ରୁହ, ହାଇ ଆଲର୍ଟ ରେ ଦେଶର ଏହି ସବୁ ଏୟାରପୋର୍ଟ

ଭାରତ ଦ୍ଵାରା କରାଯାଇଥିବା ପାକିସ୍ଥାନ ରେ ଏୟାର ଷ୍ଟ୍ରାଇକ ପରେ ଦୁଇ ଦେଶ ଭିତରେ ଯୁଦ୍ଧର ପରିସ୍ଥିତି ସୃଷ୍ଟି ହୋଇଛି । ପାକିସ୍ଥାନୀ ସେନା ଦାବା କରିଛି କି ସେ ଭାରତ ର ଦୁଇ ବିମାନ କୁ ଟାର୍ଗେଟ କରିଛି । ଯେଉଁଠି କି ପାକିସ୍ଥାନ ର ଏହି ସାହାସ ପାଇଁ ଭାରତ ଜବରଦସ୍ତ ଜବାବ ଦେଇଛି । ଭାରତୀୟ ସେନାରେ ପଶିଥିବା ପାକିସ୍ଥାନୀ ବିମାନ କୁ ଭାରତ ଧ୍ଵଂସ କରିଛି ।

ମୋଦୀ ସରକାର ଦେଲେ ଆଦେଶ

ଭାରତୀୟ ବାୟୁସେନାକୁ ସରକାର 2 ମିନିଟ ଆଲର୍ଟ ରେ ରଖିଛନ୍ତି । ସରକାର ପକ୍ଷରୁ ଆକ୍ରମଣର ଆଦେଶ ମିଳିବା ମାତ୍ରେ 2 ମିନିଟ ରେ ପାକିସ୍ଥାନ ରେ ଭାରତୀୟ ବାୟୁସେନା ଧ୍ଵଂସଲୀଳା ଆରମ୍ଭ କରିଦେବ ।

ଏହି ସବୁ ଏୟାରପୋର୍ଟ କୁ ଆଲର୍ଟରେ ରଖା ଯାଇଛି

ପରିସ୍ଥିତି କୁ ଦୃଷ୍ଟିରେ ରଖି ଲେହ, ଜାମ୍ମୁ, ଶ୍ରୀନଗର ଓ ପଠାନକୋର୍ଟ ର ଏୟାରପୋର୍ଟ କୁ ହାଇ ଆଲର୍ଟ ରେ ରଖା ଯାଇଛି । ଏଠାରୁ ଯିବାର ଥିବା ସବୁ ଫ୍ଲାଇଟ କୁ ବନ୍ଦ କରା ଯାଇଛି ।

ଭାରତୀୟ ବାୟୁସୀମାରେ ପଶିଲେ ପାକିସ୍ଥାନୀ ବିମାନ

ପାକିସ୍ଥାନୀ ବିମାନ ଭାରତୀୟ ବାୟୁସୀମାର ଉଲ୍ଲଂଘନ କରିଛି । ଜାମ୍ମୁ କାଶ୍ମୀର ର ରାଜୋରି ଜିଲ୍ଲାରେ ନୌଶେରା ସେକ୍ଟର ରେ ଏହି ବିମାନ ପଶି ଆସିଥିଲେ । କିନ୍ତୁ ଭାରତର କଡା ଜବାବ ପରେ ଏହି ବିମାନ ପାକିସ୍ଥାନ ଅଧିକୃତ କାଶ୍ମୀରକୁ ପଳାଇଛି ।

ଭାରତୀୟ ବିମାନପତ୍ତନ ପ୍ରାଧିକରଣ (ଏଏଆଇ) ର ଜଣେ ଅଧିକାରୀ କହିଲେ, “ଆପାତ ସ୍ଥିତି କୁ ଧ୍ୟାନରେ ରଖି ବ୍ୟବସାୟିକ ବିମାନ ଗୁଡିକର ଯାତାୟାତ କୁ ଅସ୍ଥାୟୀ ରୂପରେ ବନ୍ଦ କରା ଯାଇଛି ।“ ଅଧିକାରୀ ଜଣଙ୍କ ଆପାତ ସ୍ଥିତି ର ପ୍ରକୃତି ବିଷୟରେ କିଛି କହି ନାହାଁନ୍ତି ସତ କିନ୍ତୁ ବୁଧବାର ସକାଳେ ବଡଗାମ ଜିଲ୍ଲାରେ ଭାରତୀୟ ବାୟୁସେନାର ବିମାନ ଦୁର୍ଘଟଣାଗ୍ରସ୍ଥ ହୋଇଯିବା ଓ ପାକିସ୍ଥାନୀ ଜେଟ ଦ୍ଵାରା ବୁଧବାରକୁ ଜାମ୍ମୁ କାଶ୍ମୀର ର ପୁଞ୍ଛ ଓ ନୌଶେରା ସେକ୍ଟର ରେ ଭାରତୀୟ ବାୟୁସିମା ର ଉଲ୍ଲଂଘନ କରାଯାଇଥିବା କୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆ ଯାଇଛି ।

ଶେୟାର କରି ଅନ୍ୟମାନଙ୍କୁ ଜଣାନ୍ତୁ ଓ ଆଗକୁ ଅପଡେଟ ସବୁ ପାଇବା ପାଇଁ ଓଡିଆ ଫାଷ୍ଟ କୁ ଲାଇକ କରନ୍ତୁ ।