Health Tips- 3 ଦିନ କ୍ଷୀରରେ ଫୁଟାଇ ପିଦିଅନ୍ତୁ, 100 ବର୍ଷ ପର୍ଯ୍ୟନ୍ତ ହାଡ କମଜୋରି, ଅନିଦ୍ରା, ଥକା ପଣ, ଆଣ୍ଠୁ ଗଣ୍ଠି ବିନ୍ଧା କେବେବି ହେବ ନାହିଁ

ମନୁଷ୍ୟକୁ ସମୟ ବା ବୟସ ଅନୁସାରେ ବିଭିର୍ଣ୍ଣ ପ୍ରକାରର ରୋଗ ସମସ୍ୟା ହୋଇଥାଏ । ବୟସ ବୃଦ୍ଧି ହେବା ସହ ରୋଗ ର କଷ୍ଟ ଅଧିକ ହୋଇଥାଏ । ସାଧାରଣ ଭାବରେ ବୟବୃଦ୍ଧ ଙ୍କୁ ଦୁର୍ବଳତା ସମସ୍ଯା, ହାଡ ସମସ୍ୟା, ନିଦ୍ରା ହୀନତା, ଥକା ପଣ ଆଦି ରୋଗ ବହୁଳ ମାତ୍ରା ରେ ହୋଇଥାଏ । ଆଜିକାଲି ଏହା ଏକ ସାଧାରଣ କଥା ହୋଇଗଲାଣି । କିନ୍ତୁ ଏହି ପରି ରୋଗରୁ ଅତିସହଜରେ ରକ୍ଷା ପାଇହେବ ।

ଆଜି ଆମେ ଆପଣମାନଙ୍କୁ ଏପରି ଏକ ଉପାୟ ବିଷୟରେ କହିବୁ ଯାହା ଦ୍ଵାରା କି ଏହି ସବୁ ରୋଗରୁ ଅତି ସହଜରେ ମୁକ୍ତି ପାଇ ହେବ । ପ୍ରଥମେ ଏହି ଉପାୟ କରିବାକୁ ହେଲେ ପ୍ରଥମେ ଆପଣ ନେବେ ମଖାନା, ଏଥିରେ ପ୍ରଚୁର ମାତ୍ରାରେ କ୍ୟାଲସିୟମ, ଜିଙ୍କ, କପର ଓ ମ୍ୟାଗ୍ନେସିୟମ ମିଳିଥାଏ ।

ଏଥିରୁ ଚୁଟି ଝଡିବା ସମସ୍ୟା ଦୂର ହୋଇଥାଏ । ମଖାନାରେ ଏଣ୍ଟି ଏଜିଙ୍ଗ ତତ୍ଵ ମିଳିଥାଏ ଯାହାଦ୍ବାରା କି ଆମକୁ ଅତି ସହଜରେ ବୃଦ୍ଧ ଅବସ୍ଥା ଆସେ ନାହିଁ । ମଖାନା ଖାଇବା ଦ୍ଵାରା ଗଣ୍ଠି ବାତ ସମସ୍ୟା ଦୂର ହୋଇଥାଏ । ଆଣ୍ଠୁ ଗଣ୍ଠି ବିନ୍ଧା ଭଲ ହୋଇଥାଏ । ସୁଗାର ବି ନିୟନ୍ତ୍ରଣ ହୋଇଥାଏ ଓ ନିଦ୍ରା ହୀନତା ଦୂର ହୋଇଥାଏ । ଦ୍ଵିତୀୟ ଜିନିଷଟି ହେଲା ପୋସ୍ତ । ଦୁଇ ଚାମଚ ପୋସ୍ତ ନିଅନ୍ତୁ । ଏହି ପୋସ୍ତରେ କ୍ୟାଲସିୟମ, ମ୍ୟାଗ୍ନେସିୟମ ପ୍ରଚୁର ମାତ୍ରାରେ ଥାଏ । ଏଥିରେ ଓମେଗା ୩ ଫେଟି ଏସିଡ ମଧ୍ୟ ଥାଏ ।

ଏହା ପରେ କ୍ଷୀରକୁ ମିଠା କରିବା ପାଇଁ ମିଶ୍ରି ନିଅନ୍ତୁ । ଏହାଦ୍ଵାରା ହିମୋଗ୍ଲୋବିନ ବୃଦ୍ଧି ହୋଇଥାଏ ଓ ହାତ ଗୋଡ ଜ୍ଵଳନରୁ ମୁକ୍ତି ମିଳିଥାଏ । ସାଧାରଣ ଭାବରେ ଦେଶୀ ମିଶ୍ରି ନିଅନ୍ତୁ । ମିଶ୍ରି ଶରୀରକୁ ଥଣ୍ଡା ମଧ୍ୟ ରଖିଥାଏ । ଏହି ମିଶ୍ରି କୁ ଗୁଣ୍ଡ କରିଦିଅନ୍ତୁ । ଆସନ୍ତୁ ଜାଣିବା ଏହି ଉପାୟଟିକୁ କିପରି କରିବେ । ପ୍ରଥମେ ଆପଣ ପ୍ରଥମେ ଗୋଟିଏ ପାତ୍ର ଗରମ କରି ସେଥିରେ କିଛି ଘିଅ ପକାଇଦିଅନ୍ତୁ । ଏହା ପରେ ଏଥିରେ ପୋସ୍ତ ପାକାଇ ଭଲ ଭାବରେ ଭାଜି ନିଅନ୍ତୁ ।

ଏହା ପରେ ଏଥିରେ ଗୋଟିଏ ଗ୍ଳାସ କ୍ଷୀର ଦେଇ ଫୁଟାନ୍ତୁ ଓ ଏହାପରେ କିଛି ମଖାନା ପକାଇ ଭଲ ଭାବରେ ଗୋଳାଇଦିଅନ୍ତୁ । ଏହାକୁ ପ୍ରସ୍ତୁତ କରିସାରି ଗରମ ଗରମ ରାତି ସମୟରେ ସେବନ କରିବା ଦ୍ଵାରା ଭଲ ନିଦ ହୋଇଥାଏ । ଏହା ଦ୍ଵାରା ନିଦ୍ରାହୀନତା ଦୂର ହୋଇଥାଏ । ଏହି ମିଶ୍ରଙ୍କୁ ଆପଣ ୧୦ ଦିନ ସେବନ କରନ୍ତୁ । ଏହା ଦ୍ଵାରା ଆପଣଙ୍କର ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ହୋଇଥାଏ । ଥଣ୍ଡା କାସ ହୋଇ ନଥାଏ । ହୃଦ ରୋଗ ମଧ୍ୟ ଭଲ ହୋଇଥାଏ ।

ଡାଇବେଟିସ ରୋଗରୁ ବି ଭଲ ହୋଇଥାଏ । ପେଟ ସମସ୍ୟାରୁ ବି ମୁକ୍ତି ମିଳିଥାଏ । ଏହି ଉପାୟଟି ବା ଏହି ମିଶ୍ରଣକୁ ସେବନ କରିବା ଦ୍ଵାରା ଆପଣକ ହାଡ ମଜବୁତ ହୋଇଥାଏ ଓ ଶୀଘ୍ର ବୃଦ୍ଧ ଅବସ୍ଥା ଆସେ ନାହିଁ । ଆପଣଙ୍କ ଚେହେରାରେ ସୁନ୍ଦରତା ଆସେ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।