Health Tips- ପିଲା ବୁଢା ସମସ୍ତଙ୍କର ଥଣ୍ଡା, କାଶ, ଛିଙ୍କ, କଫ ଗୋଟେ ଦିନରେ ହେଇଯିବ ଠିକ, ବାସ କରିବାକୁ ହେବ ଏହି ସହଜ କାମ

ଶୀତଦିନ ମାନଙ୍କରେ ଥଣ୍ଡା, କାଶ, ଛିଙ୍କ, କଫ ଏବଂ ଜ୍ଵର ଭଳି ସମସ୍ୟା ସମସ୍ତଙ୍କୁ ହେବାକୁ ଲାଗେ । ପିଲାଙ୍କ ଠୁ ଆରମ୍ଭ କରି ବଡଲୋକ ପର୍ଯ୍ୟନ୍ତ ସମସ୍ତେ ଏଥିରେ ପୀଡିତ ହୋଇଥାନ୍ତି । କିଛି ଲୋକଙ୍କୁ ପୁରା ଶୀତଦିନ ସାରା ଏହି ରୋଗ ଲାଗିରହିଥାଏ । ବାରମ୍ବାର ବାହାର ର ଔଷଧ ସେବନ କରିବା ଦ୍ଵାରା ଆମ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ । ଆମ ରୋଷେଇ ଘରେ କିଛି ଏପରି ଜିନିଷ ଅଛି ଯାହାକୁ ଠିକ ଭାବରେ ବ୍ୟବହାର କରିବା ଦ୍ଵାରା ଥଣ୍ଡା, କାଶ ଆଦି ରୁ ଶୀଘ୍ର ମୁକ୍ତି ମିଳିପାରିବ । ତେବେ ଆଜି ଆମେ ଆପଣଂକୁ ଯେଉଁ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ତାହାର ପ୍ରୟୋଗ ଦ୍ୱାରା ଆପଣ ଥଣ୍ଡା, କାଶ ଏବଂ କଫ ଭଳି ସମସ୍ୟା ରୁ ତୁରନ୍ତ ମୁକ୍ତି ପାଇ ପାରିବେ ।

ଥଣ୍ଡା ଜର ଏହି ସିଜନ୍ ରେ ହବା ବହୁତ୍ ସ୍ଵାଭାବିକ କଥା ଅଟେ କାହିଁକିନା କେତେବେଳେ ଥଣ୍ଡା ବଢିଯାଉଛି ଆଉ କେତେବେଳେ ଥଣ୍ଡା ପୁରା କମି ଯାଉଛି । ତେବେ ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହା ବହୁତ କମ ଲୋକ ଜାଣିଛନ୍ତି ଓ ଏହାର ବ୍ୟବହାର କରିବା ପରେ ଆପଣଙ୍କୁ ୧୦୦ % ଲାଭ ପ୍ରାପ୍ତି ହବ । ଆପଣଙ୍କୁ ଦୁଇ ଚାମଚ ଜୁଆଣି ନବାର ଅଛି ତା ପରେ ଆପଣଙ୍କୁ, ୭ ନଚେତ୍ ୮ ଟି ଲବଙ୍ଗ ନଵାର ଅଛି ।

ତେବେ ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ ଲବଙ୍ଗ ଆମ ସ୍ବାସ୍ଥ୍ୟ ପାଈଁ ବହୁତ୍ ଲାଭକାରୀ ହୋଇଥାଏ । ଯେଉଁ ବ୍ୟକ୍ତି ପ୍ରତିଦିନ କେବଳ ଦୁଇଟି ଲବଙ୍ଗ ସେବନ କରିଥାଏ ତାକୁ କେବେ ଜର ଥଣ୍ଡା ଭଳି ଭାଇରଲ ଅସୁବିଧା ହୋଇନଥାଏ । ତେବେ ଜୁଆଣି ରେ ୮ ଟି ଲବଙ୍ଗ ପକାନ୍ତୁ ଓ ସେଥିରେ ୪ ଟି ଗୋଲ ମରିଚ ପକାନ୍ତୁ ଏହି ମିଶ୍ରଣ କୁ ଆପଣ ମାନେ ହାଲ୍କା ନିଆରେ ତାଵା ନଚେତ୍ କଢ଼େଇରେ ଭାଜି ଦିଅନ୍ତୁ । ଏହି ମିଶ୍ରଣକୁ ଗ୍ରାଇଣ୍ଡରରେ ଗ୍ରାଇଣ୍ଡ କରନ୍ତୁ ଏହା ପରେ ଆପଣ ସେହି ମିଶ୍ରଣକୁ ମହୁ ସହ ମିଶାଇ ସେବନ କରନ୍ତୁ ।

ଆପଣଙ୍କୁ ପାଉଡର ଗୋଟେ ଚାମଚ ନବାକୁ ହବ ଓ ମହୁ ଗୋଟେ ଚାମଚ ମିଶାଇ ଦିଅନ୍ତୁ । ମନେ ରଖିବେ ପାଣି ମିସେଇବେ ନାହିଁ ଓ ଏହି ମିଶ୍ରଣ ଖାଇବା ପରେ ପାଣି ସେବନ କରନ୍ତୁ ନାହିଁ । ଛୋଟ ଛୁଆଙ୍କୁ ଆଙ୍ଗୁଳିରେ ଚଟେଇ ଦିଅନ୍ତି ଏହା ଛୁଆଙ୍କ ପାଇଁ ମଧ୍ୟ ଲାଭକାରୀ ଅଟେ । ଆପଣଙ୍କୁ ଏହି ମିଶ୍ରଣ ଅଳପ ମାତ୍ରାରେ ସେବନ କରିବା ଉଚିତ୍ ଓ ମନେ ରଖନ୍ତୁ ସବୁଦିନ ଏହାକୁ ସେବନ କରନ୍ତୁ ଦେଖିବେ ଗୋଟେ ସପ୍ତାହରେ ଆପଣଙ୍କୁ ଫରକ୍ ଜଣା ପଡ଼ିବ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।