Health Tips- ଗୋଟେ ଚାମଚ ଦୁଧ ସହିତ ଖାଆନ୍ତୁ ଏହି ଜିନଷ, 90 ବର୍ଷ ଯାଏ ହେବ ନାହିଁ ଏଇ ସବୁ ରୋଗ

କହିବାକୁ ଗଲେ ଆଜିକାଲିର ଜୀବନଶୈଳୀରେ ଆମ ମଧ୍ୟରେ କେହି ବି ସଠିକ ସମୟରେ ନା ହିଁ ନିଜର ଭୋଜନ କରୁଛନ୍ତି, ନା ହିଁ ନିଜର ନିଦ ପୁରା କରୁଛନ୍ତି, ନା ହିଁ ବ୍ୟାୟମ କରୁଛନ୍ତି । ଏହି ସବୁ କାରଣରୁ ଆମର ଶରୀରକୁ ବିଭିନ୍ନ ରୋଗ ଗୁଡିକ ଘେରିବାକୁ ଲାଗିଥାଏ । ଶରୀରକୁ ଦରକାର ଥିବା ଭିଟାମିନ ଗୁଡିକ ଆମ ଶରୀରକୁ ମିଳେ ନାହିଁ । ଏହି କାରଣରୁ ଆମକୁ କମ୍ଜୋରି ଲାଗିଥାଏ । ଏହା ସହିତ ବୟସ ବଢିବା ସହିତ ଆମର ଗଣ୍ଠି ବ୍ୟଥା, ହାତ ବ୍ୟଥା ଭଳିନାନା ସମସ୍ୟା ବି ସାମ୍ନାକୁ ଆସିଯାଏ ।

ଯଦି ଆପଣ ଅଣ୍ଟା ବ୍ୟଥା, ଗଣ୍ଠି ବ୍ୟଥା, ଗୋଇଠି ବ୍ୟଥା, ଆଣ୍ଠୁ ବ୍ୟଥା ଓ ଶାରୀରିକ କମ୍ଜୋରି ରକ୍ତ ହୀନତା ଭଳି ସମସ୍ୟା ମଧ୍ୟ ଦେଇ ଗତି କରୁଛନ୍ତି ତେବେ ଆଜି ଆମେ ଆପଣଙ୍କୁ ଏହି ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏକ ସରଳ ଓ ସହଜ ଉପାୟ ନେଇ ଆସିଛୁ ।

ଏହି ଉପାୟକୁ କରିବାକୁ ପାଇଁ ଆପଣଙ୍କୁ ୫୦ ଗ୍ରାମ ମଖାନା, ୧୦୦ ଗ୍ରାମ ଧଳା ରାସୀ, ୧୦୦ ଗ୍ରାମ ପାନମଧୁରୀ, ୫୦ ଗ୍ରାମ ଅଖରୋଟ ଓ ୫୦ ଗ୍ରାମ ଭଜା ବାଦାମ ନିଅନ୍ତୁ । ପ୍ରଥମେ ଆପଣ ଧଳା ରାସୀ ଓ ପାନମଧୁରୀକୁ ତାୱାରେ ବିନା ତେଲ ଓ ଘିଅରେ ଅଳ୍ପ ଭାଜି ନିଅନ୍ତୁ । କାରଣ ଭଜା ହୋଇ ସାରିବା ପରେ ଏହାର ସ୍ଵାଦ ଭଲ ଲାଗିଥାଏ । ଏହା ପରେ ଆପଣ ମଖାନା, ଅଖରୋଡ, ବାଦାମ, ଭଜା ହୋଇଥିବା ଧଳା ରାସୀ ଓ ପାନମଧୁରୀକୁ ଏକତ୍ରିତ ଗ୍ରାଇଡିଙ୍ଗ କରି ଦିଅନ୍ତୁ ।

ଏହା ପରେ ଆପଣ ଏହି ପାଉଡରକୁ ସବୁଦିନ କ୍ଷୀର ସହିତ ସେବନ କରନ୍ତୁ । ସେବନ କରିବା ପୂର୍ବରୁ ଆପଣ ଏକ ଗ୍ଳାସ ଅଳ୍ପ ଗରମ ଥିବା କ୍ଷୀରରେ ୧.୫ ରୁ ୨ ଚାମଚ ପାଉଡର ମିଶ୍ରଣ କରି ସେବନ କରି ନିଅନ୍ତୁ । ଏହା ଛଡା ଏହାକୁ ମିଠା କରିବା ପାଇଁ ଆପଣ ଏଥିରେ ମିଶିରି ବି ମିଶ୍ରଣ କରି ପାରିବେ । ଏଥିରେ ଚିନି ପକାଇ ସେବନ କରନ୍ତୁ ନାହିଁ ।

କାରଣ ଚିନି ଶରୀର ପାଇଁ ବହୁତ କ୍ଷତିକାରକ ଅଟେ । ଯଦି ଆପଣ ପିଲାମାନଙ୍କୁ ଦେଉଛନ୍ତି ତେବେ ଏକ ଚାମଚ ପାଉଡର ବ୍ୟବହାର କରନ୍ତୁ ଓ ବୟସ୍କ ଲୋକମାନଙ୍କୁ ଦେଉଛନ୍ତି ତ ଦୁଇ ଚାମଚ ବ୍ୟବହାର କରନ୍ତୁ । ଏହାକୁ କ୍ଷୀର ସହ ମିଶ୍ରଣ କରି ଶୋଇବାର ଏକ ଘଣ୍ଟା ପୂର୍ବରୁ ସେବନ କରି ନିଅନ୍ତୁ । ଏହାର ସେବନ କରିବା ଦ୍ଵାରା ଆପଣଙ୍କୁ ନିଦ ଭଲ ଆସିବ ।

ଏହା ପରେ ଯେତେବେଳେ ଆପଣ ସକାଳେ ଉଠିବେ ତେବେ ଆପଣଙ୍କୁ ବହୁତ ସତେଜ ଅନୁଭବ ହେବ । ଏହା ଛଡା ଯଦି ଆପଣଙ୍କ ଶରୀରର ଅଙ୍ଗ ଗୁଡିକ ବ୍ୟଥା କରୁଛି ତେବେ ସେହି ସ୍ଥାନକୁ ସେହି ମିଶ୍ରଣ ଓ ସୋରିଷ ତେଲ ଦ୍ଵାରା ମାଲିସ କରନ୍ତୁ ତେବେ ଏହା ଦ୍ଵାରା ଆପଣଙ୍କୁ ଆରାମ ଲାଗିବ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।