Health Tips- ଡାଏବେଟିସ୍ (ମଧୁମେହ) କାହିଁକି ହୁଏ ? ଜାଣନ୍ତୁ ଏଥିରୁ କିପରି ଦୂରେଇ ରହିବେ ? Dr Alok Kanungo

ଡାଇବେଟିସ ବା ମଧୁମେହ ରୋଗ ମନୀଷ ଶରୀରର ଚିର ଦିନିଆ ସାଥି ହୋଇଗଲାଣି । ବର୍ତ୍ତମାନ ସମୟରେ ପ୍ରତି ୧୦୦ ଜଣଙ୍କ ମଧ୍ୟରୁ ୨୦ ରୁ ୨୫ ଜଣଙ୍କୁ ଡାଇବେଟିସ ହେବାର ଦେଖିବାକୁ ମିଳୁଛି । ଡାଇବେଟିସ ରୋଗର ମୁଖ୍ୟ କାରଣ ହେଉଛି ଏହା ବଂଶଗତ ଅଟେ ।

ପରିବାରର କୌଣସି ସଦସ୍ୟଙ୍କୁ ଡାଇବେଟିସ ଥିଲେ, ଏହା ଅନ୍ୟ ସଦସ୍ୟଙ୍କୁ ମଧ୍ୟ ଆଶଙ୍କା ଅଧିକ ଥାଏ । ଅନେକ ସମୟରେ ପିଲାଙ୍କ ଠାରେ ଓ ଗର୍ଭବତୀ ମହିଳାଙ୍କ ଠାରେ ମଧ୍ୟ ଡାଇବେଟିସ ଦେଖିବାକୁ ମିଳେ । ପିଲାଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ ହେବା ଦ୍ଵାରା ଡାଇବେଟିସ ଦେଖାଯାଏ, ଯାହାକୁ ଟାଇପ-୧ ଡାଇବେଟିସ କୁହାଯାଏ । ଗର୍ଭବତୀ ମହିଳାଙ୍କ ଶରୀରରେ ବିଭିନ୍ନ ପ୍ରକାର ହରମୋନ ପରିବର୍ତ୍ତନ ଦ୍ଵାରା ପ୍ରଥମ ଥର ଯେଉଁ ଡାଇବେଟିସ ଦେଖାଯାଏ ତାକୁ ଗର୍ଭାବସ୍ଥା ଡାଇବେଟିସ ବୋଲି କୁହାଯାଏ ।

ଡାଇବେଟିସ ଅନେକ ରୋଗକୁ ଆମନ୍ତ୍ରଣ କରିଥାଏ । ତେବେ ଆସନରୁ ଜାଣିବା ବିଶିଷ୍ଟ ମଧୁମେହ ରୋଗ ବିଶେଷଜ୍ଞ ଡାକ୍ତର ଆଲୋକ କାନୁନଗୋ ଏହି ରୋଗର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ କଣ କୁହନ୍ତି ତାହା ଜାଣିବା । ଡାଇବେଟିସ ଯୋଗୁଁ ଉଚ୍ଚ ରକ୍ତଚାପ, ହୃଦଘାତ ଭଳି ରୋଗ ମଧ୍ୟ ହୋଇଥାଏ । ତେବେ ଡାଇବେଟିସକୁ ସଂପୂର୍ଣ୍ଣ ଭାବେ ଭଲ କରି ନ ହେଲେ ମଧ୍ୟ ଏହାକୁ ନିୟନ୍ତ୍ରଣରେ ରଖି ବିଭିନ୍ନ ଦୂରାରୋଗ୍ୟରୁ ରକ୍ଷା ପାଇ ହେବ ।

ଆମ ଶରୀରରେ ଥିବା ଅଗ୍ନାଶୟରୁ ଇନସୁଲିନ ନାମକ ହରମୋନ ଝରେ, ଯାହା ଆମ ଖାଦ୍ଯରେ ଥିବା ଶର୍କରାକୁ ଜୀବକୋଷ ମଧ୍ୟରେ ପ୍ରବେଶ କରିବାକୁ ଦିଏ ଓ ସେଠାରେ ଥିବା ଏନଜାଇମ ଏହି ଶର୍କରାକୁ ଭାଙ୍ଗି କାର୍ବନ ଡାଇଅକ୍ସାଇଡ କିମ୍ବା ପାଣିରେ ପରିଣତ କରି ଦିଏ । କାର୍ବନ ଡାଇଅକ୍ସାଇଡ ଆମ ନିଃଶ୍ଵାସ ବାଟେ ଓ ପାଣି ମୂତ୍ର ଆକାରରେ ବାହାରି ଯାଏ । କିନ୍ତୁ ଯେଉଁମାନଙ୍କ ଶରୀରରେ ଏହି ଇନସୁଲିନ ଠିକ ଭାବେ ଝାରେ ନାହିଁ ସେମାନଙ୍କ ଖାଦ୍ଯରେ ଥିବା ଶର୍କରା ଜୀବକୋଷରେ ପ୍ରବେଶ ନ କରି ପାରି ରକ୍ତରେ ଭାସେ ।

ଯାହା ଫଳରେ ଆମ ରକ୍ତରେ ଶର୍କରାର ମାତ୍ର ବୃଦ୍ଧି ପାଏ ଓ ଆମେ ଏହାକୁ ଡାଇବେଟିସ କହୁ । ଅଧିକ ଦୁର୍ବଳ ଲାଗିବା, ଅଧିକ ଭୋକ ଓ ଶୋଷ ହେବା, ହଠାତ ଝଡିଯିବା, ବାରମ୍ବାର ପରିସ୍ରା ଲାଗିବା, ଦେହରେ କୌଣସି ଖଣ୍ଡିଆ ହୋଇଥିଲେ ଶୁଖିବାକୁ ଡେରି ହେବା, ପରିସ୍ରା ଦ୍ଵାର କୁଣ୍ଡାଇ ହେବା, ଜାଲି ଭଳି ଦେଖାଯିବା ଆଦି ଡାଇବେଟିସ ରୋଗର ଲକ୍ଷଣ ହୋଇପାରେ । ଏହା ସହ ଗୋଡ, ହାତ ପାଦ ଆଦି ଝିମଝିମ ହେବା ଭଳି ସ୍ନାୟବିକ ଦୁର୍ବଳତା ମଧ୍ୟ ଦେଖାଯାଏ । ଗମ୍ଭୀର ଲକ୍ଷଣ ଗୁଡିକ ମଧ୍ୟରେ ହାର୍ଟ ଆଟାକ ଷ୍ଟ୍ରୋକ ଆଦି ମଧ୍ୟ ରହିଛି ।

ତେବେ ଡାଇବେଟିସ ହେଲେ ଡରିବାର କିଛି ନାହିଁ ଏଥିପାଇଁ କେବଳ ଖାଦ୍ଯରେ ସଂଯମତା ଆବଶ୍ୟକ । ବିଶେଷ କରି ଶ୍ଵେତସାର ଜାତୀୟ ଖାଦ୍ଯ କମ ପରିମାଣରେ ଖାଇବା ଉଚିତ । ଏହା ସହ ଡାକ୍ତରଙ୍କ ପରାମର୍ଶ ନେଇ ନିୟମିତ ଔଷଧ ସେବନ ମଧ୍ୟ ଆବଶ୍ୟକ ରହିଛି । ଏହା ସହ ଶାରୀରିକ ପରିଶ୍ରମ ତଥା ବ୍ୟାୟମ, ଯୋଗ ପ୍ରାଣାୟମ ଆଦି କରିବା ଆବଶ୍ୟକ ରହିଛି । ଡାଇବେଟିସକୁ ଭଲ ଭାବେ ବୁଝି ପାରିଲେ ଓ ଯତ୍ନ ନେଲେ ଏହା ଆପଣଙ୍କୁ ବିଶେଷ କ୍ଷତି କରିବ ନାହିଁ । ଆମ ପୋଷ୍ଟ ଆପଣଙ୍କୁ କିପରି ଲାଗିଲା କମେଣ୍ଟ କରି ଜଣାଇବେ ଜଣାଇବେ ଓ ଲାଇକ ଏବଂ ସେୟାର ମଧ୍ୟ କରିବେ ।