Health tips: ଜୀବନରେ କେବେ ମଧ୍ୟ ହେବ ନାହିଁ ଦାନ୍ତ ବ୍ୟଥା, ଅଣ୍ଟା ଓ ଶରୀର ବ୍ୟଥା, ଝଡିବ ନାହିଁ ବାଳ, ଗାୟବ ହେଇଯିବ ଯାଦୁ, କାଛୁ, କୁଣ୍ଡିଆ, କେବଳ କରନ୍ତୁ ଏହି ଉପାୟ

ଆମ ଦେଶ ଭାରତ ବିଭିନ୍ନ ପ୍ରକାର ବନସ୍ପତି ଓ ଜଡିବୁଟିର ଖଜାନା ଅଟେ । ଆପଣ ନିମପତ୍ର ସେବନ କରିବାର ଅନେକ ଫାଇଦା ବିଷୟରେ ଶୁଣିଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ବାଗଭଟ୍ଟ ଋଷିଙ୍କ ଦ୍ଵାରା ଲିଖିତ ଆୟୁର୍ବେଦିକ ଗ୍ରନ୍ଥ ଅଷ୍ଟାଙ୍ଗ ହୃଦୟମ ଅନୁସାରେ ଏହାର ସଠିକ ଉପଯୋଗୀତା ବିଷୟରେ କହିବୁ । ନିମପତ୍ରକୁ ବିଶେଷ କରି ହଳଦୀ ସହ ସେବନ କଲେ ଏହା ଆପଣଙ୍କ ଦାନ୍ତ ପାଇଁ, ଅଣ୍ଟା ଏବଂ ଶରୀର ବ୍ୟଥା ପାଇଁ, ଆଥ୍ରାଇଟିସ ରୋଗ ପାଇଁ, କେଶ ଝଡିବା ଓ ଯାଦୁ କାଛୁ କୁଣ୍ଡିଆ ପାଇଁ, ପୁରୁଷଙ୍କ ଆଭ୍ୟନ୍ତରୀୟ ସମସ୍ଯା ପାଇଁ ଖୁବ ଲାଭଦାୟକ ଅଟେ ।

ପ୍ରତିଦିନ ସକାଳୁ ତମ୍ବା ପାତ୍ରରେ ରଖା ଯାଇଥିବା ଏକ ପାଣି ନେଇ ହାଲୁକା ଗରମ କରି ଦିଅନ୍ତୁ । ସେଥିରେ ଏକ ଚାମୁଚ ନିମଗୁଣ୍ଡ କିମ୍ବା ୧୦-୧୨ଟି ନିମପତ୍ରକୁ ଭଲଭାବେ କୁଟି ମିଶାଇ ଦିଅନ୍ତୁ । ଏବେ ସେଥିରେ ଅଧ ଚାମୁଚ ତାଜା ହଳଦୀ ରସ କିମ୍ବା ଏକ ଚୁଟ୍କିଆ ଶୁଦ୍ଧ ହଳଦୀ ଗୁଣ୍ଡ ମିଶାଇ ଏହାକୁ ପ୍ରତିଦିନ ସକାଳୁ ସେବନ କରନ୍ତୁ । ଏହା ଆପଣଙ୍କ ଶରୀରର ଊର୍ଜା ବୃଦ୍ଧି କରେ । ଯାହାଫଳରେ ଆପଣ ସୁସ୍ଥସବଳ ରହିବେ ଓ ଏହା ଆପଣଙ୍କ ତ୍ଵଚା ମଧ୍ୟ ଉଜ୍ଜ୍ଵଳ ରଖିବାରରେ ସାହାଯ୍ୟ କରେ । ଯଦି ଆପଣଙ୍କୁ ଡାଇବେଟିସ ନାହିଁ ତେବେ ଆପଣ ଚାହିଁଲେ ଏଥିରେ ଏକ ଚାମୁଚ ମହୁ ମିଶାଇ ସେବନ କରିପାରିବେ ।

ସକାଳୁ ଉଠି ୨-୪ଟି ନିମ ପତ୍ରକୁ ଭଲ ଭାବେ ଧୋଇ, ଚୋବାଇ କରି ଖାଇବା ଦ୍ଵାରା ଏହା ଆପଣଙ୍କ ରକ୍ତ ପରିଷ୍କାର କରିବାରେ ସାହାଯ୍ୟ । ରକ୍ତ ଅପରିଷ୍କାର ରହିବା ଦ୍ଵାରା ବା ଅମ୍ଳ ଅଂଶ ବୃଦ୍ଧି ପାଇବା ଦ୍ଵାରା ରକ୍ତଚାପ, ଡାଇବେଟିସ ପରି ଅନେକ ପ୍ରକାର ରୋଗ ହୋଇଥାଏ । ଏହା ଆପଣଙ୍କ ରକ୍ତରୁ ଏସିଡିଟି କମ କରିବାରେ ଓ ଆଲକାଲାଇନ ସ୍ତର ବଢାଇବାରେ ସାହାଯ୍ୟ କରେ । ସେହିପରି ନିମକାଠିରେ ଦାନ୍ତ ଘଷିବା ଦ୍ଵାରା ଏହା ଆପଣଙ୍କ ଦାନ୍ତ ଓ ମାଢିକୁ ମଜବୁତ କରିବାରେ, ପାଟି ଦୁର୍ଗନ୍ଧମୁକ୍ତ କରିବାରେ, ଦାନ୍ତ ପୋକ କାଟିବାକୁ ରୋକିବାରେ, ଏପରିକି ପାଇରିଆ ଭଳି ସମସ୍ଯା ଦୂର କରିବାରେ ସାହାଯ୍ୟ କରେ ।

ଯଦି ଆପଣଙ୍କ ଆଥ୍ରାଇଟିସ ଯୋଗୁଁ ଶରୀରର ବିଭିନ୍ନ ଅଙ୍ଗରେ ବ୍ୟଥା ହେଉଛି ତେବେ ଅଳ୍ପ ନିମପତ୍ର ନେଇ ସେଥିରୁ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ ଶୁଖିଲା ମେଥି ସହ ମିଶାଇ ବ୍ୟଥା ହେଉଥିବା ସ୍ଥାନରେ ଏକ କପଡା ସାହାଯ୍ୟରେ ବାନ୍ଧି ଦିଅନ୍ତୁ । ଏହା ଆପଣଙ୍କ ବ୍ୟଥାକୁ ଜଡରୁ ସେଶ କରିବାରେ ସାହାଯ୍ୟ କରିବ । ଆପଣଙ୍କର କେଶ ଝଡିବା, ପତଳା ହେବା, ଚନ୍ଦାପଣ ଦେଖାଦେବା, ରୂପୀ କିମ୍ବା ଅନ୍ୟ କୌଣସି କେଶଜନିତ ସମସ୍ଯା ଥିଲେ ଅଳ୍ପ ଖଟା ଦହିରେ ଏକ ଚାମୁଚ ନିମଗୁଣ୍ଡ କିମ୍ବା ୧୦-୧୨ଟି ନିମପତ୍ର ପେଷ୍ଟ ମିଶାଇ ସପ୍ତାହରେ ଦୁଇରୁ ତିନି ଥର କେଶରେ ଲଗାନ୍ତୁ । ଦେଖିବେ କେଶଜନିତ ସମସ୍ତ ସମସ୍ଯା ଦୂର ହୋଇଯିବ ।

ଯାଦୁ, କାଛୁ, କୁଣ୍ଡିଆ ଆଦି ସମସ୍ଯା ହେଉଥିଲେ ୨୦-୨୫ଟି ନିମପତ୍ରର ପେଷ୍ଟ ବନେଇ ଏହାକୁ କାୟାକଳ୍ପ ତେଲରେ ମିଶାଇ ସେହି ସ୍ଥାନରେ ଲଗାଇଲେ ଏହି ସମସ୍ଯା ମଧ୍ୟ ଖୁବ ଶୀଘ୍ର ଭଲ ହୋଇଯିବ । ଏହି ତେଲ ଆପଣଙ୍କୁ ଯେକୌଣସି ଆୟୁର୍ବେଦ ଷ୍ଟୋରରେ ମିଳିଯିବ । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଏହାକୁ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ହେଲଥ ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।