ଯଦି କେଉଁଠି ମିଳିଯାଏ ଏହି ଘାସ ତତୁରନ୍ତ ନେଇ ଆସନ୍ତୁ, ଏହି ସବୁ ବଡ ରୋଗକୁ ମୂଳରୁ କରିଦିଏ ଭଲ

ଏହି ମୋଥା ଘାସ ଭାରତର ପ୍ରାୟ ସବୁ ସ୍ଥାନରେ ଦେଖିବାକୁ ମିଳେ । ଏହା କ୍ଷେତ ମାନଙ୍କରେ ଅଧିକ ଉଠିଥାଏ ଓ କୃଷକ ମାନେ ଏହାକୁ ଓପାଡ଼ି ଫୋପାଡି ଦିଅନ୍ତି କାରଣ ଏହା ଫସଲ ପାଇଁ ଉକୃଷ୍ଟ ନୁହେଁ । କିନ୍ତୁ ଏହାର ଅନେକ ଔଷଧୀୟ ଗୁଣ ରହିଛି ଯାହା ଆମ ଶରୀର ପାଇଁ ବହୁତ ଉପଯୋଗୀ । ପୂର୍ବକାଳ ଆୟୁର୍ବେଦ ରେ ଏହାର ପତ୍ର ଓ ମୂଳ ଉଭୟ କୁ ଅନେକ ପ୍ରକାର ରୋଗର ପ୍ରତିକାର ପାଇଁ ବ୍ୟବହାର କରାଯାଏ । ଏହାର ମୂଳ ର ଅଗ୍ରଭାଗ ଟି ଛୋଟ ଫଳ ପରି ଦେଖାଯାଏ । ଆସନ୍ତୁ ଦେଖିବା ଏହା କେଉଁ କେଉଁ ରୋଗ ପାଇଁ ଉପଯୋଗୀ ଅଟେ ।

ଯାଦୁ, କାଛୁ, କୁଣ୍ଡିଆ ଆଦି ଚର୍ମ ରୋଗ ଗୁଡ଼ିକ ପାଇଁ ଏହାର ଜଡ ଏକ ଉତ୍ତମ ଔଷଧ ଅଟେ । ଏହାର ଜଡ କୁ ଭଲ ଭାବେ ଧୋଇ, ବାଟି କରି ଏହି ପ୍ରକାର ଚର୍ମ ରୋଗ ହୋଇଥିବା ସ୍ଥାନରେ ୫ ରୁ ୬ ଦିନ ପର୍ଯ୍ୟନ୍ତ ଲଗାଇଲେ ଶୀଘ୍ର ସୁସ୍ଥ ହୋଇଯିବ । ଶରୀର ର କୌଣସି ଅଂଶ ଫୁଲିଥିଲେ କିମ୍ବା ଫଳି ଥିଲେ ସେହି ସ୍ଥାନରେ ମଧ୍ୟ ଏହି ପେଷ୍ଟ ସକାଳ ଓ ସନ୍ଧ୍ୟା ରେ ଲଗାଇଲେ ଶୀଘ୍ର ଉପଶମ ମିଳେ ।

ସେହିପରି ମୂତ୍ରାଶୟ ଜନିତ ସମସ୍ୟା ଯଥା ଜଳାପୋଡା, ଫୁଲିବା ଓ ଅନ୍ୟ କିଛି ସଂକ୍ରମଣ ହେଉଥିଲେ ମଧ୍ୟ ଏହି ଦୁବ ଘାସର ଜଡ କୁ କାଟି ଭଲ ଭାବେ ଧୋଇ ସେଥିରୁ କାଢା ପ୍ରସ୍ତୁତ କରି ପିଇଲେ ଏହି ସବୁ ସମସ୍ୟା ଭଲ ହୋଇଯିବ ।

ଯେଉଁମାନଙ୍କୁ ଭୁଲି ଯିବା ର ରୋଗ ଥାଏ କିମ୍ବା ସ୍ମରଣ ଶକ୍ତି କମ୍ ଥାଏ ସେମାନଙ୍କ ପାଇଁ ମଧ୍ୟ ଏହି ଦୁବ ଘାସ ଏକ ବରଦାନ ଅଟେ । ଏହାର ଜଡ କୁ ପେଶି ରସ ବାହାର କରି ସମାନ ମାତ୍ରା ରେ ଅଅଁଳା ରସ ତଥା ଦୁଇ ଚାମୁଚ ଦୁବ ରସ ଏବଂ ଦୁଇ ଚାମୁଚ ଅଅଁଳା ରସ କୁ ମିଶାଇ ଦିନକୁ ଦୁଇଥର ପିଇବାକୁ ଦେଲେ ଧୀରେ ଧୀରେ ସ୍ମରଣ ଶକ୍ତି ମଧ୍ୟ ବୃଦ୍ଧି ପାଇବ । ଏହାସହ ଶରୀରରେ ରକ୍ତର ଅଭାବ ଥିଲେ ଏହା ପୂର୍ଣ୍ଣ କରିବା ସହ ରକ୍ତକୁ ପରିଷ୍କାର ମଧ୍ୟ କରିବ ।

ଏହାର ମୂଳି ରେ ଥିବା ଫଳକୁ ମଧ୍ୟ ବାଟି କରି ପିଇଲେ, ଏହା ଗଣ୍ଠିବାତ, ଅନିଦ୍ରତା, ଦୁର୍ବଳତା ଆଦିକୁ ମଧ୍ୟ ଭଲ କରିବା ସହ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି କରେ ।

ମହିଳା ମାନଙ୍କ ପାଇଁ ମଧ୍ୟ ଏହା ବିଶେଷ ଉପଯୋଗୀ ଔଷଧି ଅଟେ । ଏହାର ପତ୍ରକୁ ଭଲ ଭାବେ ଧୋଇ, ବାଟି କରି ଅଧା କପ୍ ରସ କୁ ପିଇବା ଦ୍ୱାରା ଲିକୋଡିଆ ସମସ୍ୟା ୧୫ଦିନରେ ଭଲ ହୋଇ ଯାଏ । ତା ସହ ମାସିକ ଧର୍ମ ସମୟରେ ଅତ୍ୟଧିକ ରକ୍ତସ୍ରାବ ହେବା କିମ୍ବା ରକ୍ତର ଅଭାବ କୁ ମଧ୍ୟ ଏହା ଠିକ୍ କରିଥାଏ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।