ହାତରୁ ତେଲ ଢାଳି ହୋଇଗଲେ କେଉଁ ସଙ୍କେତ ମିଳିଥାଏ ? ଏହାସହ ଜାଣନ୍ତୁ ଆହୁରି 20+ ଅନୁଚିନ୍ତା

ମନୁଷ୍ୟ ଜୀବନରେ ଭଲ ମନ୍ଦ କିମ୍ବା ଶୁଭ ଅଶୁଭ ସବୁବେଳେ ଲାଗି ରହିଥାଏ, ହେଲେ ଏସବୁ ଘଟିବା ପୂର୍ବରୁ ପ୍ରକୃତିରୁ କିଛି ସଙ୍କେତ ମିଳିଥାଏ । ଘରେ ଲାଗିଥିବା ଘଣ୍ଟା ଯଦି ବାରମ୍ବାର ଖରାପ ହୁଏ କିମ୍ବା ଘଣ୍ଟାର କାଚ ଭାଙ୍ଗିଯାଏ ତେବେ ଏହା ଅଶୁଭ ହୋଇଥାଏ ଏବଂ ପରିବାର ପ୍ରତି କିଛି ବିପଦ ପଡିବାର ସଙ୍କେତ ହୋଇଥାଏ । ରୋଷେଇ ଘରେ ରଖାଯାଇଥିବା କାଚପାତ୍ର ଯଦି ଗୋଟେ ପରେ ଗୋଟେ ଭାଙ୍ଗିବାକୁ ଲାଗେ ତେବେ ଏହା ବଡ ଆର୍ଥିକ ସଙ୍କଟ ପଡିବାର ସଙ୍କେତ ହୋଇଥାଏ ।

ଯଦି ଘରେ ହେଉଥିବା ଶୁଭ କାର୍ଯ୍ୟରେ ବାରମ୍ବାର ବାଧାବିଘ୍ନ ଉପୁଜେ ତେବେ ଏହା ପରିବାର ପ୍ରତି କିଛି ବିପଦ ପଡିବାର ସଙ୍କେତ ହୋଇଥାଏ । ଯଦି ଘର ଉପରେ ଅଚାନକ ପକ୍ଷୀ କିଛି ହାଡଖଣ୍ଡ ପକାଏ ତେବେ ଏହା କିଛି ଅଶୁଭ ସମାଚାର ମିଳିବାର ସଙ୍କେତ ହୋଇଥାଏ । କ୍ଷୀର ଗରମ କରିବା ସମୟରେ ଯଦି ବାରମ୍ବାର କ୍ଷୀର ଉତୁରି ପଡେ ତେବେ ଏହା ମଧ୍ୟ ଅଶୁଭ ସଙ୍କେତ ହୋଇଥାଏ । ଯଦି ଘରର ଛାତ କିମ୍ବା କାନ୍ଥରୁ ପ୍ଲାଷ୍ଟର ଛାଡେ ତେବେ ଏହାକିଛି ଅଶୁଭ ହେବାର ସଙ୍କେତ ହୋଇଥାଏ ।

ଯଦି କୁକୁର ବିନା କାରଣରେ ଘର ସାମ୍ନାରେ ଭୋକିବାର ଦେଖନ୍ତି ତେବେ ଏହା ଘରର ସଦସ୍ୟଙ୍କ ଉପରେ ବିପତ୍ତି ପଡିବାର ସଙ୍କେତ ହୋଇଥାଏ । ଯଦି ନିଜ ପିନ୍ଧା ଲୁଗାରେ ତୁଳା ଲାଗିଥିବାର ଦେଖନ୍ତି ତେବେ ଏହା ଶୁଭ ହୋଇଥାଏ ଏବଂ ଭଲ ଖବର ମିଳିବାର ସଙ୍କେତ ଦେଇଥାଏ ।

ଚାବିଗୁଛାରେ ଯଦି ବାରମ୍ବାର କଳଙ୍କି ଲାଗେ ତେବେ ସମ୍ପର୍କୀୟଙ୍କ ଠାରୁ କିଛି ଜିନିଷ ପ୍ରାପ୍ତି ହେବାର ସୂଚନା ଦେଇଥାଏ । ଘରେ ଯଦି ଅଚାନକ ମୂଷାଙ୍କ ସଂଖ୍ୟା ବୃଦ୍ଧି ହୁଏ ତେବେ ଏହା ପରିବାର ଉପରେ କିଛି ବିପଦ ପଡିବାର ସଙ୍କେତ ହୋଇଥାଏ । ଯଦି ବହୁତ ଚେଷ୍ଟା ପରେବି କାର୍ଯ୍ୟ ସଫଳ ହୋଇପାରେ ନାହିଁ ତେବେ ଏହାକିଛି ଧନହାନି ହେବାର ସଙ୍କେତ ହୋଇଥାଏ । ଯଦି ପେଟଜନିତ ସମସ୍ଯା ଦେଖାଦିଏ ଏବଂ ମନ ଚିଡଚିଡ଼ା ଲାଗେ ତେବେ ଏହା ଆକସ୍ମିକ ଦୁର୍ଘଟଣା ହେବାର ସଙ୍କେତ ହୋଇଥାଏ ।

ଯଦି ମୁହଁରେ ଅତ୍ୟଧିକ ଲାଲ ଉତ୍ପନ୍ନ ହୁଏ ତେବେ ଆଗାମୀ ଦିନରେ ଧନହାନି ଏବଂ ଆଇନ ଜନିତ ସମସ୍ଯା ପଡିବାର ସଙ୍କେତ ହୋଇଥାଏ । ଯଦି ଧଳାରଙ୍ଗର ପ୍ରଜାପତି ଉଡୁଥିବାର ଦେଖନ୍ତି ତେବେ ଏହା ଶୁଭ ହୋଇଥାଏ ଏବଂ ଭଲ ସମୟ ଆସିବାର ସଙ୍କେତ ହୋଇଥାଏ ।

ଯଦି ଛୋଟ ବୁଢିଆଣୀ ମୁଣ୍ଡ ଉପରେ ପଡେ ତେବେ ଏହା ଶୁଭ ହୋଇଥାଏ ଏବଂ ଧନ ପ୍ରାପ୍ତିର ସଙ୍କେତ ହୋଇଥାଏ । ଯଦି କୌଣସି ପକ୍ଷୀ ଘର ଉପରେ ମରି ପଡିଥିବାର ଦେଖନ୍ତି ତେବେ କୌଣସି ପ୍ରେମ ଗୃହରେ ପ୍ରବେଶ କରିଥିବାର ସଙ୍କେତ ହୋଇଥାଏ । ଯଦି ଘରେ କଳା ପିମ୍ପୁଡି ସମୂହ ଭାବରେ ବୁଲୁଥିବାର ଦେଖନ୍ତି ତେବେ ଐଶ୍ଵର୍ଯ୍ୟ ବୃଦ୍ଧି ହେବାର ସଙ୍କେତ ହୋଇଥାଏ । ଅନ୍ଧାର ସମୟରେ ଘର ଝାଡୁ ଲଗାଇବା ଅଶୁଭ ହୋଇଥାଏ ଏବଂ ଏହା ଦାରିଦ୍ର୍ୟତା ବୃଦ୍ଧି ହେବାର ସଙ୍କେତ ଦିଏ ।

ଘରର ମୁଖ୍ୟଦ୍ଵାରରେ ଯଦି ହାତରୁ ତେଲ ଖସି ଢାଳି ହୋଇଯାଏ ତେବେ ଏହା ଘରପ୍ରତି କିଛି ବିପଦ ପଡିବାର ସଙ୍କେତ ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।