ଏହା M ନୁହେଁ ଏହାକୁ କୁହନ୍ତି “ମହା ଲକ୍ଷ୍ମୀଯୋଗ”, ଯଦି ଆପଣଙ୍କ ହାତରେ ବି ଅଛି ଏମିତି ଚିହ୍ନ ତେବେ ଜାଣନ୍ତୁ କେବେ ମିଳିବ ଆପଣଙ୍କୁ ଏହାର ପୂର୍ଣ୍ଣ ଫଳ

ଆଜି ଆମେ କହିବୁ ଜଦି ଆପଣଙ୍କ ହାତରେ ଥିବା M ଆକୃତିର ଅକ୍ଷର ବିଷୟରେ । କ’ଣ ଆପଣ ସତରେ ଭାଗ୍ୟ ଶାଳୀ ଅଟନ୍ତି ? ଏହି ସୃଷ୍ଟିରେ ଏମିତି କେହି ନାହାନ୍ତି ଯାହାକୁ ଜୀବନରେ ସମସ୍ୟାର ସାମ୍ନା କରିବାକୁ ପଡିନଥାଏ । ତେବେ କଥା ଏହା ଯେ ହାତରେ ଇଂରାଜୀ ଅକ୍ଷର M ରେଖା ହୋଇଥାଏ କଣ ପାଇଁ, ଏବଂ ଏହା ପ୍ରତ୍ୟେକ ବ୍ୟକ୍ତି ହାତରେ କଣ ପାଇଁ ବନି ନାହିଁ ? ହସ୍ତଶାସ୍ତ୍ରରେ ଏହି ବିଷୟରେ କୁହାଯାଇଛି । ହସ୍ତଶାସ୍ତ୍ର ଅନୁସାରେ ହାତର M ରେଖାକୁ ୩ ଭାଗରେ ବିଭକ୍ତ କରାଯାଇଛି ।

ଏହା ମଧ୍ୟ ସତ୍ୟ ଯେ ପ୍ରତ୍ୟେକ ବ୍ୟକ୍ତିଙ୍କ ହାତରେ M ଅକ୍ଷର ରେଖା ହୋଇ ନଥାଏ । ତେବେ ଆସନ୍ତୁ ଜାଣିବା କେଉଁ ବ୍ୟକ୍ତିଙ୍କ ହାତରେ ପଡ଼ିଥାଏ M ଏବଂ କଣ ହୋଇଥାଏ ଏହାର ଫଳ । ଶାସ୍ତ୍ର ଅନୁସାରେ ୩ ଭାଗରୁ ପ୍ରଥମ ଭାଗରେ ହେଉଛି ମସ୍ତିଷ୍କ ଅର୍ଥାତ୍ ଆପଣଙ୍କ ମନ ।

ହସ୍ତଶାସ୍ତ୍ର ଅନୁସାରେ ଏହାର ଦ୍ବିତୀୟ ଭାଗରେ ଯାହା ରହିଛି ତାହା ହେଉଛି ପରିଶ୍ରମ ଏବଂ ତୃତୀୟରେ କୁହାଯାଇଛି ମନ ଏବଂ ଶରୀର ମିଶି ବନିଥାଏ M ରେଖା ଅର୍ଥାତ୍ ମା ଲକ୍ଷ୍ମୀଙ୍କ ରୂପ । ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତିଙ୍କ ହାତରେ M ରେଖା ଥାଏ ସେ ବହୁତ ବୁଦ୍ଧିମାନ ହୋଇଥାନ୍ତି । ବହୁତ ପରିଶ୍ରମୀ ଏବଂ ସାହାସୀ ମଧ୍ୟ ହୋଇଥାନ୍ତି ।

ଜୀବନରେ ସବୁବେଳେ ଆହ୍ବାନ ଦେବାପାଇଁ ପ୍ରସ୍ତୁତ ଥାନ୍ତି । ତେବେ କଥା ଆସେ ମହାଲକ୍ଷ୍ମୀ ଯୋଗ କେବେ ଆଉ କେତେବେଳେ କାର୍ଯ୍ୟ କରିଥାଏ । କେତେବେଳେ ଦେଇଥାଏ ଭାଗ୍ୟ ଏମାନଙ୍କ ସାଥି । ଯେଉଁ ମାନଙ୍କର ଏହି ରେଖା ଅଛି ସେମାନଙ୍କୁ ଦୈବିକ ଶକ୍ତି ଦ୍ଵାରା ସୂଚନା ମିଳେ ଯେ ଭାଗ୍ୟର ଭରସାରେ ଜମାବି ବସନ୍ତୁ ନାହିଁ ।

ଏହାର ଅର୍ଥ ଆପଣଙ୍କୁ ଆପଣଙ୍କ ଭାଗ୍ୟ ନିଜେ ଲେଖିବାକୁ ପଡ଼ିବ । ତାହା କେବଳ ସମ୍ଭବ ଆପଣ ଆପଣଙ୍କ ମନ ଏବଂ ପରିଶ୍ରମକୁ ମିଶାଇ ବନାଇବେ ମହାଲକ୍ଷ୍ମୀ ଯୋଗ । ଏହି ବ୍ୟକ୍ତି ବିଶେଷ ମାନେ ବୁଦ୍ଧିମାନ ଏବଂ ଚତୁର ହୋଇଥାନ୍ତି । ଏମାନେ ଏହି ତିନି ପ୍ରକାରର କାର୍ଯ୍ୟ କରିବାକୁ ପଛକୁ ଫେରନ୍ତି ନାହିଁ । ଆମର କହିବାର ମାନେ ଦିନ ମଜୁରିଆ ମଧ୍ୟ ବହୁତ ପରିଶ୍ରମ କରିଥାଏ ହେଲେ ଦୁଇ ବେଳା ଖାଇବାକୁ ବହୁତ କଷ୍ଟ ହୋଇଥାଏ ତା ପାଇଁ ଅର୍ଥାତ୍ ଏଥିପାଇଁ ଭାଗ୍ୟର ସାଥି ମିଳିବା ମଧ୍ୟ ବହୁତ ଆବଶ୍ୟକ ।

ଏହି ରେଖା ଥିବା ବ୍ୟକ୍ତି ମାନେ କେବେ ଭୁଲ କାର୍ଯ୍ୟ କରିବା କଥା ନୁହେଁ ଅନ୍ୟଥା ଏହି ମହାଲକ୍ଷ୍ମୀ ଯୋଗ କେବେବି କାର୍ଯ୍ୟ କରି ନଥାଏ । ଜଦି ଆପଣ ମନ ଲଗାଇ କୈାଣସି କାର୍ଯ୍ୟ କରନ୍ତି ତାହା ଆପଣଙ୍କୁ ସଫଳତା ଦିଏ । ଆପଣଙ୍କ ଚାକିରି କରନ୍ତୁ କି ବ୍ୟବସାୟ ଜଦି ଆପଣ ଆପଣଙ୍କ ଚତୁର ବୁଦ୍ଧି ସହିତ ମନ ଦେଇ କାର୍ଯ୍ୟ କରନ୍ତି ତେବେ ଆପଣଙ୍କୁ ମହାଲକ୍ଷ୍ମୀ ଯୋଗର ପ୍ରାପ୍ତି ହୋଇଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।