ବହୁତ ଭାଗ୍ୟବାନ ହୋଇଥାନ୍ତି ଯେଉଁମାନଙ୍କର ହାତରେ ଥାଏ ଏମିତି ଭାଗ୍ୟ ରେଖା, ଏମାନଙ୍କୁ ମିଳିଥାଏ ଜୀବନରେ ସବୁ ସୁଖ, ହେଇଥାଏ ଧନଲାଭ

ହସ୍ତରେଖା ଶାସ୍ତ୍ର ଏକ ଏମିତି ଶାସ୍ତ୍ର ଅଟେ ଯାହା ଦ୍ଵାରା ଆପଣ ନିଜର ହାତର ରେଖାକୁ ଦେଖି ନିଜ ଭାଗ୍ୟ ବିଷୟରେ ଜାଣି ପାରିବେ । କିନ୍ତୁ ଆଜିକାଲି ସମସ୍ତଙ୍କ ପାଖରେ ଏତେ ସମୟ ନାହିଁ କି ସେମାନେ ନିଜ ହାତର ରେଖାକୁ ଦେଖାଇବା ପାଇଁ ଜ୍ୟୋତିଷଙ୍କ ପାଖକୁ ଯିବେ । ଯଦି ଆପଣ ନିଜର ଭାଗ୍ୟ ବିଷୟରେ ଜାଣିବାକୁ ଚାହୁଁଛନ୍ତି ତେବେ ଆଜି ଆମେ ଆପଣଙ୍କୁ ସେହି ବିଷୟରେ ସୂଚନା ଦେବୁ ।

ଆସନ୍ତୁ ଜାଣିବା ହାତର ଭାଗ୍ୟ ରେଖା ବିଷୟରେ

·    ଆପଣଙ୍କର ହାତର ଆଙ୍ଗୁଠି ପାଖରେ ଓ ହାତର ମଧ୍ୟ ଭାଗରେ ସିଧା ଛିଡା ହୋଇଥିବା ରେଖା ହିଁ ଆପଣଙ୍କର ଭାଗ୍ୟ ରେଖା ହୋଇଥାଏ । ଏହା ମଣିଷର ଭାଗ୍ୟ ବିଷୟରେ କହିଥାଏ । ଯଦି କୌଣସି ବ୍ୟକ୍ତିର ଭାଗ୍ୟ ରେଖା ମୋଟା ଓ ଗଭୀର ହୋଇଥାଏ ତେବେ ଏହା ବହୁତ ଶୁଭ ବୋଲି କୁହାଯାଏ । ଏହିଭଳି ରେଖାର ବ୍ୟକ୍ତିମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନଙ୍କୁ ନିଜ ଜୀବନରେ ଅପାର ଧନ – ସମ୍ପଦ ପ୍ରାପ୍ତ ହୋଇଥାଏ ।

·    ଯଦି କୌଣସି ବ୍ୟକ୍ତିର ଭାଗ୍ୟ ରେଖା କେଉଁଠି ବି କଟି ନାହିଁ ଓ ନା ହିଁ ଭାଗ୍ୟ ରେଖା ଉପରେ କୌଣସି ପ୍ରକାରର ଛୋଟ କିମ୍ବା ବଡ ରେଖା କାଟୁ ଥିବ ତେବେ ଏହଭଳି ଲୋକମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏହିଭଳି ଲୋକମାନେ ନିଜ ଜୀବନରେ କୌଣସି ପ୍ରକାରର ସମସ୍ୟାର ସମ୍ମୁଖୀନ ହୁଅନ୍ତି ନାହିଁ ।

·    ଯେଉଁ ଲୋକମାନଙ୍କର ଭାଗ୍ୟ ରେଖା ଛୋଟ ଓ ପତଳା ହୋଇଥାଏ ସେମାନଙ୍କ ଜୀବନରେ ବହୁତ ସମସ୍ୟା ଉତ୍ପନ୍ନ ହୋଇଥାଏ, ଏହିଭଳି ଲୋକମାନେ କେବେ କେବେ ସଫଳତା ହାସଲ କରିଥାନ୍ତି ତ କେବେ କେବେ ଅସଫଳତା ଏମାନଙ୍କର ପିଛା ଛାଡେ ନାହିଁ ।

·    ଯଦି କୌଣସି ବ୍ୟକ୍ତିଙ୍କର ଭାଗ୍ୟ ରେଖା ମଧ୍ୟମା ଆଙ୍ଗୁଠି ପର୍ଯ୍ୟନ୍ତ ପହଞ୍ଚିଯାଏ ତେବେ ଏମିତିରେ ବ୍ୟକ୍ତିମାନେ ଧନବାନ ହେବାର ସମ୍ଭାବନା ଅଧିକ ରହିଥାଏ ।

·    ଯେଉଁ ଲୋକମାନଙ୍କର ଭାଗ୍ୟ ରେଖାରୁ କୌଣସି ରେଖା କଟି ଆଗକୁ ବଢୁଛି ତେବେ ଏହିଭଳି ସ୍ଥିତିରେ ସେମାନଙ୍କ ଜୀବନରେ କୌଣସି ନା କୌଣସି ଦୁର୍ଘଟଣା ହେବାର ସମ୍ଭାବନା ରହିଥାଏ ।

·    ଯେଉଁ ଲୋକମାନଙ୍କର ଭାଗ୍ୟ ରେଖା ହୃଦୟ ରେଖା ଉପରେ ଆସି ରହିଯାଏ ତେବେ ଏହି ବ୍ୟକ୍ତିମାନେ ମୋହ ମାୟାରେ ଫସି ଭୁଲ ନିର୍ଣ୍ଣୟ ନେଇଥାନ୍ତି । ଯେଉଁ କାରଣରୁ ଏମାନଙ୍କୁ ଅସଫଳତାର ସାମ୍ନା କରିବାକୁ ପଡିଥାଏ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।