ହାତ ଓ ପାଦ ତଳ ଦରଜ, ଜଳାପୋଡା କେତେ ଅଧିକ ହେଉଥାଉ ନା କାହିଁକି ମୂଳରୁ ଭଲ ହୋଇଯିବ, କେବଳ କରନ୍ତୁ ଏହି ଘରୋଇ ଉପାୟ- Health Tips

ଆଜି କାଲିର ଏହି ଦିନରେ ମନୁଷ୍ୟର ହାତ ଗୋଡ ବିନ୍ଧା ଓ ଜାଳା ପୋଡା ଅକରିବା ଏକ ସାମାନ୍ୟ ଘଟଣା ହୋଇଗଲାଣି  । ଖାସ କରି ଏହି ଗରମ ଋତୁରେ ଏହି ସମସ୍ୟା ଅତ୍ୟଧିକ ହୋଇଥାଏ । କିନ୍ତୁ ଯଦି ଏହା ଅତ୍ୟଧିକ ହୋଇଥାଏ ତେବେ ଏହାକୁ ବିଲକୁଲ ଅଣଦେଖା କରିବା ଉଚିତ ନୁହେଁ । ଏହା ସବୁବେଳେ ହେଉଥିଲେ ଏହାର ବହୁତ କାରଣ ହୋଇଥାଏ । ଯେମିତିକି ଶରୀରରେ ରକ୍ତ ସଂଚାଳନ ଠିକ ଭାବେ ନହେବା , ସିରା ପ୍ରଶିରା କମଜୋର ହୋଇଯିବା , ଶରୀରରେ ଟକସିନ ଜମା ହେବା , ଡାଇବେଟିସ ସମସ୍ୟା ଓ ଉଚ୍ଚ ରକ୍ତ ଚାପ ସମସ୍ୟା ହୋଇଥାଏ ।

ଯଦି ଆପଣଙ୍କୁ କିଡନୀ ସହ ଜଡିତ କୌଣସି ରୋଗ , ସରିରେ ନ୍ୟୁଟ୍ରିସନର ଅଭାବ ହୋଇଥିଲେ ,  ଥାଇରଏଡ ରୋଗ ଥିଲେ କିମ୍ବା  ଔଷଧର ଅତ୍ୟଧିକ ସେବନ କରିବା  ତେବେ ହାତ ଗୋଡ ବିନ୍ଧା ଓ ଜଳା ପୋଡା ହୋଇଥାଏ ।

ଏହା ସାଧାରଣତ ଭିଟାମିନ ବି୧୨  ବି୬ ର ଅଭାବ ହୋଇଥିଲେ ଏହି ସମସ୍ୟା ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ସମସ୍ୟାରୁ କିପରି ଘରୋଇ ଉପଚାର ଦ୍ଵାରା ରକ୍ଷା ପାଇପାରିବା ।

ସର୍ବ ପ୍ରଥମେ ଆମକୁ ଥଣ୍ଡା ଜାତୀୟ ଖାଦ୍ୟ ଖାଇବାକୁ ହୋଇଥାଏ । ଯଥା ଆଖୁ ରସ , ଦହି , ଲସି , ଡାଳିମ୍ବ , କାକୁଡି, ଲେମ୍ବୂସର୍ବତ , ପଇଡ ପାଣି ଓ ପଇଡ ନାଳି ଇତ୍ୟାଦି ଖାଇବା ଦ୍ଵାରା ଆପଣଙ୍କୁ ଏହି ହାତ ଗୋଡ ଜଳା ପୋଡାରୁ ରକ୍ଷା ମିଳିଥାଏ । ଆପଣଙ୍କୁ ଏହି ଗରମ ଋତରୁରେ  ଗୋନ୍ଦର ସେବନ କରିବା ଉଚିତ । ଯାହା ଦ୍ଵାରା ଶରୀରର ଗୋନ୍ଦର ସେବନ କରିବା ଉଚିତ । ଯାହା ଦ୍ଵାରା ହାତ ଗୋଡର ଜଳାପୋଡା କମ ହୋଇଯିବ ।

ଗୋନ୍ଦ ଏକ ପ୍ରକାରର ପୋଷାକ ତତ୍ଵ । ଏଥିରେ ବହୁତ ପ୍ରକାରର ମିନେରଲ୍ସ ଭିଟାମିନ  ମିଳିଥାଏ ଯାହା ଶରୀର ପାଇଁ ଫାଇଦା ମିଳିଥାଏ ।  ଏହି ଗୋନ୍ଦ ଆପଣଙ୍କୁ ଆୟୁର୍ବେଦିକ ଷ୍ଟୋରରେ ମିଳିପାରେ । ଏହାକୁ ୨ରୁ ୩ ଚାମଚ ରାତିରେ ଶୋଇବା ପୂର୍ବରୁ ଗୋନ୍ଦକୁ ପାଣିରେ କିମ୍ବା କ୍ଷୀରରେ ଭିଜେଇ ଦେବେ । ସକାଳୁ ଏହାକୁ ମିଶିରି ସହିତ ଗୋଳି କରି ସେବନ କରିନେବେ ।

ପୁରା ଦିନ ସାରା ୪ ରୁ ୬ ଚାମଚ ନେଇ ପାରିବେ । ଗରମ ଦିନରେ ଏହାକୁ ସେବନ କଲେ ବହୁତ ଫାଇଦା ମିଳିଥାଏ । ହାତ ପାଦର ଜଳା ପୋଡା ଯଦି ହୋଇଥାଏ ତେବେ ଖାଦ୍ୟ ପ୍ରତି ଧ୍ୟାନ ଦେବା ଉଚିତ । ଖାସ କରି ଯେଉଁମାନେ ଶାକାହାରୀ ତାଙ୍କର ଭିଟାମିନ ବି୧୨ କମ ଥାଏ । ଆପଣଙ୍କୁ କହିଦେଉଛି ଯେ ବି ୧୨ ମାଂସ , ମଟନ ଓ ମାଛ କିମ୍ବା କ୍ଷୀରରୁ ମିଳିଥାଏ ।

ଯଦି ଆପଣ ମାଂସାହାରୀ ଅଛନ୍ତି ମାଛ ମାଂସ ଇତ୍ୟାଦି ଖାଆନ୍ତୁ ଓ ଯଦି ଆପଣ ଶାକାହାରୀ ଅଛନ୍ତି ତେବେ ଦୁଗ୍ଧ ଜାତୀୟ ଜିନିଷ ଖାଆନ୍ତୁ । ପୁଣି ପନି ପରିବାରେ ମଧ୍ୟ ପ୍ରଚୁର ମାତ୍ରାରେ ସେବନ କରନ୍ତୁ । ଡାଲିଜାତୀୟ ଖାଦ୍ୟଗୁଡିକ ମଧ୍ୟ ସେବନ କରନ୍ତୁ । ପୁଣି  ଲାଉକୁ କାଟି ନିଅନ୍ତୁ ଓ ପାଦ ତଳେ ଘସନ୍ତୁ । ପୁଣି ଲାଉର ପେଷ୍ଟ ମଧ୍ୟ କରିକି ଘସନ୍ତୁ । ଯାହା ଦ୍ଵାରା ପାଦ ତଳେ ଥଣ୍ଡା ପ୍ରଦାନ କରିବ । ଆହୁରି ମଧ୍ୟ ମୁଲତାନି ମାଟି ପାଦ ତଳେ ଲଗାନ୍ତୁ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ । ଧନ୍ୟବାଦ