ଗରିବ ସମୟର ଦିନକୁ ମନେ ପକାଇ ହାର୍ଦିକ ପାଣ୍ଡ୍ୟା ସେଆର କରିଲେ କିଛି ଫଟୋ, ଆପଣ ବି ହୋଇଯିବେ ଭାବୁକ, ଦେଖନ୍ତୁ

ଏହି ଦୁନିଆରେ ସମସ୍ତେ ଧନୀ ଘରେ ଜନ୍ମ ହେବେ ଏହା ଜରୁରୀ ନୁହେଁ । ସମସ୍ତଙ୍କର ଭାଗ୍ୟ ଅଲଗା ଅଲଗା ହୋଇଥାଏ ଓ ସମସ୍ତଙ୍କୁ ଆରମ୍ଭରୁ ସବୁ ସୁଖ ମିଳେ ନାହିଁ । କିନ୍ତୁ ଯେଉଁ ସଫଳତା ସଂଘର୍ଷ ପରେ ମିଳିଥାଏ ତାହାର ଆନନ୍ଦ କିଛି ଅଲଗା ହିଁ ଅଟେ । ଆଜିର ଏହି ଲେଖାରେ ଆମେ ଏମିତି ଏକ ଖେଳାଳି ବିଷୟରେ କହିବାକୁ ଯାଉଛୁ ଯିଏକି ଭାରତୀୟ କ୍ରିକେଟ ଟିମର ଜଣେ ଭଲ ଖେଳାଳି ଅଟେ ।

ସେ ପ୍ରାୟତଃ ନିଜର କିଛି ବୟାନ କାରଣରୁ ଆଲୋଚନାରେ ଘେରି ଯାଆନ୍ତି । ଆମେ କଥା ହେଉଛୁ ହାର୍ଦିକ ପାଣ୍ଡ୍ୟାଙ୍କ ବିଷୟରେ । ଯିଏକି ନିଜର ଗରିବ ଦିନକୁ ମନେ ପକାଇ ନିଜର କିଛି ଫଟୋ ଶେୟାର କରିଛନ୍ତି ।

ଗରିବ ଦିନକୁ ମନେ ପକାଇ ଶେୟାର କରିଲେ ନିଜର ହିଁ କିଛି ଫଟୋ- ହାର୍ଦିକ ପାଣ୍ଡ୍ୟା

ଭାରତୀୟ କ୍ରିକେଟ ଟିମର ଖେଳାଳି ହାର୍ଦିକ ପାଣ୍ଡ୍ୟା ବହୁତ ଭଲ ବ୍ୟାଟ୍ସମ୍ୟାନ ଓ ଏକ ଭଲ ବୋଲର ବି ଅଟନ୍ତି । ଯାହାର ପ୍ରଦର୍ଶନ ସେ କେତେ ଥର କ୍ରିକେଟ ପିଚ ଉପରେ ଦେଖାଇ ସାରିଛନ୍ତି । ହାର୍ଦିକ ଭଲ ପ୍ରଦର୍ଶନ କରି କିଛି ଥର ଇଣ୍ଡିଆକୁ ଜିତାଇବାରେ ବି ସାହାର୍ଯ୍ୟ କରିଛନ୍ତି । ତାଙ୍କର ବଡ ଭାଇ କୁଣାଲ ପାଣ୍ଡ୍ୟା ବି ଇଣ୍ଡିଆ ଟିମରେ ଖେଳନ୍ତି । ଏହି ଦୁଇ ଭାଇଙ୍କର ପରଫରମାନ୍ସ ବହୁତ ଭଲ ଅଟେ ।

ବର୍ତ୍ତମାନ ତାଙ୍କର ପରିବାର କୋଟିପତି ଓ ସେମାନେ ଭଲ ଜୀବନ ବ୍ୟତିତ କରୁଛନ୍ତି । କିନ୍ତୁ କହିଦେଉଛୁ କି ହାର୍ଦିକଙ୍କର ପରିବାର ଆରମ୍ଭରୁ ଏତେ ଧନୀ ନ ଥିଲେ । କିନ୍ତୁ ହାର୍ଦିକ ଓ କୁଣାଲଙ୍କର ପିତା ନିଜର ଦୁଇ ପୁଅକୁ କ୍ରିକେଟର କରିବା ପାଇଁ କୌଣସି ବି ଅବସର ଛାଡି ନାହାନ୍ତି। ଏମିତିରେ ହାର୍ଦିକ ଇଂଷ୍ଟାଗ୍ରାମରେ ନିଜର ଏକ ପୁରୁଣା ଫଟୋ ଶେୟାର କରିଛନ୍ତି । ଯେଉଁଥିରେ ସେ ନିଜର ବଡ ଭାଇ କୁଣାଳ ପାଣ୍ଡ୍ୟାଙ୍କ ସହ ନଜର ଆସୁଛନ୍ତି ।

ଏହି ଫଟୋରେ ଯେଉଁ ପିଲାଟି ନୀଳ ରଙ୍ଗର ପ୍ୟାଣ୍ଟ ଓ ଧଳା ରଙ୍ଗର ସାର୍ଟ ପିନ୍ଧିଛି ସେ ହେଉଛି ତାଙ୍କର ଭାଇ କୁଣାଳ ଓ ପାଖରେ ବସିଥିବା ପିଲାଟି ହାର୍ଦିକ ପାଣ୍ଡ୍ୟା ଅଟନ୍ତି । ହାର୍ଦିକ ପାଣ୍ଡ୍ୟା ଏହି ବିଷୟରେ କହିଲେ କି, “ମୁଁ ଓ ମୋର ଭାଇ ଗୁଜୁରାଟର ଏକ ଗ୍ରାମରେ ଟଙ୍କା ନେଇ ଖେଳୁଥିଲୁ, କିନ୍ତୁ ସେହି ସମୟରେ ପ୍ରତିଯୋଗିତାର କୌଣସି ନାମ ହିଁ ନ ଥିଲା ।

ସେହି ଗ୍ରାମରେ ତାଙ୍କର ପିତାଙ୍କୁ ହାର୍ଦିକଙ୍କ ପାଇଁ ୪୦୦ ଓ ତାଙ୍କର ଭାଇ କୁଣାଳଙ୍କ ପାଇଁ ୫୦୦ ଟଙ୍କା ଦିଆ ଯାଉଥିଲା । ତାଙ୍କର ପିତା ତାଙ୍କୁ ବହୁତ କଷ୍ଟରେ ପଢାଇଛନ୍ତି । ବର୍ତ୍ତମାନ ହାର୍ଦିକ ଓ କୁଣାଲ ନିଜ ପରିବାର ପାଇଁ ସମସ୍ତ ପ୍ରକାରର ଖୁସି କିଣି ପାରିବେ । ବର୍ତ୍ତମାନ ହାର୍ଦିକ ପାଣ୍ଡ୍ୟା ୱାର୍ଲ୍ଡ କପରେ ମୁଖ୍ୟ ଭୂମିକା ନିଭାଉଛନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।