ଏହି ଜିନିଷ ହନୁମାନଙ୍କର ବହୁତ ପ୍ରିୟ, ମଙ୍ଗଳବାର ଦିନ ଭକ୍ତମାନେ ନିଶ୍ଚିତ ଚଢାନ୍ତୁ ଏହି ଭୋଗ, ବଜରଙ୍ଗବଲି ହେବେ ପ୍ରସନ୍ନ

ମଙ୍ଗଳବାର ଦିନ ମହାବଳୀ ହନୁମାନଙ୍କୁ ସମର୍ପିତ ଅଟେ । ଏହି ଦିନରେ ହନୁମାନଙ୍କର ବିଶେଷ ପୂଜା ଅର୍ଚ୍ଚନା କରାଯାଇଥାଏ । ଧାର୍ମିକ ମାନ୍ୟତା ଅନୁସାରେ ଦେଖା ଯାଇଛି କି ଯେଉଁ ବ୍ୟକ୍ତି ହନୁମାନଙ୍କୁ ଭକ୍ତିର ସହ ପୂଜା ଅର୍ଚନା କରିଥାଏ ତେବେ ତାକୁ ହନୁମାନଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ । ଏହା ଛଡା ହନୁମାନ ଚାଳିଶାର ପାଠ କରିବା ଦ୍ଵାରା ବି ବ୍ୟକ୍ତିର ଦୁଃଖ ଦୂର ହୋଇଥାଏ ।

ଯଦି ଆପଣ ବି ହନୁମାନଙ୍କୁ ପ୍ରସନ୍ନ କରିବାର ପ୍ରୟାସ କରୁଛନ୍ତି ତେବେ ଆପଣଙ୍କର ଜାଣିବା ଉଚିତ କି ହନୁମାନଙ୍କର ସମସ୍ତ ପ୍ରିୟ ଜିନିଷ ବିଷୟରେ । ଯଦି ଆପଣ ହନୁମାନଙ୍କ ପୂଜା କରିବା ସମୟରେ ତାଙ୍କୁ ପ୍ରସାଦ ରୂପରେ ତାଙ୍କର ପ୍ରିୟ ଜିନିଷ ଭୋଗ ଲଗାଉଛନ୍ତି, ତେବେ ଏହା ଦ୍ଵାରା ହନୁମାନ ଶୀଘ୍ର ପ୍ରସନ୍ନ ହୋଇଯିବେ । ତେବେ ଚାଲନ୍ତୁ ଜାଣିବା ।

ହନୁମାନଙ୍କ ପ୍ରିୟ ଅଟେ ଏହି ଜିନିଷ

ଫୁଲ ମାଳ

ଆପଣ ମଙ୍ଗଳବାର ଦିନ ହନୁମାନଙ୍କୁ ଫୁଲ ମାଳ ଅବଶ୍ୟ ଅର୍ପଣ କରନ୍ତୁ, ଏହା ଦ୍ଵାରା ଆପଣଙ୍କର ସବୁ ଇଚ୍ଛା ଜଲ୍ଦି ପୁରା ହେବ ଓ ଆପଣଙ୍କୁ ହନୁମାନଙ୍କ ଆଶୀର୍ବାଦ ବି ପ୍ରାପ୍ତ ହେବ । ଏହା ଛଡା ଆପଣ ହନୁମାନଙ୍କ ଚରଣରେ ଗୋଲାପ ଫୁଲ ବି ଅର୍ପଣ କରନ୍ତୁ ।

ସିନ୍ଦୁର ଅର୍ପଣ

ମଙ୍ଗଳବାର ଦିନ ହନୁମାନଙ୍କ ପୂଜା କରିବା ସମୟରେ ତାଙ୍କୁ ସିନ୍ଦୁର ନିଶ୍ଚିତ ଅର୍ପଣ କରନ୍ତୁ । କାରଣ ହନୁମାନଙ୍କୁ ସିନ୍ଦୁର ଅତି ପ୍ରିୟ ଅଟେ । ଏହା ସହିତ ଶନିବାର ଦିନ ବି ଆପଣ ହନୁମାନଙ୍କୁ ସିନ୍ଦୁର ଅର୍ପଣ କରି ପାରିବେ ।

ବୁନ୍ଦିରେ ତିଆରି ଖାଦ୍ୟ ପଦାର୍ଥ

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ମଙ୍ଗଳବାର ଦିନ ଯଦି ଆପଣ ହନୁମାନଙ୍କ ପୂଜା ଅର୍ଚ୍ଚନା କରୁଛନ୍ତି ଓ ସେହି ଦିନ ଆପଣ ଉପବାସ ବି ରଖୁଛନ୍ତି, ତେବେ ଆପଣଙ୍କୁ ହନୁମାନଙ୍କର ବିଶେଷ କୃପା ପ୍ରାପ୍ତି ହେବ । ଏହା ସହିତ ହନୁମାନଙ୍କ ନିକଟରେ ବୁନ୍ଦିରେ ତିଆରି ଭୋଗ ଅବଶ୍ୟ ଲଗାନ୍ତୁ । ଆପଣ ବୁନ୍ଦି ରେ ତିଆରି କୌଣସି ଜିନିଷ ଭୋଗ ରୂପରେ ହନୁମାନଙ୍କ ନିକଟରେ ଲଗାଇ ପାରିବେ । ଏହା ହନୁମାନଙ୍କର ପ୍ରିୟ ଜିନିଷ ମଧ୍ୟରୁ ଗୋଟିଏ ଅଟେ ।

ବେସନର ଲଡ୍ଡୁ

ମଙ୍ଗଳବାର ଦିନ ବେସନରେ ତିଆରି ଲଡୁ ର ଭୋଗ ବି ଲଗାଇ ପାରିବେ । ହନୁମାନଙ୍କୁ ବୁନ୍ଦି ସହ ବେସନର ଲଡୁ ବି ଅତି ପ୍ରିୟ ଅଟେ ।

ଉପରୋକ୍ତ ଜିନିଷ ଗୁଡିକୁ ମଙ୍ଗଳବାର ଦିନ ହନୁମାନଙ୍କ ପୂଜା କରିବା ସମୟରେ ଅର୍ପଣ କରିବା ଦ୍ଵାରା ହନୁମାନ ଜଲ୍ଦି ପ୍ରସନ୍ନ ହେବେ, ଯାହା ଦ୍ଵାରା ଆପଣଙ୍କ ଜୀବନର ସବୁ ସମସ୍ୟା ବହୁତ ଜଲ୍ଦି ସମାଧାନ ହୋଇଯିବ ।