ହନୁମାନଙ୍କର ଏମିତି ଏକ ଚମତ୍କାରୀ ମନ୍ଦିର, ଯେଉଁଠି ଡାକ୍ତର ହୋଇ ହନୁମାନ ଭକ୍ତମାନଙ୍କର କରିଥାନ୍ତି ଚିକିତ୍ସା, ଦେଖନ୍ତୁ

ହିନ୍ଦୁ ଧର୍ମରେ ହନୁମାନଙ୍କର ଭକ୍ତ ବହୁତ ଅଛନ୍ତି । କୁହାଯାଏ କି ଯଦି ଭକ୍ତଙ୍କ ଉପରେ କିଛି ସଙ୍କଟ ଆସିଥାଏ, ତେବେ ହନୁମାନ ଭକ୍ତକୁ ପୁରା ସହାୟତା ଦେଇଥାନ୍ତି । ସେଥିପାଇଁ ଲୋକମାନେ ହନୁମାନଙ୍କ ଭକ୍ତିରେ ଲୀନ ହୋଇଯାନ୍ତି । ଭାରତରେ ଏମିତି ଏକ ହନୁମାନ ମନ୍ଦିର ଅଛି, ଯେଉଁଠି ଭକ୍ତ ମାନଙ୍କର ଅତୁଟ ଆସ୍ଥା ରହିଛି । ଆଜି ଆମେ ଆପଣଙ୍କୁ ସେହି ହନୁମାନ ମନ୍ଦିର ବିଷୟରେ କହିବୁ ଯେଉଁଠି ହନୁମାନ ତାଙ୍କ ଭକ୍ତମାନଙ୍କ ଚିକିତ୍ସା କରିଥାନ୍ତି । ତେବେ ଆସନ୍ତୁ ଜାଣିବା ଏହି ମନ୍ଦିର ବିଷୟରେ ।

ଆଜି ଆମେ ଆପଣଙ୍କୁ ଯେଉଁ ହନୁମାନ ମନ୍ଦିର ବିଷୟରେ କହୁଛୁ, ସେହି ମନ୍ଦିର ଉତ୍ତର ପ୍ରଦେଶର ଗ୍ଵାଲିୟରରେ ଅବସ୍ଥିତ । ଗ୍ଵାଲିୟର ଠାରୁ ପାଖାପାଖି ୭୦ କିଲୋମିଟର ଦୂରତାରେ ସ୍ଥିତ ଉତ୍ତର ପ୍ରଦେଶର ଭିଣ୍ଡେ ଜିଲ୍ଲାରେ ଏହି ମନ୍ଦିର ଅବସ୍ଥିତ । ଏହାକୁ ଦନ୍ଦରୋଆ ସରକାର ଧାମ କୁହାଯାଇଥାଏ । ଏହି ମନ୍ଦିରରେ ଭକ୍ତମାନେ ତାଙ୍କର ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟାକୁ ନେଇ ଆସିଥାନ୍ତି । ସବୁ ଭକ୍ତମାନେ ଏହି ଆଶାରେ ଆସିଥାନ୍ତି କି, ଏହି ମନ୍ଦିରରେ ତାଙ୍କର ସବୁ ସମସ୍ୟା ଦୂର ହୋଇଯିବ ।

ସେଥିପାଇଁ ସବୁବେଳେ ଏହି ମନ୍ଦିରରେ ଭକ୍ତମାନେ ତାଙ୍କର ସମସ୍ୟାକୁ ନେଇ ଆସିଥାନ୍ତି । ହେଲେ ମଙ୍ଗଳବାର ଓ ସୋମବାର ଦିନ ଲୋକମାନେ ଦୂର ଦୁରାନ୍ତରୁ ଆସିଥାନ୍ତି । କାରଣ ଏହି ବାର ହେଉଛି ହନୁମାନଙ୍କର ପବିତ୍ର ବାର । ଏହି ମନ୍ଦିରର ସବୁଠୁ ଭଲ କଥା ଏହା ଅଟେ କି, ଏହି ମନ୍ଦିରକୁ ଆସିଥିବା ଭକ୍ତମାନଙ୍କର ସବୁ ରୋଗ ଦୂର ହୋଇଯାଏ । ହନୁମାନଙ୍କ କୃପାରୁ ସେମାନେ ସୁସ୍ଥ ଅନୁଭବ କରନ୍ତି ।

ହନୁମାନଙ୍କୁ ଲୋକମାନେ ଏହି ଧାମରେ ଡାକ୍ତର ରୂପରେ ମାନିଥାନ୍ତି । ଏଠାକାର ସ୍ଥାନୀୟ ଲୋକମାନେ କୁହନ୍ତି କି, ଲୋକମାନେ ତାଙ୍କର ବିଶେଷ ରୋଗ ନେଇ ଏହି ମନ୍ଦିରକୁ ଆସିଥାନ୍ତି ଓ ରୋଗ ମୁକ୍ତ ହୋଇ ଯାଇଥାନ୍ତି । ସେହି ଲୋକମାନଙ୍କୁ ଆଗକୁ କୌଣସି ଶାରୀରିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିନଥାଏ । ଏହି ମନ୍ଦିରରେ ହନୁମାନଙ୍କ ମୂର୍ତି ରହିଛି । ଏହି ମୂର୍ତ୍ତି ନୃତ୍ୟ ମୁଦ୍ରାରେ ତିଆରି ହୋଇଛି । ଏହି ମନ୍ଦିରରେ ହନୁମାନଙ୍କର ନୃତ୍ୟ କରୁଥିବାର ମୂର୍ତ୍ତି ରହିଛି ।

କୁହାଯାଏ କି ଏହି ମନ୍ଦିରର ନିର୍ମାଣ ୩୦୦ ବର୍ଷ ପୂର୍ବରୁ ହୋଇଥିଲା । ଏଠାରେ ଥିବା ହନୁମାନଙ୍କ ମୂର୍ତ୍ତି, ଏକ ଗଛ କାଟିବା ଦ୍ଵାରା ମିଳିଥିଲା । ଲିମ୍ବ ଗଛରେ ହନୁମାନଙ୍କର ଏହି ମୂର୍ତ୍ତି ୩୦୦ ବର୍ଷ ପୂର୍ବରୁ ଲୁଚିଥିଲା । ଗଛ କାଟିବା ଦ୍ଵାରା ଏହି ମୂର୍ତ୍ତି ମିଳିଥିଲା । ଦେଶ ବିଦେଶରୁ ଲୋକମାନେ ନିଜ ସମସ୍ୟା ନେଇ ଏହି ମନ୍ଦିରକୁ ଆସିଥାନ୍ତି ଓ ନିଜ ସମସ୍ୟାର ସମାଧାନ କରି ସେମାନେ ନିଜ ଘରକୁ ଫେରି ଯାଇଥାନ୍ତି ।