ବାଳ ଝଡିବା ସମସ୍ୟାରୁ ଚିନ୍ତିତ ଅଛନ୍ତି କି? ଆପଣାନ୍ତୁ ଏହି ଗୋଟିଏ ଟ୍ରିକ କୁ, ହୋଇଯିବ କମାଲ, ଦେଖନ୍ତୁ କେମିତି କରିବେ

ବାଳ ଝଡିବା ସମସ୍ୟା ଏକ ସାଧାରଣ ସମସ୍ୟା ଅଟେ । ବହୁତ ଲୋକ ଏହି ସମସ୍ୟାରେ ଚିନ୍ତିତ ଥାଆନ୍ତି । ତାଙ୍କୁ ପ୍ରତିଦିନ ତକିଆରେ, ଚଟାଣରେ, ପାନିଆରେ ବା କାନ୍ଧରେ ଶହ ଶହ ଝଡୁଥିବା ବାଳ ନଜର ଆସିଥାଏ । ଗାଧୋଇବା ସମୟରେ ବି ଲୋକଙ୍କର ବହୁତ ବାଳ ଝଡି ଯାଇଥାଏ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ସେମାନେ ଅନେକ ମହଙ୍ଗା ଆଣ୍ଟି ହେୟାର ଫଲ ସାମ୍ପୋ ବା ଟ୍ରିଟମେଣ୍ଟ ବ୍ୟବହାର କରିଥାନ୍ତି ଓ କିଛି ଫରକ ପଡେ ନାହିଁ । ଶେଷରେ ସେମାନେ ନିରାଶ ହୋଇ ଏହି ସମସ୍ୟା ସହିତ ନିଜକୁ ଖାପ ଖୁଆଇ ନିଅନ୍ତି । ଚିନ୍ତା କରନ୍ତୁ ନାହିଁ, ଯଦି ଆପଣ ବି ଏହି ସମସ୍ୟାରେ ଚିନ୍ତିତ ଅଛନ୍ତି ତେବେ ଏଥିପାଇଁ ଆମ ପାଖରେ ଏମିତି ଏକ ଚମତ୍କାରୀ ଉପାୟ ଅଛି ଯାହାକୁ ଆପଣାଇ ଆପଣ ଏହି ସମସ୍ୟାରୁ ମୁକ୍ତି ପାଇ ପାରିବେ । ତେବେ ଚାଲନ୍ତୁ ଜାଣିବା ସେହି ଉପାୟ କଣ ?

ପ୍ରକୃତରେ ବୈଜ୍ଞାନିକଙ୍କ ଅନୁସାରେ ପିଆଜ ଜୁସରେ ଡାଏଟ୍ରି ସଲଫର ମିଳିଥାଏ ଓ ଏହି ସଲଫରରେ ଏମୀନୋ ଏସିଡ ଥାଏ ଯିଏ କି ଏକ ମହତ୍ତ୍ୱପୂର୍ଣ୍ଣ ଉପାଦାନ ଅଟେ । ସଲଫରରୁ ମିଳୁଥିବା ପ୍ରୋଟିନ ବିଶେଷ କରି କେରେଟିନର ବାଳର ଗ୍ରୋଥ ପାଇଁ ମହତ୍ତ୍ୱପୂର୍ଣ୍ଣ ଭୂମିକା ଥାଏ । ଏତିକି ନୁହେଁ ପିଆଜରୁ ପୋଟାସିୟମ, ଭିଟାମିନ C, A ଓ E ମଧ୍ୟ ମିଳିଥାଏ । ଏଥିରୁ ବାଳ ପତଳା ହୁଏ ନାହିଁ ଓ ଡ୍ୟାଣ୍ଡରଫ ସମସ୍ୟା ମଧ୍ୟ ହୁଏ ନାହିଁ ।

ଏଥିପାଇଁ ଅଧିକାଂଶ ଲୋକ ପିଆଜ ଜୁସକୁ ବାଳ ମୂଳରେ ବା ବାଳରେ ଲଗାଇଥାନ୍ତି । ଏଥିରେ ଥିବା ସଲଫର କାରଣରୁ ବାଳ ଗହବା ଓ ମଝବୁତ ହୋଇଥାଏ । ବାଳ ଝଡିବା ବା ଛିଣ୍ଡିବା ବହୁତ କମ ମଧ୍ୟ ହୋଇଯାଇଥାଏ । କିନ୍ତୁ ଏହାକୁ ଏମିତି ହିଁ ଲଗାଯାଏ ନାହିଁ । ଏହାକୁ ଲଗାଇବାର ଏକ ଉପାୟ ଥାଏ । କଣ ଅଟେ ସେହି ଉପାୟ ଚାଲନ୍ତୁ ଜାଣିବା ।

ଫଲୋ କରନ୍ତୁ ଏହି ଟିପ୍ସ

ସବୁଠୁ ପ୍ରଥମେ ପିଆଜକୁ ଛୋଟ ଛୋଟ ଖଣ୍ଡ କାଟି ତାହାକୁ ମିକ୍ସି ରେ ପେଶି ଦିଅନ୍ତୁ ।

ପୁଣି ପେଶା ହୋଇଥିବା ପିଆଜକୁ ଏକ କଟନ କପଡାରେ ପୁରାଇ ତାର ସାରା ରସ ଏକ ପାତ୍ରରେ ଚିପୁଡି ଦିଅନ୍ତୁ ।

ପିଆଜ ରସକୁ ନିଜର ଡେଲି ବ୍ୟବହାର କରୁଥିବା ତେଲ ସହିତ ମିଶାଇ ଦିଅନ୍ତୁ ।

ପିଆଜ ରସକୁ ଆପଣ ନଡିଆ, ବାଦାମ ବା କୌଣସି ବି ତେଲ ସହିତ ମିଶାଇ ପାରନ୍ତି । ତାହା ପରେ ଏହି ମିଶ୍ରଣକୁ ବାଳର ମୂଳରେ ଭଲ ଭାବେ ଲଗାଇ ନିଅନ୍ତୁ ଓ ପୁଣି ହାଲକା ହାଲକା ଏହାର ମସାଜ କରନ୍ତୁ ।

ଏହାକୁ ମୁଣ୍ଡରେ ଗୋଟିଏ ଘଣ୍ଟା ପାଇଁ ଲଗାଇ ରଖନ୍ତୁ ଓ ପୁଣି ସାମ୍ପୋରେ ଧୋଇ ଦିଅନ୍ତୁ । ଏହାକୁ ସପ୍ତାହରେ 2-3 ଥର କରନ୍ତୁ । ରେଜଲ୍ଟ ଦେଖି ଆପଣ ଚକିତ ହୋଇଯିବେ ।

ଯଦି ଆପଣ ବି ବାଳ ଝଡିବା ସମସ୍ୟା ପାଇଁ ଚିନ୍ତିତ ଅଛନ୍ତି ତେବେ ଆମର ଏହି ଘରୋଇ ଉପାୟ କୁ ଥରେ ଆପଣାୟ ଦେଖନ୍ତୁ । ପୋଷ୍ଟ ଟି ଭଲ ଲାଗିଲେ ଗୋଟିଏ ସେୟାର କରନ୍ତୁ ଓ ଆମ ପେଜକୁ ଲାଇକ କରନ୍ତୁ ଯାହା ଦ୍ଵାରା ଆମେ ଏହି ପରି ଟିପ୍ସ ଆପଣଙ୍କ ପାଇଁ ଆଣି ଆସିବୁ ।