Hair care: ଧଳା କେଶକୁ ବି କଳା କରିଦେବ ଏହି ଚମତ୍କାରୀ ତେଲ, ଥରେ ଲଗେଇ ଦେଖନ୍ତୁ ହେୟାର ଡାଏ କରିବା ବି ଭୁଲିଯିବେ

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏପରି ଏକ ତେଲ ବନାଇବା ଶିଖାଇବୁ ଯାହା ଆପଣ ପ୍ରୟୋଗ କଲେ ଆପଣଙ୍କ କେଶ ସଂପୂର୍ଣ୍ଣ ଭାବେ ଧଳା ହୋଇଯିବ । ଯଦି ଆପଣଙ୍କ ପିଲାଙ୍କ କେଶ ଧଳା ହେବାକୁ ଲାଗୁଛି ତେବେ ସେମାନଙ୍କ କେଶରେ ମଧ୍ୟ ଆପଣ ଏହା ପ୍ରୟୋଗ କରି ପାରିବେ ।

ଏହାଦ୍ବାରା ସେମାନଙ୍କ କେଶ ଧଳା ହେବା ବନ୍ଦ ହେବା ସହ ଲମ୍ବା ସମୟ ପର୍ଯ୍ୟନ୍ତ ମଧ୍ୟ କେଶ କଳା ରହିବ । ଏହା ସହ ଏହା ଆପଣଙ୍କର କେଶ ଝଡିବା ମଧ୍ୟ ବନ୍ଦ କରିଦେବ । ଏହା ଆପଣଙ୍କ କେଶକୁ ବୃଦ୍ଧି ପାଇବାରେ ସାହାଯ୍ୟ କରିବ ସହ ରୂପୀ ସମସ୍ଯା ଥିଲେ ତାକୁ ମଧ୍ୟ ସଂପୂର୍ଣ୍ଣ ଭାବେ ଭଲ କରିଦେବ । ରୂପୀ ଯୋଗୁଁ ମଧ୍ୟ କେଶ ଝଡେ ଏବଂ ଶୁଖିଲା ଦେଖିଲା ଦେଖାଯାଏ । ଏହି ଚମତ୍କାରୀ ତେଲ ଆପଣଙ୍କ କେଶ ଜନିତ ସମସ୍ତ ସମସ୍ଯା ଦୂର କରିଦେବ । ତେବେ ଚାଲନ୍ତୁ ଦେଖିବା କିପରି ଏହି ତେଲକୁ ପ୍ରସ୍ତୁତ କରିବେ ।

ଏହି ତେଲ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ପ୍ରଥମେ ଦରକାର ହେବ କଳାଜୀରା । କଳାଜୀରାକୁ ଆମେ ଅଧିକାଂଶ ଆଚାର କରିବା ପାଇଁ ହିଁ ବ୍ୟବହାର କରିଥାଉ । ଏହି କଳାଜୀରାର ଖୁବ ଔଷଧୀୟ ଗୁଣ ରହିଛି । ଏହା ଆପଣଙ୍କ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ, ଆପଣଙ୍କ ଚରମ ପାଇଁ ଲାଭଜନକ ହୋଇଥାଏ, କେଶ ଝଡିବା ରୋକିବା ସହ କେଶକୁ ବୃଦ୍ଧି ପାଇବାରେ ମଧ୍ୟ ସାହାଯ୍ୟ କରେ । ଆପଣ ଦୁଇ ଚାମୁଚ କଳାଜୀରାକୁ ଏକ ତାୱାରେ ଭଲ ଭାବେ ଭାଜି ଦିଅନ୍ତୁ । ସେଥିରେ ୫ ରୁ ୬ ଟି ଲବଙ୍ଗ ମଧ୍ୟ ପକାନ୍ତୁ । ଏହାକୁ ଏକଦମ କମ ଆଞ୍ଚରେ ଭାଜନ୍ତୁ ।

ଭାଜି ସାରିବା ପରେ ଏହାକୁ ଗ୍ରାଇଣ୍ଡିଙ୍ଗ କରି ଗୁଣ୍ଡ ପ୍ରସ୍ତୁତ କରି ନିଅନ୍ତୁ । ଏହା ପରେ ଆପଣଙ୍କୁ ଆବଶ୍ୟକ ହେବ ଖାଇବା କର୍ପୁର । କର୍ପୁର ଆପଣଙ୍କ କେଶ ପାଇଁ ଖୁବ ଲାଭଦାୟକ । ଏହା ଆପଣଙ୍କ କେଶକୁ କଳା ଏବଂ ସୁସ୍ଥ ରଖିବାରେ ଖୁବ ସହାୟକ ହୋଇଥାଏ । ମୁଣ୍ଡ କୁଣ୍ଡାଇ ହେଉଥିଲେ କି ଅନ୍ୟ କୌଣସି ସଂକ୍ରମଣ ହୋଇଥିଲେ ଏହି ସମସ୍ୟାକୁ ମଧ୍ୟ କର୍ପୁର ଦୂର କରିଥାଏ । ଦୁଇଟି କର୍ପୂରକୁ ଏକ ହେମଦସ୍ତାରେ ଭଲ ଭାବେ ଛେଚି ଗୁଣ୍ଡ କରି ଦିଅନ୍ତୁ । ବର୍ତ୍ତମାନ ଏକ କଡେଇରେ ୧୦୦ ଗ୍ରାମ ନଡିଆ ତେଲକୁ ଉଷୁମ କରି ଦିଅନ୍ତୁ ।

ଆପଣ ଚାହିଁଲେ ସୋରିଷ ତେଲ କିମ୍ବା ଓଲିଭ ଅଏଲ ମଧ୍ୟ ନେଇ ପାରିବେ । ଗ୍ଯାସ ବନ୍ଦ କରି ସାରିବା ପରେ ଆପଣ ସେଥିରେ କଳାଜୀରା ଏବଂ ଲବଙ୍ଗ ଗୁଣ୍ଡ ମିଶାନ୍ତୁ  ଓ ତାପରେ କର୍ପୁର ଗୁଣ୍ଡ ମିଶାନ୍ତୁ । ଧ୍ୟାନ ରଖନ୍ତୁ ତେଲ ଯେପରି ବହୁତ ଅଧିକ ଗରମ ହେବ ନାହିଁ । ଏହି ସବୁକୁ ଆପଣ ଭଲ ଭାବେ ମିଶାଇ ଦିଅନ୍ତୁ । ଏହି ତେଲ ଆପଣଙ୍କୁ ଆରୋମା ଥେରାପି ମଧ୍ୟ ଦେଇଥାଏ । ଏହା ମାନସିକ ଶାନ୍ତି ଦେବା ସହ ମୁଣ୍ଡ ବିନ୍ଧା ମଧ୍ୟ ଭଲ କରିଥାଏ । ଆପଣ ଏହି ତେଲ ମିଶ୍ରଣକୁ ରାତି ସାରା ସେମିତି ରଖି ଦିଅନ୍ତୁ ଓ ସକାଳେ ଏକ କପଡା ସାହାଯ୍ୟରେ ଛାଣି ଦିଅନ୍ତୁ ।

ଶେଷରେ ଏହି ତେଲରେ ଚାରୋଟି ଭିଟାମିନ-ଇ କ୍ୟାପସୁଲ ମିଶାଇ ଦିଅନ୍ତୁ । ଭିଟାମିନ-ଇ ଆପଣଙ୍କ କେଶକୁ ପୋଷଣ ଦେଇଥାଏ । ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ତେଲ । ଏହାକୁ ସମସ୍ତ ବୟସର ଲୋକମାନେ ବ୍ୟବହାର କଇପାରିବେ । ଏହାକୁ ଉଷୁମ କରି କେଶରେ ଲଗାଇ ରାତିସାଡ଼ା ରଖନ୍ତୁ । ଏହାସହ ଆପଣ ନଖ ଘଷିବା ବ୍ୟାୟମ ମଧ୍ୟ କରନ୍ତୁ । ଦେଖିବେ କେଶଜନିତ ସମସ୍ତ ସମସ୍ଯା ଦୂର ହୋଇଯିବ । ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।