ହାଡ କମଜୋରି, Joint Pain,ହାଡରୁ କଟ କଟ ଆବାଜ ଆସିବା, ଲୁବ୍ରିକେଣ୍ଟ ର ଅଭାବ ସବୁ କିଛି ଗାୟବ ହୋଇଯିବ କେବଳ କରନ୍ତୁ ଏହି ଉପାୟ- Health Tips

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ଜୀବନ ରେ ଅନେକ ପ୍ରକାର ରୋଗ ସମସ୍ୟା ଦେଖା ଦେଇଥାଏ । ଏହା ଆମକୁ ବହୁତ ଯନ୍ତ୍ରଣା ମଧ୍ୟ ଦେଇଥାଏ । ଏହି ଯନ୍ତ୍ରଣା ରୁ ମୁକ୍ତି ପାଇବା ପାଇଁ ଆମେ ଅନେକ ପ୍ରକାର ଔଷଧ ସେବନ କରିଥାଉ କିନ୍ତୁ ସେଥିରୁ ବିଶେଷ କିଛି ଲାଭ ମିଳି ପାରି ନ ଥାଏ । ଆମକୁ ସେହିପରି ହିଁ ଯନ୍ତ୍ରଣା ଭୋଗିବାକୁ ପଡିଥାଏ । ତେଣୁ ଆମେ ଅନେକ ଡାକ୍ତର ଙ୍କ ସହିତ ମଧ୍ୟ ପରାମର୍ଶ କରିଥାଉ । ଆମକୁ ଆମ ପ୍ରକୃତି ରୁ ଅନେକ ଔଷଧ ମିଳିଥାଏ କିନ୍ତୁ ଆମେ ତାହାର ସଠିକ ବ୍ୟବହାର ବିଷୟ ରେ ଜାଣି ନ ଥାଉ ତେଣୁ ବଜାର ରେ ମିଳୁଥିବା ଆଧୁନିକ ଔଷଧ ଉପରେ ଭରସା କରିଥାଉ ।

କିନ୍ତୁ ବନ୍ଧୁଗଣ ପ୍ରକୃତି ରେ ମଧ୍ୟ ଏପରି କିଛି ଜିନିଷ ରହିଛି ଯାହାକୁ ପ୍ରୟୋଗ କିମ୍ବା ସେବନ କରିବା ଦ୍ୱାରା ମଧ୍ୟ ସମସ୍ତ ପ୍ରକାର ରୋଗ ଭଲ ହୋଇ ଯାଇଥାଏ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହିପରି କିଛି ପ୍ରାକୃତିକ ଉପାୟ ଵିଷୟ ରେ ଯାହାକୁ ପ୍ରୟୋଗ କରିବା ଦ୍ୱାରା ଆମର ସମସ୍ତ ପ୍ରକାର ହାଡ଼ ଜନିତ ସମସ୍ୟା ଦୂର ହୋଇଯିବ ।

ବନ୍ଧୁଗଣ ହଳଦୀ ଆମ ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ । ପ୍ରାଚୀନ କାଳ ରେ ଅନେକ ରୋଗ ରୁ ମୁକ୍ତି ପାଇବା ପାଇଁ ହଳଦୀ କୁ ସେବନ କରିବା ପାଇଁ ଦିଆଯାଉଥିଲା । ହଳଦୀ ବିଶେଷ କରି ହାଡ଼ ଜନିତ ସମସ୍ତ ରୋଗ ପାଇଁ ବହୁତ ଭଲ ହୋଇଥାଏ । ହଳଦୀ କୁ ସେବନ କରିବା ଦ୍ୱାରା ହାଡ଼ ରେ ହେଉଥିବା ଯନ୍ତ୍ରଣା କିମ୍ବା ଅନ୍ୟ କୌଣସି ସମସ୍ୟା ସବୁ ଦୁର ହୋଇଯାଇଥାଏ । ତେଣୁ ବନ୍ଧୁଗଣ ପ୍ରତି ସପ୍ତାହ ରେ ଅନ୍ତତଃ ତିନି ଦିନ ହଳଦୀ କୁ କ୍ଷୀର ରେ ମିଶାଇ ସେବନ କରିବା ଉଚିତ ।

ପ୍ରଥମେ ଏକ ଗ୍ଲାସ କ୍ଷୀର ନେଇ ଏହାକୁ ଗରମ କରନ୍ତୁ ଓ ସେଥିରେ କେବଳ ଅଧା ଚାମଚ ହଳଦୀ ପକାଇ ଦିଅନ୍ତୁ ଓ ଏହା ସହିତ ଅଧା ଚାମଚ ଗୋଲମରିଚ ଗୁଣ୍ଡ ପକାଇ ଦିଅନ୍ତୁ । ଏହାକୁ ଶୋଇବା ପୂର୍ବରୁ ପିଇ କରି ଶୋଇବେ । ଆପଣ ନିଜ ଘରେ ହଳଦୀ ବନାଇ ବ୍ୟବହାର କଲେ ବହୁତ ଭଲ ପରିଣାମ ମିଳିଥାଏ । କିନ୍ତୁ ଯଦି ଆପଣ ବଜାର ରୁ କିଣି କରି ହଳଦୀ ଗୁଣ୍ଡ ଆଣୁଛନ୍ତି ତେବେ ଆପଣଙ୍କୁ କିଛି ଲାଭ ମିଳିବ ନାହିଁ ।

ବନ୍ଧୁଗଣ ଏହା ସହିତ ମେଥି ଦାନା ମଧ୍ୟ ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । ମେଥି ଦାନା ରେ ଅନେକ ଫାଇବର ରହିଥାଏ ଯାହା ଆମର ହାଡ଼ ଜନିତ ସମସ୍ତ ସମସ୍ୟା କୁ ଠିକ କରିଦେଇଥାଏ । ଏହା ବ୍ୟତୀତ ଏଥିରେ ଆହୁରି ଅନେକ ପ୍ରକାର ପ୍ରୋଟିନ ରହିଥାଏ । ଏହା ବିଶେଷ ଭାବରେ ଆଣ୍ଠୁଗଣ୍ଠି ସମସ୍ୟା ପାଇଁ ବହୁତ ଭଲ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହାକୁ କିପରି ସେବନ କରିବା ଉଚିତ । ବନ୍ଧୁଗଣ ରାତିରେ ଶୋଇବା ପୂର୍ବରୁ କିଛି ପାଣି ନେଇ ସେଥିରେ ଏକ କିମ୍ବା ଦୁଇ ଚାମଚ ମେଥି ଦାନା ପକାଇ ଦିଅନ୍ତୁ ।

ଏହା ପରେ ସକାଳେ ଉଠିବା ପରେ ଆପଣ ଏହାକୁ ଚୋବାଇ ଚୋବାଇ କରି ଖାଆନ୍ତୁ ଏବଂ ଏହାର ପାଣି କୁ ଆପଣ ବାସୀ ମୁହଁ ରେ ପିଇ ଦିଅନ୍ତୁ । ଯଦି ଆପଣ ଚାହିଁବେ ତେବେ ଏହାକୁ ଅଳ୍ପ ମାତ୍ରା ରେ ଗରମ କରି ମଧ୍ୟ ପିଇ ପାରିବେ । ଏହା କୁ ସେବନ କରିବା ଦ୍ବାରା ଆପଣଙ୍କ ର ବାତ, ଆଣ୍ଠୁଗଣ୍ଠି ଏବଂ ହାଡ଼ ଜନିତ ସମସ୍ତ ରୋଗ ରୁ ମୁକ୍ତି ମିଳିଥାଏ । ତେବେ ବନ୍ଧୁଗଣ ଏହାକୁ ଆପଣ ଘରେ ପ୍ରସ୍ତୁତ କରି ନିଶ୍ଚିତ ବ୍ୟବହାର କରନ୍ତୁ ଏଥିରୁ ଆପଣଙ୍କୁ ବହୁତ ଲାଭ ମିଳିବ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।