ହାଡ ଗୁଡିକରୁ କଟ – କଟ ଶବ୍ଦ ଆସୁଥିଲେ, କରନ୍ତୁ ନାହିଁ ଏହାକୁ ନଜର ଅନ୍ଦାଜ, କରନ୍ତୁ ଏହି ଜିନିଷର ସେବନ, ତୁରନ୍ତ ମିଳିବ ଆରାମ

ଯଦି ଆପଣଙ୍କର ବସିବା – ଠିଆ ହେବା ସମୟରେ କିମ୍ବା ଚାଲିବା – ଦୌଡିବା ସମୟରେ ଶରୀରର ଗଣ୍ଠି ଗୁଡିକରୁ ଆବାଜ ଆସୁଛି ତେବେ ଆପଣ ଏହାକୁ ନଜର ଅନ୍ଦାଜ କରନ୍ତୁ ନାହିଁ । କାରଣ ଏହି ଆବାଜ ଆସିବା ଏହି କଥାର ସଙ୍କେତ ଦେଇଥାଏ କି ଆପଣଙ୍କ ଗଣ୍ଠି ଗୁଡିକରେ କୌଣସି ପ୍ରକାରର ଅସୁବିଧା ଅଛି । ଗଣ୍ଠି ଗୁଡିକରୁ କଟ – କଟ ଆବାଜ ଆସିବା ଦ୍ଵାରା ଆପଣ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ଓ ଏହା ସହିତ ତଳେ ଦିଆଯାଇଥିବା ଘରୋଇ ଉପାୟକୁ ବି ଆପଣାନ୍ତୁ ।

କାହିଁକି ଆସିଥାଏ ଗଣ୍ଠି ଗୁଡିକରୁ କଟ କଟ ଆବାଜ

ଗଣ୍ଠି ଗୁଡିକରୁ ଆବାଜ ଆସିବା ପଛରେ ବିଭିନ୍ନ କାରଣ ଅଛି ଓ ସାଧାରଣତଃ ଗଣ୍ଠି ଗୁଡିକ କମଜୋର ହେବା ଦ୍ଵାରା ହିଁ ଗଣ୍ଠି ଗୁଡିକରୁ କଟ କଟ ଆବାଜ ଆସିଥାଏ । ଏହା ଛଡା କେତେ ଥର ଗଣ୍ଠି ଗୁଡିକର ହାଡ ଗୁଡିକରେ ଗ୍ୟାପ ଥିବା କାରଣରୁ ବି ଗଣ୍ଠି ଗୁଡିକରୁ କଟ କଟ ଆବାଜ ଆସିବାକୁ ଲାଗିଥାଏ ।

ଯଦି ଗଣ୍ଠି ଗୁଡିକରୁ କଟ କଟ ଆବାଜ ଆସୁଛି ତେବେ କରନ୍ତୁ ଏହି ଉପାୟ –

ମେଥିର ସେବନ କରନ୍ତୁ

ମେଥିର ଦାନା ହାଡ ଗୁଡିକ ପାଇଁ ଉତ୍ତମ ଅଟେ । ଏହାକୁ ଖାଇବା ଦ୍ଵାରା ହାଡ ଗୁଡିକ ମଜବୁତ ହୋଇଥାଏ । ସେଥିପାଇଁ ଗଣ୍ଠି ଗୁଡିକରୁ ଯଦି କଟ କଟ ଆବାଜ ଆସୁଛି ତେବେ ଆପଣ ମେଥିର ସେବନ କରନ୍ତୁ ।

ଏହିଭଳି ଭାବରେ କରନ୍ତୁ ମେଥିର ସେବନ

ଆପଣ ଗୋଟିଏ ଚାମଚ ମେଥିର ଦାନାକୁ ପାଣିରେ ଭିଜାଇ ରାତିରେ ରଖି ଦିଅନ୍ତୁ । ତାହା ପର ଦିନ ସକାଳୁ ଉଠି ଏହି ପାଣିକୁ ଛାଣି ପିଇ ନିଅନ୍ତୁ । ପ୍ରଥମେ ଆପଣ ବତୁରା ହୋଇଥିବା ମେଥିକୁ ଖାଆନ୍ତୁ ଓ ଏହା ପରେ ସେହି ପାଣିକୁ ପିଇ ନିଅନ୍ତୁ । ଏହାକୁ ନିୟମିତ ରୂପରେ ସେବନ କରିବା ଦ୍ଵାରା ଆପଣଙ୍କ ଗଣ୍ଠି ଗୁଡିକରୁ ଆବାଜ ଆସିବା ବନ୍ଦ ହୋଇଯିବ ।

କ୍ଷୀର ପିଅନ୍ତୁ

କ୍ଷୀର ହାଡ ପାଇଁ ଲାଭଦାୟକ ହୋଇଥାଏ ଓ ସବୁଦିନ କ୍ଷୀର ପିଇବା ଦ୍ଵାରା ହାଡ ଗୁଡିକ ମଜବୁତ ହୋଇଥାଏ । କହିବାକୁ ଗଲେ କ୍ଷୀରରେ କ୍ୟାଲସିୟମ ଥାଏ ଓ କ୍ୟାଲସିୟମ ହାଡ ପାଇଁ ଭଲ ଅଟେ ।

ଗୁଡ – ଚଣା ଖାଆନ୍ତୁ

ଯଦି ଆପଣଙ୍କର ଗଣ୍ଠି ଗୁଡିକରୁ କଟ କଟ ଆବାଜ ଆସୁଛି ତେବେ ଆପଣ ଭଜା ହୋଇଥିବା ଚଣାର ସେବନ ଆରମ୍ଭ କରି ଦିଅନ୍ତୁ ।

ଏହିଭଳି ଭାବରେ କରନ୍ତୁ ଚଣାର ସେବନ

ଆପଣ ସବୁଦିନ ଗୋଟିଏ ପାତ୍ର ହିସାବରେ ଭଜା ହୋଇଥିବା ଚଣା ସହିତ ଗୁଡ ଖାଆନ୍ତୁ । ଗୁଡ ସହିତ ଭଜା ଚଣା ଖାଇବା ଦ୍ଵାରା ହାଡ ଗୁଡିକରୁ କଟ କଟ ଆବାଜ ଆସି ନ ଥାଏ ।

ପନିର ର ସେବନ କରନ୍ତୁ

ନିୟମିତ ରୂପରେ କଞ୍ଚା ପନିର ସେବନ କରିବା ଦ୍ଵାରା ଆପଣଙ୍କ ଗଣ୍ଠି ଗୁଡିକୁ ଶକ୍ତି ମିଳିଥାଏ ଓ କଟ କଟ ଆବାଜରୁ ବି ଆପଣଙ୍କୁ ଆରାମ ମିଳିଥାଏ ।