ଗୁରୁବାର ରେ ଏହି ଉପାୟ କଲେ ସ୍ବାମୀ ଓ ସ୍ତ୍ରୀ ଙ୍କ ମଧ୍ୟ ରେ ଜୀବନ ସାରା ଝଗଡ଼ା ହେବନି

ସ୍ବାମୀ ଓ ସ୍ତ୍ରୀ ଙ୍କ ସମ୍ପର୍କ ପ୍ରେମର ମୂଳଦୁଆ ଅଟେ। ପ୍ରେମ ଦିଜଣଙ୍କୁ ଏକାଠି ରଖିଥାଏ ।  ପ୍ରେମ ଥିଲେ ଘର ମଧ୍ୟ ସୁଖରେ ଭରପୁର ହୋଇଯାଏ ।  କିନ୍ତୁ କେବେ କେବେ ଏମିତି ଝଗଡ଼ା ହୁଏ ଯେ ଦିଜଣଙ୍କ ଭିତରେ ଧୀରେ ଧୀରେ ପ୍ରେମ କମିବାରେ ଲାଗେ ।  ଲଢେଇ ଝଗଡ଼ା ସବୁ ସମ୍ପର୍କରେ ଥାଏ । ହେଲେ ଯଦି ପ୍ରେମ କମି ଯାଏ, ତ ଚିନ୍ତା ହେବା ସ୍ବାଭାବିକ କଥା ।

ଯଦି ଆପଣ ବି ଏମିତି ଫିଲ୍ କରୁଛନ୍ତି, ସ୍ବାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ଅଶାନ୍ତି ବଢୁଛି, ଆମେ ଆପଣଙ୍କୁ ଏମିତି ଉପାୟ କହିବୁ ଯାହା କଲେ ଆପଣଙ୍କ ବୈବାହିକ ଜୀବନ ରେ ସୁଖ ଶାନ୍ତି ରହିବ ।

ଗୁରୁବାର କୁ ଏହି ଉପାୟ କରିବେ-

ଆମ ଗ୍ରନ୍ଥରେ ଗୁରୁଙ୍କୁ ବିବାହ ର ଦେବତା ବୋଲି କୁହାଯାଏ ।  ଯାହାଙ୍କ ବିବାହ ହେଇ ପାରୁନି ବା ବୈବାହିକ ଜୀବନରେ ଅଶାନ୍ତି ଲାଗିରହିଛି ସେମାନଙ୍କୁ ଏ ଉପାୟ କରିବା ଉଚିତ୍ । ଗୁରୁବାର ଦିନ ଗୁରୁଙ୍କ ବାର ହୋଇଥାଏ ।  ଏହି ଦିନ ବିଷ୍ଣୁ ଭଗବାନ ଙ୍କ ଉପାସନା କଲେ ଭଲ ଫଳ ମିଳେ ।

ଝଗଡ଼ା ରୁ ରକ୍ଷା ପାଇଁ କଣ କରିବେ-

ଗୁରୁବାର ଦିନ ସବୁବେଳେ ସକାଳୁ ଗାଧେଇ ସାରି ନାଭି ଓ ମଥାରେ କେଶର ତିଳକ ଲଗାନ୍ତୁ ଏବଂ କେଶର ଖାଇବାରେ ମଧ୍ୟ ବ୍ୟବହାର କରନ୍ତୁ ।

ଏହି ଜିନିଷ ସବୁ ଦାନ କରନ୍ତୁ-

ଗୁଡ଼, ବୁନ୍ଦି ର ଲଡୁ, ହଳଦିଆ ଫୁଲ, କଦଳୀ,ହଳଦିଆ ଚନ୍ଦନ, ହଳଦୀ, ଧାର୍ମିକ ପୁସ୍ତକ,ହଳଦିଆ ମିଠା ଓ ଘିଅ ଗୁରୁବାର ଦିନ ଦାନ କରନ୍ତୁ ।