ନିଜର ପରିଚୟ ଲୁଚାଇ ରହୁଥିବା ଅଜଣା ବାବା ହିଁ ଥିଲେ ସୁଭାଷ ଚନ୍ଦ୍ର ବୋସ, ଆମେରିକା ଏକ୍ସପର୍ଟଙ୍କର ଦାବି କି …

ଦେଶର ବଡ କ୍ରାନ୍ତିକାରୀ ପଲିଟିକାଲ ଲିଡର ସୁଭାଷ ଚନ୍ଦ୍ର ବୋସଙ୍କ ବିଷୟରେ ସମସ୍ତେ ଜାଣିଛନ୍ତି । କୁହାଯାଏ କି ବିଦେଶରୁ ଭାରତକୁ ଆସୁଥିବା ସମୟରେ ତାଙ୍କର ପ୍ଲେନ କ୍ରାଶ ହୋଇଯାଇଥିଲା ଓ ଆଜାଦିର ଦୁଇ ବର୍ଷ ପୂର୍ବେ ହିଁ ତାଙ୍କର ନିଧନ ହୋଇଯାଇଥିଲା । କିନ୍ତୁ କିଛି ଲୋକମାନଙ୍କର କହିବା ଅଟେ କି ତାଙ୍କର ମୁର୍ତ୍ୟୁର କୌଣସି ପ୍ରମାଣ ମିଳି ନାହିଁ ଏବଂ ସେ ଆଜି ବି ଜୀବିତ ଅଛନ୍ତି ।  କିନ୍ତୁ କିଛି ବର୍ଷ ହେବ ଲୋକମାନଙ୍କର କହିବା ଅଟେ ନିଜର ପରିଚୟ ଲୁଚାଇ ରହୁଥିବା ଗୁମନାମୀ ବାବା ହିଁ ସୁଭାଷ ଚନ୍ଦ୍ର ବୋସ ଅଟନ୍ତି ।

ନିଜର ପରିଚୟ ଲୁଚାଇ ରହୁଥିବା ଗୁମନାମୀ ବାବା ହିଁ ଥିଲେ ସୁଭାଷ ଚନ୍ଦ୍ର ବୋସ

ଏହି କାହାଣୀର ଆରମ୍ଭ ସେପ୍ଟେମ୍ବର, ୧୯୮୫ରେ ହୋଇଥିଲା । ଯେତେବେଳେ ଆଯୋଧ୍ୟା ସହରରେ ଶିବିଲ ଲାଇନ୍ସ ସ୍ଥିତ ରାମ ଭବନରେ ଗୁମନାମୀ ବାବା ବା ଭଗବାନଙ୍କର ମୃତ୍ୟୁ ହୋଇଗଲା । ସେତେବେଳେ ଗୁମନାମୀ ବାବାଙ୍କର ମୃତ୍ୟୁର ଦୁଇ ଦିନ ପରେ ଗୋପନୀୟ ଭାବରେ ତାଙ୍କର ଅନ୍ତିମ ସଂସ୍କାର କରଯାଇଥିଲା ।

ତାଙ୍କର ମୁର୍ତ୍ୟୁ ପରେ କିଛି ଲୋକମାନେ ତାଙ୍କର ଜିନିଷପତ୍ର ସବୁ ପାଇଥିଲେ ଓ ଏହା ପରେ କିଛି ଲୋକମାନଙ୍କର କହିବା ଅଟେ କି ସେ କୌଣସି ସାଧାରଣ ବ୍ୟକ୍ତି ନୁହନ୍ତି ସେ ସୁଭାଷ ଚନ୍ଦ୍ର ବୋସ ଅଟନ୍ତି ।

ଅଯୋଧ୍ୟାରେ ଗୁମନାମୀ ବାବା ଯେଉଁ ଯେଉଁ ଜାଗାରେ ରହିଛନ୍ତି ସେହି ସବୁ ଜାଗାରେ ରହିବାର ଉପାୟ ବହୁତ ଗୁପ୍ତ ଥିଲା । ସେହି ଅଞ୍ଚଳର ଲୋକମାନଙ୍କର କହିବା ଅଟେ କି ଗୁମନାମୀ ବାବା ଏହି ଅଞ୍ଚଳରେ ପାଖାପାଖି ୧୫ ବର୍ଷ ହେବ ରହିଥିଲେ । ୧୯୭୦ରେ ଗୁମନାମୀ ବାବା ଫୈଜାବାଦ ପହଞ୍ଚିଥିଲେ ଓ ଏହା ପରେ ସେ ଅଯୋଧ୍ୟାର ଲାକୋଠୀରେ ଏକ ଭଡାଘରେ ରହୁଥିଲେ ।

ଆପଣଙ୍କୁ କହିଦେଉଛୁ କି ଗୁମନାମୀ ବାବା ଯେଉଁ ରାମ ଭବନରେ ରହୁଥିଲେ ସେଠିକାର ମାଲିକ ଶକ୍ତି ସିଂହଙ୍କର କହିବା ଅଟେ କି ସହରର ଚିକିଶ୍ଚକ ଡା. ଆର.ପି ମିଶ୍ରଙ୍କ ଜରିଆରେ ଗୁମନାମୀ ବାବାଙ୍କର ସମ୍ପର୍କ ନଗରର ମଜିଷ୍ଟ୍ରେଟ ଓ ଦାଦା ଠାକୁର ଗୁରୁଦତ୍ତ ସିଂହଙ୍କ ସହିତ ଥିଲା । ଶକ୍ତି ସିଂହଙ୍କ କହିବା ଅଟେ କି ତାଙ୍କୁ ଦେଖା କରିବା ପାଇଁ ବହୁତ କମ ଲୋକ ଆସୁଥିଲେ ଏବଂ କିଛି ଲୋକମାନେ ରାତିରେ ଆସୁଥିଲେ ଓ ସକାଳେ ଯାଉଥିଲେ ।

ତାଙ୍କ ନାମରେ ଚିଠି ବି ଆସୁଥିଲା ଓ ସେ ପରଦା ପଛରେ ରହି ଲୋକମାନଙ୍କ ସହ କଥାବାର୍ତ୍ତା କରୁଥିଲେ । ଗୁମନାମୀ ବାବାଙ୍କୁ ଇଂଗ୍ଲିଶ, ଜର୍ମାନ, ବଙ୍ଗଳା ସହିତ ବିଭିନ୍ନ ଭାଷା ବି ଜଣାଥିଲା ।

କିନ୍ତୁ ବର୍ତ୍ତମାନ ସୁଧା କୌଣସି ଠୋସ ପ୍ରମାଣ ତ ମିଳି ନାହିଁ କି ଗୁମନାମୀ ବାବା ହିଁ ସୁଭାଷ ଚନ୍ଦ୍ର ବୋସ ଥିଲେ । କିନ୍ତୁ ଗୋଟିଏ ନୂଆ ବହି ଏହା କହିଛି କି ଆମେରିକାର ଗୋଟିଏ ହ୍ୟାଣ୍ଡରାଇଟିଙ୍ଗ ଏକ୍ସପର୍ଟ ସୁଭାଷ ଚନ୍ଦ୍ର ବୋସ ଓ ଗୁମନାମୀ ବାବାଙ୍କର ହ୍ୟାଣ୍ଡରାଇଟିଙ୍ଗ ର ଯାଞ୍ଚ କରିଥିଲେ । ଏହି ହ୍ୟାଣ୍ଡରାଇଟିଙ୍ଗ ଗୋଟିଏ ବ୍ୟକ୍ତିର ହିଁ ଅଟେ ବୋଲି ସେମାନେ କହିଥିଲେ । ତାଙ୍କ ଘରେ ତାଙ୍କର କିଛି ପୁରୁଣା ଫଟୋ ବି ଥିଲା । ଏହା ସବୁ ପ୍ରମାଣିତ କରେ କି ଗୁମନାମୀ ବାବା ଓ ନେତାଜୀ ସୁଭାଷ ଚନ୍ଦ୍ର ବୋସ ଜଣେ ବ୍ୟକ୍ତି ଥିଲେ ।