ଯଦି ଧନୀ ହେବାକୁ ଚାହୁଁଛନ୍ତି ତ କରନ୍ତୁ ଗୁଜୁରାତିର ଏହି ସହଜ ଉପାୟ

ଆଜି ଆମେ ଆପଣଙ୍କୁ ଗୁଜୁରାତି ସହତ ଜଡିତ ଏମିତି ଏକ ଚମତ୍କାରୀ ଉପାୟ ବିଷୟରେ କହିବୁ ଯାହାକୁ କରିବା ଦ୍ଵାରା ଆପଣଙ୍କ ସମକ୍ଷରେ ଉନ୍ନତିର ସମସ୍ତ ରାସ୍ତା ଖୋଲିଯିବ । ଏହା ସହିତ ଆପଣଙ୍କ ଜୀବନରେ କେବଳ ଖୁସି ହିଁ ଖୁସି ଆସିବ । ଭାଗ୍ୟ ଆପଣଙ୍କର ସାଥ ଦେବ । କିନ୍ତୁ ଧ୍ୟାନ ରଖନ୍ତୁ ଏହି ଉପାୟକୁ କରୁଥିବା ସମୟରେ କେହି ବି ଆପଣଙ୍କୁ ଦେଖନ୍ତୁ ନାହିଁ ।

ଏହି ଉପାୟକୁ କରିବା ପାଇଁ ପ୍ରଥମେ ଆପଣ ଗୋଟିଏ ସବୁଜ ଗୁଜୁରାତି ନେଇ ଆସନ୍ତୁ । ଏହି ଗୁଜୁରାତିକୁ ଧରି ଆପଣ ନିଜର ପୂଜା ଘର ସାମ୍ନାରେ ବସି ଯାଆନ୍ତୁ । ବର୍ତ୍ତମାନ ଆପଣ ଦୁଇ ହାତ ଯୋଡି ଗୁଜୁରାତିକୁ ଧରି ଆଖି ବନ୍ଦ କରି ‘ଓଁ ଶ୍ରୀଂ ଶ୍ରୀୟେ ନମଃ’ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ ।

ଏହି ମନ୍ତ୍ରକୁ ଜପ କରିବା ସମୟରେ ଧ୍ୟାନ ରଖିବେ କି କେହି ବି ଆପଣଙ୍କୁ ବାଧା ଦେବେ ନାହିଁ । ଏହି ମନ୍ତ୍ରକୁ ଜପ କରି ସାରିବା ଆପଣ ଏହି ଗୁଜୁରାତିକୁ ନିଜର ଡାହାଣ ହାତରେ ଭଲ ଭାବରେ ମୁଠି କରି ଧରି ରଖନ୍ତୁ । ଏହା ପରେ ଆପଣ ନିଜର ପୁରା ଘରକୁ ସାତ ଥର ବୁଲି ଯାଆନ୍ତୁ ଓ ପୁଣି ପୂଜା ଘର ସାମ୍ନାରେ ଆସି ବସି ଯାଆନ୍ତୁ ।

ଏହା ପରେ ଗୋଟିଏ ନାଲି ରଙ୍ଗର କପଡା ଆଣି ସେଥିରେ ଏହି ସବୁଜ ଗୁଜୁରାତିକୁ ରଖି ସେହି କପଡାକୁ ଏକ ନାଲି ରଙ୍ଗର ସୂତାରେ ବାନ୍ଧି ସେହି କପଡାକୁ ଘରର ଏମିତି ଏକ ଜାଗାରେ ଲୁଚାଇ ଦିଅନ୍ତୁ ଯାହାକୁ କେହି ବି ଦେଖି ପାରିବେ ନାହିଁ କି ଖୋଜି ପାରିବେ ନାହିଁ । ଏହା ପ୍ରତି ନିଶ୍ଚିତ ଧ୍ୟାନ ରଖନ୍ତୁ ।

ଏହି ଉପାୟକୁ ଆପଣ ଯେ କୌଣସି ଦିନ ଓ ଯେ କୌଣସି ସମୟରେ କରି ପାରିବେ । ଏହା ପରେ ଯେଉଁ ଦିନ ଆପଣ ଏହି ଉପାୟକୁ କରିବେ ସେହି ଦିନ ଠାରୁ ୨୧ ଦିନ ପର୍ଯ୍ୟନ୍ତ ସେହି ନାଲି କପଡାକୁ ବାହାର କରି ତାକୁ ପାଣିରେ ବିସର୍ଜନ କରି ଦିଅନ୍ତୁ କିମ୍ବା ଆପଣ ଏହାକୁ କୌଣସି ଗଛର ମୂଳରେ ବି ପୋତି ପାରିବେ । ଏହିଭଳି କରିବା ଦ୍ଵାରା ଆପଣଙ୍କ ଘର ଧନଧାନ୍ୟରେ ପରିପୂର୍ଣ ହୋଇଯିବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।