ଗୁଜରାଟ ରେ ଜଣେ ମୁସଲମାନ ବ୍ୟକ୍ତି ମନ୍ଦିର ତିଆରି ପାଇଁ କରିଥିଲେ ଏମିତି କାମ, ଜାଣିଲେ ଆପଣବି କରିବେ ସଲାମ

ଉତ୍ତର ପୂର୍ବ ଦିଲ୍ଲୀ ରେ ହେଇଥିବା ହିଂସାକାଣ୍ଡ ରେ 48 ଲୋକଙ୍କ ମୃତ୍ୟୁ ହୋଇଥିଲା । ଏହି ବିପଦ ସମୟରେ ହିନ୍ଦୁ ଓ ମୁସଲମାନ ଦୁହେଁ ଦୁହିଁଙ୍କୁ ସାହାଯ୍ୟ କରିଥିଲେ । ଏମିତି ହେବା ସ୍ଵାଭାବିକ କାରଣ ଆମ ଦେଶ ଭାତ୍ରୁଭାବ ଓ ଏକତା ପାଇଁ ଚିହ୍ନା ଯାଏ । ଏହିପରି ଏକ ଘଟଣା ଗୁଜରାଟ ରେ ମଧ୍ୟ ସାମ୍ନାକୁ ଆସିଥିଲା, ଯେଉଁଠି ଜଣେ ମୁସଲମାନ ମନ୍ଦିର ତିଆରି ପାଇଁ ଟଙ୍କା ଜମା କରି ଭାରତର ବିବିଧତା ରେ ଏକତା ରେ ସଂସ୍କୃତି ର ଉଦାହରଣ ସୃଷ୍ଟି କରିଥିଲେ ।

ANI ଖବର ଅନୁସାରେ, ତାମିଲନାଡ଼ୁର ପରିପଟ୍ଟି ଗାଁ ରୁ ଆସିଥିବା ଏହ ମୁସଲମାନ ଅବଦୁଲ ଖୁଦା ମହମ୍ମଦ ହନିଫ ଶେଖ ଏବେ ଗୁଜରାଟ ର ଭରୁଚ ଜିଲ୍ଲା ର ପୀରାମନ ଗାଁ ରେ ରହୁଛନ୍ତି । ସେ ପରିପଟ୍ଟି ଗାଁ ରେ ମନ୍ଦିର ତିଆରି ପାଇଁ 3 ଲକ୍ଷ ଟଙ୍କା ଏକାଠି କରିଛନ୍ତି ।

ସେ ଏମିତି କରିବା ପାଇଁ ସେବେ ପଦକ୍ଷେପ ନେଲେ, ଯେବେ ତାଙ୍କ ଗାଁର ଏକ ସାଙ୍ଗ ବିଜୟ କୁମାର ତାଙ୍କଠୁ ସାହାର୍ଯ୍ୟ ମାଗିଥିଲେ । ଶେଖଙ୍କ କହିବା ଅନୁସାରେ, ବିଜୟ କୁମାର ତାଙ୍କୁ 4 ମାସ ପୂର୍ବରୁ କହିଥିଲେ ଓ 10 ଦିନ ପରେ ଆସିଥିଲେ । ବାପି ଠୁ ଆରମ୍ଭ କରି ମେହସାଣା ଯାଏ ଏମିତିକି ତାଙ୍କର ଏଇ ଗାଁ ରେ ମଧ୍ୟ କେତେ ମାଡ୍ରାସୀ ଅଛନ୍ତି । ସେ ସେମାନଙ୍କ ପାଖକୁ ଯାଇ ଏହିପରି 3ଲକ୍ଷ ଟଙ୍କା ଏକାଠି କରିଛନ୍ତି ।

ବିଜୟ କୁମାରଙ୍କ କହିବା ଅନୁସାରେ ମଧ୍ୟ ସେ ତାଙ୍କ ବନ୍ଧୁ ଶେଖଙ୍କ ସହ 10 ଦିନ ଯାଏ ଗୁଜରାଟ ରେ ରହିଥିଲେ ଓ 3ଲକ୍ଷ ଟଙ୍କା ଯୋଗାଡ କରିଥିଲେ । ସେ କହିଛନ୍ତି ଯେ ସେ ତାଙ୍କୁ ସାହାର୍ଯ୍ୟ ମାଗିଥିଲେ । ତେଣୁ ଗୁଜରାଟ ରେ 10 ଦିନ ଯାଏ ରହି ତାଙ୍କ ସହ ଲୋକଙ୍କ ପାଖକୁ ଯାଇ 3ଲକ୍ଷ ଟଙ୍କା ଏକାଠି କରିଥିଲୁ । ଆମ ଗାଁ ରେ ହିନ୍ଦୁ ମୁସଲମାନ ଯେମିିତି ରୁହନ୍ତି, ସେମିତି କେହିବି ରୁହନ୍ତିନି । ଆମେ ସମସ୍ତେ ବନ୍ଧୁ ପରି ରହିଥାଉ ।

ଆମେ ଏହା କହିବୁ ଯେ ବିବିଧତା ରେ ଏକତା ଭାରତର ସୌନ୍ଦର୍ଯ୍ୟ ଅଟେ । ଯେଉଁଠି ସବୁ ଧର୍ମର ଲୋକ ସ୍ନେହ ଶ୍ରଦ୍ଧା ଓ ଭାତୃତ୍ବ ଭାବରେ ଏକାଠି ହୋଇ ରୁହନ୍ତି ।