ଗୋଟିଏ ଓଭରରେ 7ଟି ଛକା ମାରି ସର୍ବାଧିକ 43 ରନ୍ ସହ ବିଶ୍ଵ ରେକର୍ଡ କଲେ ଏହି ପ୍ରତିଭାବାନ ଭାରତୀୟ କ୍ରିକେଟର, 50 ଓଭର ମ୍ଯାଚରେ ମାରିଲେ ଦ୍ଵିଶତକ

ଗୋଟିଏ ଓଭରରେ 7 ଛକା ସହ 43 ରନ୍ । ଏହା ଏଭଳି ଏକ ରେକର୍ଡ ଯାହା କେହି କେବେବି କ୍ରିକେଟ ଇତିହାସରେ ଛାପିବା କଥା କଳ୍ପନା ସୁଦ୍ଧା କରି ନଥିବେ । ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏଭଳି ଏକ ଇତିହାସ ରଚିଛନ୍ତି ଜଣେ ଭାରତୀୟ କ୍ରିକେଟର । ଯାହାଙ୍କୁ ଟିମ୍ ଇଣ୍ଡିଆରେ ସାମିଲ ତ କରା ଯାଇଥିଲା କିନ୍ତୁ ଖେଳିବାକୁ ମଉକା ଦିଆଯାଇ ନଥିଲା । ଆମେ କଥା ହେଉଛୁ, ଚେନ୍ନାଇ ସୁପରକିଙ୍ଗସ୍ ର ଷ୍ଟାର ବ୍ୟାଟର ଋତୁରାଜ ଗାଇକୱାଡଙ୍କ କଥା ।

ବିଜୟ ହଜାରେ ଟ୍ରଫିରେ ଦମଦାର ପ୍ରଦର୍ଶନ ଜାରି ରଖିଥିବା ଋତୁରାଜ ଏଭଳି ଏକ ଶାନଦାର ଇନିଂସ ଖେଳି ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ଦିନିକିଆ ମ୍ଯାଚରେ ଦ୍ଵିଶତକ ମାରିବା ସହ ଗୋଟିଏ ଓଭରରେ ଲଗାତାର 7ଟି ଛକା ମାରିଛନ୍ତି ଋତୁରାଜ । କ୍ରିକେଟ ଜଗତରେ ରେକର୍ଡ ବନିବା ଓ ଭାଙ୍ଗିବା ଜାରି ରହିଥାଏ । କିନ୍ତୁ ଋତୁରାଜ ଗାଇକୱାଡ ଏଭଳି ଏକ ରେକର୍ଡ କରିଛନ୍ତି ଯାହା ହୁଏତ ଆଉ କେବେ କେହି କ୍ରିକେଟ ଇତିହାସରେ ଲେଖିପାରିବେ ନାହିଁ ।

ଋତୁରାଜଙ୍କ ପୂର୍ବରୁ କ୍ରିକେଟ ଜଗତରେ ଆଉ କେହିବି ଗୋଟିଏ ଓଭରରେ 7ଟି ଛକା ମାରିବାର ରେକର୍ଡ କରିନାହାନ୍ତି । ବିଜୟ ହଜାରେ ଟ୍ରଫିରେ ମହରାଷ୍ଟ୍ର ତରଫରୁ ଖେଳୁଥିବା ଋତୁରାଜ ଗାଇକୱାଡ ଉତ୍ତରପ୍ରଦେଶ ବିପକ୍ଷରେ କ୍ଵାର୍ଟର ଫାଇନାଲ ମ୍ଯାଚରେ ଏଭଳି ଏକ ଐତିହାସିକ ରେକର୍ଡ ନିଜ ନାଁରେ କରିଛନ୍ତି । ଚଉକା ଠାରୁ ଅଧିକ ଛକା ମାରିଥିବା ଋତୁରାଜ ଏହି ମ୍ଯାଚରେ ସମୁଦାୟ 159 ବଲ ଖେଳି ଅପରାଜିତ 220 ରନ୍ କରିଥିଲେ ।

109 ରନରେ ପ୍ରଥମ ଶତକ ବନେଇଥିବା ବେଳେ ପରେ ଆଉ ମାତ୍ର 50 ରନରେ 120 ରନ୍ ସ୍କୋର କରିଥିଲେ ଋତୁରାଜ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ଯାଚରେ ଋତୁରାଜ ଗାଇକୱାଡ 49ତମ ଓଭରରେ ଏଭଳି ଏକ ରେକର୍ଡ କରିଛନ୍ତି । ୟୁପି ର ବୋଲର ଶିବା ସିଂଙ୍କୁ ଗୋଟିଏ ଓଭରରେ 7ଟି ଛକା ମାରିଛନ୍ତି ଋତୁରାଜ । ଋତୁରାଜ 49ତମ ଓଭରର ପ୍ରଥମ ଚାରୋଟି ବଲରେ ଛକା ମାରିଥିଲେ ।

ପଞ୍ଚମ ବଲ ନୋ-ବଲ ଥିବାବେଳେ ଏହି ବଲରେ ମଧ୍ୟ ସେ ଛକା ଲଗେଇଥିଲେ । ଫ୍ରି-ହିଟ୍ ରେ ମିଳିଥିବା 6 ନଂ ବଲରେ ବି ଛକା ଲଗେଇଥିଲେ ଋତୁରାଜ ଏବଂ ଓଭରର ଶେଷ ବଲରେ ବି ଋତୁରାଜ ପୁଣି ଥରେ ବଲକୁ ବାଉଣ୍ଡେରି ବାହାରକୁ ପଠେଇ ଦେଇଥିଲେ । ଋତୁରାଜଙ୍କ ଏହି ଶାନଦାର ବ୍ୟାଟିଂ ଯୋଗୁଁ ମହରାଷ୍ଟ୍ର ୟୁପି ସାମ୍ନାରେ 330 ରନ୍ ର ବିଶାଳ ଲକ୍ଷ୍ୟ ରଖିଥିଲା ।

ପୂର୍ବତନ ଭାରତୀୟ କ୍ରିକେଟର ତଥା କୋଚ୍ ରବି ଶାସ୍ତ୍ରୀ ମଧ୍ୟ ପୂର୍ବରୁ ଘରୋଇ କ୍ରିକେଟରେ 6ଟି ବଲରେ 6ଟି ଛକା ମାରିବାର ରେକର୍ଡ କରିଥିବା ବେଳେ ଆନ୍ତର୍ଜାତୀୟ ସ୍ତରରେ ସାଉଥ ଆଫ୍ରିକାର ବ୍ୟାଟର ହଶଲ ଗେମ୍ସ ଓ ଟି20 ଫର୍ମାଟରେ ଯୁବରାଜ ସିଂଙ୍କ ସମେତ କାଇରନ ପୋଲାର୍ଡ ମଧ୍ୟ ଏହି ରେକର୍ଡ ନିଜ ନାଁରେ କରି ସାରିଛନ୍ତି ।

50 ଓଭର ମ୍ଯାଚରେ ସର୍ବାଧିକ 16 ଛକା ମାରିବାର ରେକର୍ଡ ପୂର୍ବରୁ ରୋହିତ ଶର୍ମାଙ୍କ ନାଁରେ ଥିବାବେଳେ ଋତୁରାଜ ଗାଇକୱାଡ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ତେବେ ଦେଖାଯାଉ ଲଗାତର ଏଭଳି ଶାନଦାର ପ୍ରଦର୍ଶନ ପରେ ଋତୁରାଜ ପୁଣି ଥରେ ଟିମ୍ ଇଣ୍ଡିଆରେ ସୁଯୋଗ ପାଉଛନ୍ତି କି ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।