ଗୋଟିଏ ମାସ ପୂର୍ବେ ଏହି ଘରେ ହୋଇଥିଲା ବିବାହ ଓ ଏବେ ଉଠିଲା ଯବାନ ପୁଅର ଅର୍ଥୀ, ଦେଶ ସେବା କରୁଥିବା ସମୟରେ ହେଲେ ସହିଦ, ସହିଦ ହେବା ପୂର୍ବରୁ ପାକିସ୍ତାନର…

ରବିବାର ଦିନ ପାକିସ୍ତାନ ତରଫରୁ ହୋଇଥିବା ସୀଜଫାୟରରେ ଆମ ଦେଶର ଏକ ଯବାନ ସହିଦ ହୋଇ ଯାଇଛନ୍ତି । କୁହାଯାଉଛି କି ଯେଉଁ ସମୟରେ ହରି ପୁଛଂର ଶାହପୁରା ସେକ୍ଟରରେ ନିଜର ଡ୍ଯୂଟୀ କରୁଥିଲେ ସେହି ସମୟରେ ପାକିସ୍ତାନ ତରଫରୁ ଲଗାତାର ୨୮ ବମ ପଡିଥିଲା । ଯେଉଁ କାରଣରୁ ହରି ଭାକର ସହିଦ ହୋଇଥିଲେ । ହରି ଭାକର ରାଜସ୍ଥାନର ନିବାସୀ ଅଟନ୍ତି ଏବଂ ତାଙ୍କର ବୟସ ମାତ୍ର ୨୧ ବର୍ଷ ଥିଲା । ବହୁତ କମ ବୟସରେ ସେ ଦେଶର ସୁରକ୍ଷା କରୁଥିଲେ ।

ଶେଷ ନିଶ୍ଵାସ ପର୍ଯ୍ୟନ୍ତ ଶତ୍ରୁକୁ ଦେଲେ ଜବାବ

ପାକିସ୍ତାନ ତରଫରୁ ଲଗାତାର ବମ ପଡୁଥିଲା ଏବଂ ଏହି କାରଣରୁ ସେ ଆଘାତ ମଧ୍ୟ ହୋଇଥିଲେ । ଏହା ସତ୍ବେ ବି ସେ ପାକିସ୍ତାନକୁ କଡା ଜବାବ ଦେଉଥିଲେ । କୁହାଯାଉଛି କି ବମ ଦ୍ଵାରା ଆଘାତ ହୋଇ ହରି ଭାକରଙ୍କର ଏକ ଗୋଡ ଭାଙ୍ଗି ଯାଇଥିଲା । ତଥାପି ସେ ପାକିସ୍ତାନ ସୀମା ଉପରେ ଗୋଲାବାରି କରି ପାକିସ୍ତାନର ୪ ଜଣ ସୈନିକଙ୍କୁ ଜଖ୍ମୀ କରି ଦେଇଥିଲେ । ସେ ନିଜର ଶେଷ ନିଶ୍ଵାସ ପର୍ଯ୍ୟନ୍ତ ପାକିସ୍ତାନ ସହ ଲଢୁଥିଲେ ।

ଫେବ୍ରୁୟାରୀରେ ହୋଇଥିଲା ତାଙ୍କ ଭଉଣୀଙ୍କର ବାହାଘର

୯ ଫେବ୍ରୁୟାରୀ ଦିନ ହରି ଭାକରଙ୍କର ଭଉଣୀର ବିବାହ ହୋଇ ଥିଲା, ଏବଂ ତାଙ୍କ ପରିବାର ମଧ୍ୟରେ ଖୁସିର ବାତାବରଣ ଥିଲା । କିନ୍ତୁ ଠିକ ୧ ମାସ ୫ ଦିନ ପରେ ସେହି ଘରେ ହରି ଭକାରଙ୍କର ଅର୍ଥୀ ଉଠିଲା । କୁହାଯାଉଛି କି ଭଉଣୀର ବାହାଘରର ମାତ୍ର ଚାରି ଦିନ ପରେ ହିଁ ହରି ନିଜର ଡ୍ଯୂଟୀ ଦେବା ପାଇଁ ପୁଂଛ ପାଇଁ ଯାତ୍ରା କରିଥିଲେ । ନିଜ ଘରେ ଭଉଣୀର ବାହାଘରକୁ ଛାଡି ହରି ସୀମା ଉପରେ ଛିଡା ହୋଇ ନିଜ ଦେଶର ସୁରକ୍ଷା କରୁଥିଲେ ।

ପାକିସ୍ତାନ ନିଶାନା କରି 28 ଟି ବାମ ପକେଇଥିଲା

ପାକିସ୍ତାନ ତରଫରୁ ହେଉଥିବା ଗୋଲାବାରି ବିଷୟରେ ସୂଚନା ଦେଇ ନାୟବ ସୂବେଦାର ଚୈନାରାମ କହିଲେ କି ଶନିବାର ଦିନ ସନ୍ଧ୍ୟା ସମୟରୁ ହିଁ ପାକିସ୍ତାନ ତରଫରୁ ଗୋଲାବରୀ କାରାଯାଉଛି । ଏହା ପରେ ଭାରତୀୟ ସେନା ବି ଏହାର କଡା ଜବାବ ଦେଉଛନ୍ତି । ପାକିସ୍ତାନ ଗୋଟିଏ ସ୍ଥାନକୁ ଟାର୍ଗେଟ କରି ୨୮ ଟି ବମ ପକେଇଥିଲା ଏବଂ ଏଥି ମଧ୍ୟରୁ ଗୋଟିଏ ବମ କାନ୍ଥରେ ବାଜି ହରିଙ୍କର ଗୋଡରେ ଲାଗିଥିଲା ।

ଯେଉଁ କାରଣରୁ ସେ ଆଘାତ ମଧ୍ୟ ହୋଇଯାଇଥିଲେ । ତଥାପି ହରି ନିଜର ରକେଟ ଲଞ୍ଚର ଛାଡି ନଥିଲେ ଏବଂ ପାକିସ୍ତାନ ସୀମା ଉପରେ ଗୋଳା ମାରୁଥିଲେ । ପାକିସ୍ତାନର ଚାରି ଜଣ ସୈନିକଙ୍କୁ ଆଘାତ କରିଦେଲେ । ଏହି ସମୟରେ ସେ ବେହୋସ ହୋଇଗଲେ ଏବଂ ତାଙ୍କର ଚିକିସ୍ଛା ଚାଲୁଥିବା ସମୟରେ ତାଙ୍କର ନିଧନ ହୋଇଗଲା ।

ମାତ୍ର ୧୭ ବର୍ଷ ବୟସରେ ଭର୍ତ୍ତି ହୋଇଥିଲେ

ହରି ମାତ୍ର ୧୭ ବର୍ଷ ବୟସରେ ସେନାରେ ଭର୍ତ୍ତି ହେବା ପାଇଁ ଟେଷ୍ଟ ଦେଇଥିଲେ । ଏହି ଟେସ୍ଟକୁ ସେ ଅତି ସହଜରେ ପାସ କରିଥିଲେ । ଏବଂ ୨୦୧୬ରେ ସେନାରେ ସାମିଲ ହୋଇଗଲେ । ତାଙ୍କର ଟ୍ରେନିଙ୍ଗ ପୁରା ହେବ ପରେ ତାଙ୍କର ପ୍ରଥମ ପୋଷ୍ଟିଙ୍ଗ ପୁଂଛର ଶାହପୁରା ସେକ୍ଟରରେ ହୋଇଥିଲା । ଏବଂ ଏହି ସ୍ଥାନରେ ହିଁ ସେ ସହିଦ ହୋଇଛନ୍ତି । ତାଙ୍କର ଭାଇ ସେନାରେ ଏବଂ ଭିଣେଇ ମଧ୍ୟ ଏୟାରଫୋର୍ସରେ ଦେଶର ସେବା କରୁଛନ୍ତି ।