ଜଣେ ଝିଅ ନେପାଳରେ ବାସ କରେ, ତା’ର ବୟସ 26 ବର୍ଷ କିନ୍ତୁ ତା’ ମାଆର ବୟସ 25 ବର୍ଷ, ଏହା କିପରି ସମ୍ଭବ ? ଏହା ସହିତ ଆହୁରି 15 Gk Questions & Answers

ଆପଣ ଯଦି କୌଣସି ପ୍ରତିଯୋଗୀତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ଆଜି ଆମେ ଆପଣଙ୍କ ପାଇଁ କିଛି ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର ନେଇ ଆସିଛୁ । ଏହା ଆପଣଙ୍କୁ କୌଣସି ସାଧାରଣ ଇଣ୍ଟରଭ୍ୟୁରେ ମଧ୍ୟ ସାହାଯ୍ୟ କରିବ । ଏହି ପ୍ରଶ୍ନ ଗୁଡିକର ଉତ୍ତର ନିଜେ ଦେବାକୁ ଚେଷ୍ଟା କରନ୍ତୁ ଏବଂ ଉତ୍ତର ବିଭାଗରେ ଏହାର ସଠିକ ଉତ୍ତର ଦେଖନ୍ତୁ ।

୧- କେଉଁଟି ଭାରତର ସର୍ବବୃହତ ମଧୁର ଜଳର ହ୍ରଦ ?

(କ) ହୁସେନ ସାଗର (ଖ) ଦାଲ ହ୍ରଦ

(ଗ) ନାଗାର୍ଜୁନ ସାଗର (ଘ) ଉଲୁର ହ୍ରଦ

୨- ୧୯୭୧ ମସିହା ଭାରତ-ପାକିସ୍ତାନ ଯୁଦ୍ଧ ପରେ କେଉଁ ଚୁକ୍ତି ସାକ୍ଷର ହୋଇଥିଲା ?

(କ) ତାସକେଣ୍ଟ ଚୁକ୍ତି (ଖ) ଦିଲ୍ଲୀ ଚୁକ୍ତି

(ଗ) ଶିମଳା ଚୁକ୍ତି (ଘ) କୌଣସିଟି ନୁହେଁ

୩- ହୁମାୟୁନଙ୍କ ପିତାଙ୍କ ନାମ କଣ ଥିଲା ?

(କ) ବାବର (ଖ) ଆକବର

(ଗ) ଇବରାହିମ ଲୋଦୀ (ଘ) ଶେରଶାହ ସୂରୀ

୪- “ଦୁଦ୍ଦାବେଟା” ପର୍ବତଶ୍ରୁଙ୍ଗ କେଉଁ ପର୍ବତଶ୍ରେଣୀରେ ଅବସ୍ଥିତ ?

(କ) ଅନ୍ନାମଲ୍ଲାଈ (ଖ) ନୀଲଗିରୀ

(ଗ) କାର୍ଡାମମ (ଘ) ନାଲ୍ଲାମଲ୍ଲା

୫- କେଉଁ ନଦୀକୁ ବାଂଲାଦେଶ ଠାରେ ଯମୁନା ନାମ ଦିଆଯାଇଛି ?

(କ) ଗଙ୍ଗା (ଖ) ଗୋଦାବରୀ

(ଗ) ସିନ୍ଧୁ (ଘ) ବ୍ରହ୍ମପୁତ୍ର

୬- ଭାରତର କେଉଁ ରାଜ୍ୟ ବକ୍ସାଇଟ ଉତ୍ପାଦନରେ ପ୍ରଥମ ?

(କ) ଓଡିଶା (ଖ) ଝାଡଖଣ୍ଡ

(ଗ) ରାଜସ୍ଥାନ (ଘ) କର୍ଣ୍ଣାଟକ

୭- ଭାରତର କେଉଁ ରାଜ୍ୟ କଫି ଉତ୍ପାଦନରେ ପ୍ରଥମ ?

(କ) ତାମିଲନାଡୁ (ଖ) ଆନ୍ଧ୍ରପ୍ରଦେଶ

(ଗ) କର୍ଣ୍ଣାଟକ (ଘ) କେରଳ

୮- ହରିତ କ୍ରାନ୍ତିର ଜନକ (Father ଓଫ Green Revolution) କାହାକୁ କୁହାଯାଏ ?

(କ) ନାର୍ମନ ବୋରଲୌଗ (ଖ) ଏମ. ଏସ. ସ୍ବାମୀନାଥନ

(ଗ) ଭର୍ଗୀଜ କୁରିୟେନ (ଘ) କୌଣସିଟି ନୁହେଁ

୯- କେଉଁ ନଦୀର ଜଳ ବଣ୍ଟନକୁ ନେଇ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଫାରକ୍କା ନଦୀବନ୍ଧ ସୃଷ୍ଟି ହୋଇଛି ?

(କ) ଗଙ୍ଗା (ଖ) ବ୍ରହ୍ମପୁତ୍ର

(ଗ) ଦାମୋଦର (ଘ) ତୀସ୍ତା

୧୦- ନିମ୍ନଲିଖିତ ମଧ୍ୟରୁ କେଉଁ ପର୍ବତ ଶୃଙ୍ଖଳାକୁ “Five Treasures of the Great Snow” କୁହାଯାଏ ?

(କ) ସାତପୁରା (ଖ) କାଞ୍ଚନଜଙ୍ଗା

(ଗ) ନନ୍ଦାଦେବୀ (ଘ) ବିନ୍ଧ୍ଯ

୧୧- କେଉଁ ମୁଗଲ ଶାସକ ସପ୍ତାହର ସାତ ଦିନରେ ୭ଟି ଭିନ୍ନ ଭିନ୍ନ ରଙ୍ଗର ପୋଷାକ ପିନ୍ଧୁଥିଲେ ?

(କ) ଆକବର (ଖ) ଜାହାଙ୍ଗିର

(ଗ) ହୁମାୟୁନ (ଘ) ଔରଙ୍ଗଜେବ

୧୨- ମହାଭାରତ କଥା ଅନୁସାରେ ପାଣ୍ଡବ ମାନଙ୍କ ପିତା ପାଣ୍ଡୁଙ୍କ ମାଆଙ୍କ ନାମ କଣ ଥିଲା ?

(କ) ଅମ୍ବା (ଖ) ଅମ୍ବିକା

(ଗ) ଅମ୍ବାଳିକା (ଘ) ସତ୍ୟବତୀ

୧୩- ୨୦୨୧ ଟୋକିଓ ପାରା ଅଲମ୍ପିକର ସମାପନ ସମାରୋହ (closing ceremony) ରେ କେଉଁ ଭାରତୀୟ ଜାତୀୟ ପତାକା ଧାରଣ କରିଥିଲେ ?

(କ) ଅବନୀ ଲେଖରା (ଖ) ସୁମିତ ଅନ୍ତିଳ

(ଗ) ଟେକ ଚାନ୍ଦ (ଘ) ପ୍ରମୋଦ ଭଗତ

୧୪- ୨୦୨୧ରେ ଟୋକିଓରେ ଆୟୋଜିତ ୧୬ତମ ପାରା ଅଲମ୍ପିକର ଆଦର୍ଶ ବାକ୍ୟ (moto) କଣ ଥିଲା ?

(କ) Fortious, Altius (ଖ) Citius, Altius, Fortius

(ଗ) United by Emotions (ଘ) None of the above

15- ଜଣେ ଝିଅ ନେପାଳରେ ବାସ କରେ । ତା’ର ବୟସ 26 ବର୍ଷ କିନ୍ତୁ ତା’ ମାଆର ବୟସ 25 ବର୍ଷ । ଏହା କିପରି ସମ୍ଭବ ?

ଉ: ଏହାର ଉତ୍ତର ସିଧାସଳଖ ଉତ୍ତର ବିଭାଗରେ ଦେଖନ୍ତୁ ।

ଉତ୍ତର ବିଭାଗ:

୧- (ଘ), ୨- (ଗ), ୩- (କ), ୪- (ଖ), ୫- (ଘ)

୬- (କ), ୭- (ଗ), ୮- (କ), ୯- (କ), ୧୦- (ଖ)

୧୧- (ଗ), ୧୨- (ଗ), ୧୩- (କ), ୧୪- (ଗ)

୧୫- ଏହା ସମ୍ଭବ କାରଣ ସେ ତା’ର ସାବତ ମାଆ ।

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଏହିପରି GK ପ୍ରଶ୍ନୋତ୍ତର ପାଇବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।