ଗୋଟିଏ ଝିଅ କାରଣରୁ ୪୨ ବର୍ଷ ହେବ ବନ୍ଦ ଅଛି ଏହି ରେଲୱେ ଷ୍ଟେସନ, ଭାରତର ଏହି ସହରର ଅଟେ ଏହି ଘଟଣା

ଭାରତରେ ଏମିତି ବହୁତ ଘଟଣା ଘଟିଥାଏ ଯାହା ବିଷୟରେ ଆମକୁ ଓ ଆପଣଙ୍କୁ ଜଣା ନ ଥାଏ । ସବୁ ଘଟଣାର ନିଜର ଏକ କାହାଣୀ ଅଛି । ଏହି ଆଧାରରେ ଆଜି ଆମେ ଆପଣଙ୍କୁ ଏକ ଏମିତି ଅଜବ ଗଜବ ଘଟଣା ବିଷୟରେ କହିବୁ, ଯାହା ବିଷୟରେ ଜାଣିଲେ ଆପଣ ଆଚମ୍ବିତ ହୋଇଯିବେ । କହିବାକୁ ଗଲେ ଭାରତରେ ଏକ ଏମିତି ରେଲୱେ ଷ୍ଟେସନ ଅଛି ଯାହା ଗତ ୪୨ ବର୍ଷ ହେବ ଗୋଟିଏ ଝିଅ ପାଇଁ ବନ୍ଦ ହୋଇ ପଡି ରହିଛି । ଏହା ପଛର କାରଣ ଆଜି ଆମେ ଆପଣଙ୍କୁ କହିବୁ ।

ଗୋଟିଏ ଝିଅ ପାଇଁ ୪୨ ବର୍ଷ ହେବ ବନ୍ଦ ଅଛି ରେଲୱେ ଷ୍ଟେସନ

ପଶ୍ଚିମବଙ୍ଗର ପୁରୁଲିୟା ଜିଲ୍ଲାରେ ଏକ ରେଲୱେ ଷ୍ଟେସନ ଅଛି, ଯାହାର ନାମ ବେଗୁନକୋଡୋର ରେଲୱେ ଷ୍ଟେସନ ଅଟେ । ୧୯୬୦ରେ ଖୋଲିଥିବା ଏହି ରେଲୱେ ଷ୍ଟେସନକୁ ଖୋଲିବା ପାଇଁ ସଂଥାଲର ରାନୀ ଶ୍ରୀମତି ଲାଚନ କୁମାରୀଙ୍କ ମୁଖ୍ୟ ଭୂମିକା ରହିଛି । ଏହି ଷ୍ଟେସନ ଖୋଲିବାର କିଛି ବର୍ଷ ପର୍ଯ୍ୟନ୍ତ ସବୁକିଛି ଠିକ ଚାଲୁଥିଲା କିନ୍ତୁ ହଠାତ ଏଠି ଏକ ଏମିତି ଘଟଣା ହୋଇଗଲା କି ଏହାକୁ ବନ୍ଦ କରିବାକୁ ପଡିଲା ।

ବର୍ଷ ୧୯୬୭ରେ ବେଗୁନକୋଡୋର ର ଏକ ରେଲୱେ କର୍ମଚାରୀ ଷ୍ଟେସନ ଉପରେ ଏକ ଝିଅର ଭୁତ ଦେଖିବାର କଥା କହିଥିଲା ଓ ଏହା ସହିତ ଏକ ଉଡା ଖବର ଥିଲା କି ତାହାର ମୃତ୍ୟୁ ଏହି ଷ୍ଟେସନ ଉପରେ ଏକ ଦୁର୍ଘଟଣାରେ ହୋଇଥିଲା । ଏହା ପର ଦିନ ସେହି ବ୍ୟକ୍ତି ରେଲୱେ କର୍ମଚାରୀ ଲୋକମାନଙ୍କୁ ଏହା ବିଷୟରେ କହିଲା । କିନ୍ତୁ ଲୋକମାନେ ତାହାର ଏହି କଥାକୁ ନଜର ଅନ୍ଦାଜ କରିଦେଲେ ।

ଅସଲ ସମସ୍ୟା ସେତେବେଳେ ଆସିଲା ଯେତେବେଳେ ବେଗୁନକୋଡୋର ଷ୍ଟେସନ ମାସ୍ଟର ଓ ତାଙ୍କର ପରିବାର ରେଲୱେ କ୍ୱାଟରରେ ମୃତ ଅବସ୍ଥାରେ ମିଳିଲେ । ଏଠିକାର ରହୁଥିବା ଲୋକମାନଙ୍କର କହିବା ଅଟେ କି ସେମାନଙ୍କ ମୃତ୍ୟୁ ସେହି ଭୁତ ହାତରେ ହୋଇଥିବ । ଲୋକମାନଙ୍କର କହିବାର ଥିଲା କି ସୂର୍ଯ୍ୟ ଅସ୍ତ ପରେ ଯେତେବେଳେ ଏଠି କୌଣସି ଟ୍ରେନ ଆସିଥାଏ ତେବେ ସେହି ଝିଅର ଆତ୍ମା ସେହି ଟ୍ରେନ ସହ ଦୌଡିବାକୁ ଲାଗେ ।

ଏହା ଛଡା କେତେ ଥର ତାକୁ ଟ୍ରେନ ଆଗରେ ନାଚିବାର ବି ଦେଖା ଯାଇଛି ବୋଲି କୁହାଯାଏ । ଏହି ଘଟଣା ପରେ ବେଗୁନକୋଡୋରକୁ ଭୁତିଆ ରେଲୱେ ଷ୍ଟେସନର ନାମ ଦିଆଗଲା । ଲୋକମାନଙ୍କ ଭିତରେ ଭୁତର ଡର ଏତେ ବଢିଗଲା କି ଧୀରେ ଧୀରେ ଲୋକମାନେ ଏହି ଷ୍ଟେସନକୁ ଆସିବା ବନ୍ଦ କରିଦେଲେ ଓ ରେଲୱେର କୌଣସି କର୍ମଚାରୀ ବି ଏହି ସ୍ଥାନକୁ ଆସିଲେ ନାହିଁ ।

ଏହା ଛଡା ଏଠି କୌଣସି ଟ୍ରେନ ଆଉ ଅଟକିଲା ନାହିଁ, କାରଣ ଡର କାରଣରୁ ଏଠି ନା ହିଁ କୌଣସି ଯାତ୍ରୀ ଟ୍ରେନରେ ଚଢିଥାଏ ଓ ନା ହିଁ କେହି ଏହି ସ୍ଥାନରେ ଟ୍ରେନରୁ ଓଲ୍ହାଇ ଥାଏ । ଏହା ପରେ ଏହି ଷ୍ଟେସନ ଧୀରେ ଧୀରେ ପୁରା ଶୁନଶାନ ହୋଇଗଲା ଓ ଶେଷରେ ଏହି ଷ୍ଟେସନକୁ ବନ୍ଦ କରି ଦିଆଗଲା । କିନ୍ତୁ ୪୨ ବର୍ଷ ପରେ ୨୦୦୯ରେ ଗ୍ରାମବାସୀମାନଙ୍କର କହିବାର ଥିଲା କି ଏହି ଷ୍ଟେସନକୁ ତତ୍କାଳୀନ ରେଳ ମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ ଖୋଲିଥିଲେ ।

କିନ୍ତୁ ସେହି ସମୟ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ କେହି ବି ଏହି ଷ୍ଟେସନରେ ସେହି ଝିଅର ଭୁତକୁ ଦେଖିବାର କଥା କହି ନାହିଁ । କିନ୍ତୁ ସୂର୍ଯ୍ୟ ଅସ୍ତ ହେବା ପରେ କୌଣସି ବି ଟ୍ରେନ ଏଠି ଅଟକି ନ ଥାଏ । କହିବାକୁ ଗଲେ ବର୍ତ୍ତମାନ ଏଠି ୧୦ଟି ଟ୍ରେନ ହିଁ ଅଟକିଥାଏ ।