Love Quiz Game: ବାଛନ୍ତୁ ଏଥି ମଧ୍ୟରୁ ଗୋଟିଏ ଗୋଲାପ (Rose) ଓ ଜାଣନ୍ତୁ ଆପଣଙ୍କ ପ୍ରେମିକ/ପ୍ରେମିକାଙ୍କ ହୃଦୟରେ ଆପଣଙ୍କ ପାଇଁ କଣ ରହିଛି, ରାଗ ନା ପ୍ରେମ ?

ଜ୍ଯୋତିଷ ଅନୁସାରେ ପ୍ରତ୍ଯେକ ମନୁଷ୍ୟଙ୍କ ଠାରେ ଏକ ସ୍ଵତନ୍ତ୍ର ପ୍ରକୃତି ଲୁଚି ରହିଥାଏ । ମନୁଷ୍ୟର ପସନ୍ଦ ଏବଂ ନାପସନ୍ଦରୁ ତା’ର ସ୍ଵଭାବ ଏବଂ ବ୍ୟକ୍ତିତ୍ବ ବିଷୟରେ ଅନେକ କିଛି ଜାଣିହୁଏ । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଗୋଟିଏ ଲଭ ଗେମ୍ ନେଇ ଆସିଛୁ । ଏଥିରେ ରହିଛି ୫ଟି ଗୋଲାପ ଫୁଲର ଚିତ୍ର । ଆପଣଙ୍କ ପ୍ରଥମେ କିଛି ସମୟ ନେଇ ଏଥିରୁ ଗୋଟିଏ ଗୋଲାପ ବାଛନ୍ତୁ ଓ ତାପରେ ଦେଖନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ରହିଛି ।

ଯଦି ଆପଣ ଏକ ନମ୍ବର ଗୋଲାପ ଫୁଲଟିକୁ ବାଛିଛନ୍ତି ତେବେ ଆପଣ ତାଙ୍କ ପାଇଁ ଖୁବ ସୁନ୍ଦର ଅଟନ୍ତି ଓ ତାଙ୍କ ହୃଦୟରେ ଆପଣଙ୍କ ପାଇଁ ବହୁତ ଗଭୀର ଆକର୍ଷଣ ଓ ପ୍ରେମ ରହିଛି । ସେ ଆପଣଙ୍କୁ ବହୁତ ଅଧିକ ଭଲପାନ୍ତି ଓ ଆପଣଙ୍କ ସହ ସାରା ଜୀବନ ରହିବାକୁ ଇଚ୍ଛା କରନ୍ତି । ଆପଣଙ୍କ ପ୍ରେମ ଓ ଖୁସି ହିଁ ତାଙ୍କ ପାଇଁ ସବୁ କିଛି ଅଟେ ।

ଯଦି ଆପଣ ଦୁଇ ନମ୍ବର ଗୋଲାପ ଫୁଲକୁ ବାଛିଛନ୍ତି ତେବେ ଆପଣଙ୍କ ପ୍ରେମୀ ଆପଣଙ୍କର ସବୁଠୁ ଭଲ ବନ୍ଧୁ ଅଟନ୍ତି । ଆଉ ଆପଣଙ୍କ ମଧ୍ୟରେ ଖୁବ ପ୍ରେମ ଓ ସମ୍ମାନ ମଧ୍ୟ ରହିଛି । କିନ୍ତୁ ଏହି ସମୟରେ କୌଣସି ବିଷୟକୁ ନେଇ ଆପଣଙ୍କ ମଧ୍ୟରେ ସାମାନ୍ଯ ମନୋମାଳିନ୍ୟ ଓ ଦୂରତା ଆସି ଯାଇଛି । କିନ୍ତୁ ଚିନ୍ତା କରନ୍ତି ନାହିଁ, ଏହା ବହୁତ ଶୀଘ୍ର ସମାଧାନ ହୋଇଯିବ ।

ଯଦି ଆପଣ ତିନି ନମ୍ବର ଗୋଲାପ ଫୁଲ ବାଛିଛନ୍ତି ତେବେ ତାଙ୍କ ଜୀବନରେ ଆପଣ ସବୁଠୁ ଅଧିକ ଖାସ ବ୍ୟକ୍ତି ଅଟନ୍ତି । ସେ ଆପଣଙ୍କୁ ନେଇ ଖୁବ ଖୁସି ଏବଂ ଗର୍ବିତ ମଧ୍ୟ । ସେ ଆପଣଙ୍କୁ ଖୁବ ପ୍ରେମ କରନ୍ତି ଓ ଆପଣଙ୍କୁ ନେଇ ଅନେକ ସ୍ଵପ୍ନ ମଧ୍ୟ ଦେଖନ୍ତି । ଆପଣ ତାଙ୍କ ଜୀବନରେ ଆସିଥିବାରୁ ସେ ଆପଣଙ୍କୁ ଧନ୍ୟବାଦ ଦେବାକୁ ଚାହାନ୍ତି ଓ ସବୁଦିନ ଆପଣଙ୍କ ସହ ରହିବାକୁ ଇଚ୍ଛା ରଖନ୍ତି ।

ଯଦି ଆପଣ ଚାରି ନମ୍ବର ଗୋଲାପ ଫୁଲ ବାଛିଛନ୍ତି ତେବେ ସେ ଆପଣଙ୍କ ଉପରେ ଏକଦମ ଫିଦା ଅଟନ୍ତି । ଆପଣଙ୍କ ଆକର୍ଷଣୀୟ ଓ ଯାଦୁଇ ବ୍ୟକ୍ତିତ୍ବରେ ସେ ଖୁବ ଆକର୍ଷିତ ହୋଇ ଯାଇଛନ୍ତି ଓ ତାଙ୍କ ହୃଦୟରେ ଆପଣଙ୍କ ପାଇଁ କେବଳ ପ୍ରେମ ହିଁ ପ୍ରେମ ଭରି ରହିଛି । ସେ ଖୁବ ଶୀଘ୍ର ଆପଣଙ୍କୁ ନିଜ ମନ କଥା କହିବାକୁ ଯାଉଛନ୍ତି । ଆପଣଙ୍କୁ ନେଇ ସେ ଖୁବ ସୁନ୍ଦର ଭବିଷ୍ୟତ ଯୋଜନା କରି ସାରିଛନ୍ତି ।

ଯଦି ଆପଣ ପାଞ୍ଚ ନମ୍ବର ଗୋଲାପ ଫୁଲାଟି ବାଛିଛନ୍ତି ତେବେ ଆପଣଙ୍କ ପାଇଁ ତାଙ୍କ ହୃଦୟରେ କେବଳ ପ୍ରେମ ଆଉ ପ୍ରେମ ପରିପୂର୍ଣ୍ଣ ହୋଇ ରହିଛି । ସେ ଆପଣଙ୍କ ପାଇଁ ଖୁବ ପାସୋନେଟ ଓ ସମର୍ପିତ ଅଟନ୍ତି । ସେ ସର୍ବଦା ଆପଣଙ୍କ ସହ ସମୟ ବିତାଇବାକୁ ପସନ୍ଦ କରନ୍ତି ଓ ଆପଣ ହିଁ ତାଙ୍କ ଖୁସିର ମୂଳ କାରଣ ଅଟନ୍ତି । ଆପଣ କେଉଁ ଗୋଲାପ ବାଛିଥିଲେ ଆମକୁ ନିଶ୍ଚୟ କମେଣ୍ଟ କରି ଜଣାନ୍ତୁ ଓ ଏହି ପୋଷ୍ଟକୁ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ଏହିପରି ପୋଷ୍ଟ ପଢିବା ପାଇଁ ଆମ ପେଜ୍କୁ ଗୋଟେ ଲାଇକ ମଧ୍ୟ କରନ୍ତୁ ।