ଗୋଟେ ପାପ ଯାହା ଆପଣ ସବୁଦିନ କରିଥାନ୍ତି, ଶ୍ରୀକୃଷ୍ଣ ନିଜେ କହିଛନ୍ତି କେମିତି ବଞ୍ଚିବେ ଏହି ପାପରୁ -Krishna Upadesh

ଏହି ପୃଥିବୀରେ ବସବାସ କରୁଥିବା ମନୁଷ୍ୟ ପ୍ରତି ଦିନ କିଛି ନା କିଛି ପାପ ନିଶ୍ଚିତ କରିଥାଏ । ସେ ନିରୀହ ପଶୁମାନଙ୍କ ଉପରେ ଅତ୍ୟାଚାର ହେଉ କି ନିରୀହ କୌଣସି ମନୁଷ୍ୟ ଉପରେ ଅତ୍ୟାଚାର ହେଉ । ଏମିତିରେ ଦେଖାଯାଏ କି ଜଣେ ସବଳ ବା ଧନ ଶାଳି ବ୍ୟକ୍ତି ସବୁ ଦୁର୍ବଳ ବା ଗରିବ ବ୍ୟକ୍ତି ଉପରେ ଅତ୍ୟାଚାର କରିଥାଏ । ଆଜିକାଲି ଦୁନିଆରେ ଲୋକମାନେ ଚିନ୍ତା କରନ୍ତି ଯେ କିପରି ଅଧିକରୁ ଅଧିକ ଧନ ଅତି ସହଜରେ ଉପାର୍ଜନ କରିହେବ । କିନ୍ତୁ ସେମାନେ କେବେବି ଭାବନ୍ତି ନାହିଁ କି ଏହି ଭୌତିକ ଦୁନିଆର ସୁଖ ସୁବିଧା ପାଇଁ ସେ କେତେ ଗଭୀର ପାପ କରୁଛି ।

ଏହା ମନୁଷ୍ୟର ନୀତିଦିନିଆ ପାପ ହୋଇଥାଏ । ଭଗବାନ ଶ୍ରୀ କୃଷ୍ଣ ଆମର ଇଷ୍ଟ ଦେବ ଦେବ ଅଟନ୍ତି । ସେ ଭଗବତ ଗୀତା ରେ ମନୁଷ୍ୟକୁ ତାର ଜୀବନରେ ଠିକ ମାର୍ଗରେ ଯିବା ପାଇଁ ବହୁତ ଉପଦେଶ ଦେଇଛନ୍ତି । ଏହି ଭଳି ଭଗବାନ ଶ୍ରୀ କୃଷ୍ଣ ୪ ଟି ଉପଦେଶ ଦେଛନ୍ତି ଯାହାଦ୍ୱାରା କି ଆପଣ ପାପରୁ ରକ୍ଷା ପାଇପାରିବେ ।

ଦାନ- ଭଗବାନ ଶ୍ରୀ କୃଷ୍ଣଙ୍କ ଅନୁସାରେ ଯେଉଁ ବ୍ୟକ୍ତି ଦାନ କରିଥାଏ ତାର ଜୀବନ ବହୁତ ସରଳ ହୋଇଯାଇଥାଏ । ତା ଦ୍ଵାରା କରାଯାଇଥିବା ଏହି କାର୍ଯ୍ୟ ପୂଣ୍ୟ ହୋଇଥାଏ । ଏବଂ ସେ ପୂଣ୍ୟ ର ଭାଗୀଦାର ହୋଇଯାଏ । ଦାନରେ ଆପଣ କିଛି ବି ଦେଇପାରିବେ କୌଣସି ଗରିବ ବ୍ୟକ୍ତିଙ୍କୁ ଦାନ ଦେବା ଦ୍ଵାରା ଧର୍ମ ହୋଇଥାଏ ।

ଧ୍ୟାନ ବା ଜପ- ଆଜି କାଲିର ଏହି ବ୍ୟସ୍ତ ଜୀବନରେ କୌଣସି ମନୁଷ୍ୟ ଧ୍ୟାନ ବା ଜପ କରିବା ପାଇଁ ସମୟ ପାଏ ନାହିଁ । ଆଜିକାର ଏହି ସମୟରେ ପ୍ରତି ଦିନ ବହୁତ କମ ଲୋକ ଧ୍ୟାନ କିମ୍ବା ଜପ କରିବାରେ ସକ୍ଷମ ହୋଇଥାନ୍ତି । ବାସ୍ତବ ରେ କେବଳ ଭଗବାନଙ୍କୁ ପ୍ରଶନ୍ନ କରିବା ପାଇଁ ପୂଜା ପାଠ କରାଯାଏ ନାହିଁ । କେବଳ ପୂଜା ପାଠଦ୍ଵାର ଭଗବାନ ଖୁସି ହୁଅନ୍ତି ନାହିଂ ବରଂ ଏହା ଦ୍ଵାରା ଆତ୍ମା ବି ଶୁଦ୍ଧ ହୋଇଥାଏ । ଯାହାଦ୍ୱାରା କି ସେ କୌଣସି ପାପ କାର୍ଯ୍ୟ କରିବାରୁ ନିବୃତ ରହିଥାଏ ।

ଆତ୍ମ ସଂଯମ- ମନୁଷ୍ୟ ତାର ଜୀବନରେ ବେଳେ ବେଳେ ଜାଣତରେ ହେଉ କିମ୍ବା ଅଜାଣତରେ ହେଉ କୌଣସି ନା କୌଣସି ଅଧର୍ମ କରିବସେ । ଭଗବତ ଗୀତା ଅନୁସାରେ ଶ୍ରୀ କୃଷ୍ଣ କୁହନ୍ତି କି ମନ ଓ ବୁଦ୍ଧିକୁ କାବୁରେ କରିବା ପାଇଁ ମନକୁ ସଂଯମ ରଖିବା ଅତ୍ୟନ୍ତ ଆବଶ୍ୟକ ହୋଇଥାଏ । ଆତ୍ମାର ସଂଯମ ଦ୍ଵାରା ମନୁଷ୍ୟ କୌଣସି ପାପ କରିବା ପୂର୍ବରୁ ସତର୍କ ହୋଇଯାଏ ।

ସତ କହିବା- ଆଜି କାଲି ଦୁନିଆରେ ସତ ଉପରେ ମିଛ ଏତେ ଭାରି ପଡିଯାଇଛି ଯେ ସତ ସବୁ ବେଳେ ଲୁଚି ଯାଉଛି । କେଉଁ ବ୍ୟକ୍ତି ସତ କହୁଛି ଓ କେଉଁ ବ୍ୟକ୍ତି ମିଛ କହୁଛି ଏହି ବିଷୟରେ ଜାଣିବା ବହୁତ କଷ୍ଟ ସାଧ୍ୟ କାର୍ଯ୍ୟ ହୋଇଯାଇଛି । ଭଗବତ ଗୀତା ଅନୁସାରେ ମନୁଷ୍ୟକୁ ସବୁବେଳେ ସତ କହିବା ଉଚିତ । ନିଜର କୌଣସି ଭୁଲ କାର୍ଯ୍ୟକୁ ଲୁଚାଇବା ପାଇଁ କୌଣସି ବ୍ୟକ୍ତିକୁ କେବେବି ମିଛ କହିବା ଉଚିତ ନୁହେଁ । ଯଦି କେହି ନିଜର କୌଣସି ଭୁଲକୁ ଲୁଚାଇବାକୁ ଯାଇ ମିଛ କହିଥାଏ ତେବେ ସେ ପାପର ଭାଗୀଦାରୀ ହୋଇଥାଏ ।

ଆପଣମାନେ ଯଦି ଭଗବାନ କୃଷ୍ଣଙ୍କର ଏହି ବାଣୀକୁ କାର୍ଯ୍ୟରେ ଲାଗାଇବେ ତେବେ କେବେ ବି କେହି ପାପର ଭାଗୀଦାରୀ ହେବେ ନାହିଁ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।