ଗୋମତୀ ଚକ୍ରର ଏହି ଉପାୟ ବଦଳାଇଦେବ ଆପଣଙ୍କର ଦୁର୍ଭାଗ୍ୟକୁ, ମାତା ଲକ୍ଷ୍ମୀ ଦେବେ ସୁଖ–ସମୃଦ୍ଧିର ବରଦାନ

ବ୍ୟକ୍ତି ନିଜର ଖରାପ ସମୟକୁ ଠିକ କରିବା ପାଇଁ ଯଥା ସମ୍ଭବ ଚେଷ୍ଟା କରିଥାଏ । କିନ୍ତୁ ବ୍ୟକ୍ତି ଦ୍ଵାରା କରାଯାଇଥିବା ପ୍ରାୟତଃ ଉପାୟ ଅସଫଳ ହୋଇଥାଏ । କହିବାକୁ ଗଲେ ଜ୍ୟୋତିଷ ଶାସ୍ତ୍ରରେ ଏମିତି ବହୁତ ଉପାୟ ବିଷୟରେ କୁହାଯାଇଛି, ଯାହାକୁ ଆପଣାଇଲେ ବ୍ୟକ୍ତି ନଜି ଜୀବନର ସମସ୍ତ ବାଧା ଗୁଡିକୁ ଦୂର କରିପାରିବ । ଏସବୁ ମଧ୍ୟରେ ଗୋମତୀ ଚକ୍ର ଉପାୟ ବହୁତ ପ୍ରଚଳିତ ଅଟେ, ଗୋମତୀ ଚକ୍ର ମାତା ଲକ୍ଷ୍ମୀଙ୍କର ବହୁତ ପ୍ରିୟ ଜିନିଷ ଅଟେ ।

ଏମିତି କୁହାଯାଏ କି ଯଦି ବ୍ୟକ୍ତି ଗୋମତୀ ଚକ୍ରର ଉପାୟ କରେ ତେବେ ବହୁତ କମ ସମୟରେ ବ୍ୟକ୍ତି ନିଜର ଖରାପ ଦିନକୁ ଦୂର କରି ପାରିବ । ଆଜି ଆମେ ଆପଣଙ୍କୁ ଏହି ପୋଷ୍ଟ ମାଧ୍ୟମରେ ଗୋମତୀ ଚକ୍ରର ଏମିତି ୩ ଟି ଉପାୟ ବିଷୟରେ କହିବୁ ଯାହାକୁ କରି ଆପଣ ବହୁତ ଶୌଭାଗ୍ୟଶାଳୀ ହୋଇ ପାରିବେ ।

ଆସନ୍ତୁ ଜାଣିବା ଗୋମତୀ ଚକ୍ରର ଏହି ଉପାୟ ବିଷୟରେ

·    ଆପଣ କୌଣସି ବି ମାସର ପ୍ରଥମ ସୋମବାର ଦିନ ୨୧ ଟି ଗୋମତୀ ଚକ୍ର ନିଅନ୍ତୁ ଓ ଏହାକୁ ଲାଲ ବା ହଳଦିଆ ରେଶମୀ କପଡାରେ ବାନ୍ଧି ଆପଣ ଟଙ୍କା ରଖୁଥିବା ସ୍ଥାନରେ ରଖି ଦିଅନ୍ତୁ । ଏହା ପରେ ତାହା ଉପରେ ହଳଦିଆ ରଙ୍ଗର ଟିକା ଲଗାନ୍ତୁ । ଏହା ପରେ ମାତା ଲକ୍ଷ୍ମୀଙ୍କୁ ପ୍ରାର୍ଥନା କରୁଥିବା ସମୟରେ ସେହି କପଡାକୁ ନେଇ ପୁରା ଘରେ ବୁଲାଇ ଆଣନ୍ତୁ, ଏହା ପରେ ଏହାକୁ ଏକ ମନ୍ଦିରରେ ରଖି ଦିଅନ୍ତୁ । ଏହି ଉପାୟକୁ କରିବା ଦ୍ଵାରା ଆପଣଙ୍କ ଘରେ ମାତା ଲକ୍ଷ୍ମୀ ବାସ କରିଥାନ୍ତି ।

·    ଏହା ଛଡା ଆପଣ ଶୁକ୍ରବାର ଦିନ ୨୧ ଟି ଗୋମତୀ ଚକ୍ର ନିଅନ୍ତୁ ଓ ଏହାକୁ ଲାଲ କପଡାରେ ବାନ୍ଧି ପୂଜା ସ୍ଥଳରେ ରଖି ପୂଜା କରନ୍ତୁ । ତା ପର ଦିନ ସକାଳେ ସେଥିରୁ ୪ ଟି ଗୋମତୀ ଚକ୍ର ନେଇ ଘରର ୪ ଟି କୋଣରେ ପୋତି ଦିଅନ୍ତୁ ଓ ୧୧ ଟି ଗୋମତୀ ଚକ୍ରକୁ ପୂଜା ସ୍ଥଳରେ ରଖି ଅନ୍ୟ ଗୁଡିକୁ ଆଖପାଖରେ ଥିବା ମନ୍ଦିରରେ ରଖି ଦିଅନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କର ଧନ ବୃଦ୍ଧି ହେବ ।

·    ଯଦି ଆପଣ ନିଜର ଆର୍ଥିକ ସ୍ଥିତିକୁ ଠିକ କରିବା ପାଇଁ ଚାହୁଁଛନ୍ତି ତେବେ ଆପଣ ଶୁକ୍ଳପକ୍ଷର ପ୍ରଥମ ଗୁରୁବାର ଦିନ ଘରର ପୂଜା ସ୍ଥାନରେ ଲକ୍ଷ୍ମୀ ନାରାୟଣଙ୍କର ଚିତ୍ର ସମ୍ମୁଖରେ ୨୧ଟି ଗୋମତୀ ଚକ୍ରକୁ ହଳଦିଆ କିମ୍ବା ଲାଲ କପଡାରେ ବାନ୍ଧି ରଖି ଦିଅନ୍ତୁ । ଏହା ପରେ ଆପଣ “ଓମ ନମୋ ଭଗବତେ ବାସୁଦେବାୟ” ମନ୍ତ୍ରକୁ ୩ ଟି ମାଳା ସହ ଜପ କରନ୍ତୁ । ଆପଣ ଏହାକୁ ନିୟମିତ ରୂପରେ ୧ ମାସ ପର୍ଯ୍ୟନ୍ତ କରନ୍ତୁ ।

ଏହା ପରେ ଆପଣ କୌଣସି ବୟସ୍କ ବ୍ୟକ୍ତିଙ୍କୁ କିମ୍ବା କନ୍ୟାକୁ ଭୋଜନ ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆସିବ ।