LPG ଗ୍ଯାସ ବୁକିଂପାଇଁ ଆଉ ଏଥର ଚିନ୍ତା କରିବାକୁ ପଡିବନି ! ମାତ୍ର ମିସକଲ୍ ଟିଏ କରିଦେଲେ ଘରେ ଆସି ପହଞ୍ଚିଯିବ ଗ୍ଯାସ ସିଲିଣ୍ଡର, ଦେଖନ୍ତୁ ଏହା ସହ ଆଉ କ’ଣ ସୁବିଧା ଉପଲବ୍ଧ ରହିଛି

ଗ୍ଯାସ ଉପଭୋକ୍ତାଙ୍କ ପାଇଁ ଆସିଛି ଏକ ବଡ ଖବର । ଏଲପିଜି ଗ୍ରାହକଙ୍କ ପାଇଁ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା । ଯଦି ଆପଣ ଏଲପିଜି ଗ୍ଯାସ ବୁକିଂ କରିବାକୁ ନେଇ ଚିନ୍ତାରେ ଅଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ଏହି ଖୁସି ଖବର। ବର୍ତ୍ତମାନ ଏଲପିଜି ସିଲିଣ୍ଡର ବୁକିଂ କରିବା ହୋଇଛି ଖୁବ ସହଜ ଓ ସରଳ । ଗ୍ଯାସ ସିଲିଣ୍ଡର ବୁକ୍ କରିବା ପାଇଁ ଆପଣଙ୍କୁ ଦେବାକୁ ପଡିବ କେବଳ ଗୋଟିଏ ମିସକଲ୍ । ଆଉ ଏହାପରେ ଆପଣଙ୍କ ଘର ପାଖରେ ପହଞ୍ଚିଯିବ ଏଲପିଜି ସିଲିଣ୍ଡର ।

ଦେଶର ଯେକୌଣସି ଅଞ୍ଚଳରୁ ଆପଣା ମିସକଲ୍ ଦେଇ ଏଲପିଜି ସିଲିଣ୍ଡର ବୁକ୍ କରିପାରିବେ । ନିଜର ଗ୍ରାହକ ମାନଙ୍କୁ ଏଭଳି ସୁବିଧା ଯୋଗାଉଛି ଇଣ୍ଡିଆନ ଅଏଲ କର୍ପୋରେସନ (IOC) । ଚଳିତ ବର୍ଷ ଫେବୃୟାରୀ ମାସରୁ ମିସକଲ୍ ମାଧ୍ୟମରେ ଆଇଓସି ଏମିତି ସୁବିଧା ଦେଇ ଆସୁଛି । ପୂର୍ବରୁ ଗ୍ରାହକ ମାନେ କଷ୍ଟମର କେୟାର ନମ୍ବରରେ କଲ୍ କରି ବୁକିଂ କରିବାକୁ ପଡୁଥିଲା ଓ ବେଳେ ବେଳେ କଲ୍ କୁ ଅନେକ ସମୟ ପର୍ଯ୍ୟନ୍ତ ହୋଲ୍ଡ ରଖିବାକୁ ପଡୁଥିଲା ।

ତେବେ ଏଣିକି ଆଉ ଏଭଳି ଅସୁବିଧାର ସାମନା କରିବାକୁ ପଡୁନାହିଁ କି ପଡିବ ବି ନାହିଁ । କେବଳ ଗୋଟିଏ ମିସକଲ୍ ଦ୍ଵାରା ଗ୍ଯାସ ସିଲିଣ୍ଡର ଆପଣଙ୍କ ଘର ସାମନାରେ ପହଞ୍ଚିଯିବ । ଇଣ୍ଡିଆନ ଅଏଲ କର୍ପୋରେସନ ଏଲପିଜି ଗ୍ରାହକଙ୍କୁ ଏଥିପାଇଁ ଏକ ଟ୍ବିଟ ମାଧ୍ୟମରେ ସୂଚନା ଦେଇଛି । ମିସକଲ୍ ପାଇଁ ଆଇଓସି ଏକ ନମ୍ବର ମଧ୍ୟ ଉଲ୍ଲେଖ କରିଛି । ତାହା ହେଉଛି ୮୪୫୪୯-୫୫୫୫୫ । ଆପଣଙ୍କୁ କେବଳ ପଞ୍ଜୀକୃତ ମୋବାଇଲ ନମ୍ବରରୁ ଏହି ନମ୍ବରକୁ କଲ୍ କରିବାକୁ ପଡିବ ।

ଆଇଓସି ତା’ ଟ୍ବିଟ ମାଧ୍ୟମରେ ସୂଚନା ଦେଇଛି ଯେ ବର୍ତ୍ତମାନ ଆପଣ ଏହି ନମ୍ବରରେ ମିସକଲ୍ କରି ନୂତନ ଗ୍ଯାସ ସଂଯୋଗ ପାଇଁ ବୁକ୍ କରିପାରିବେ । ଏଥିପାଇଁ ଗ୍ରାହକଙ୍କୁ କୌଣସି ଅତିରିକ୍ତ ଦେୟ ମଧ୍ୟ ଦେବାକୁ ପଡିବ ନାହିଁ । ମିସକଲ୍ ବ୍ଯତୀତ ଏଲପିଜି ଗ୍ଯାସ ବୁକିଂ କରିବାର ଅନ୍ୟ ଉପାୟ ମଧ୍ୟ ରହିଛି । ଆଇଓସି, ଏଚପିସିଏଲ ଏବଂ ବିପିସିଏଲ ର ଗ୍ରାହକ ମାନେ SMS ଏବଂ ହ୍ଵାଟ୍ସଆପ୍ ମାଧ୍ୟମରେ ମଧ୍ୟ ଗ୍ଯାସ ସିଲିଣ୍ଡର ବୁକ୍ କରିପାରିବେ ।

ଯଦି ଆପଣ ଜଣେ ଇଣ୍ଡେନ ଗ୍ରାହକ ତେବେ ଆପଣ ନିଜ ପଞ୍ଜୀକୃତ ମୋବାଇଲ ନମ୍ବରରୁ ୭୭୧୮୯-୫୫୫୫୫ କୁ କଲ୍ କରି ଏଲପିଜି ଗ୍ଯାସ ସିଲିଣ୍ଡର ବୁକ୍ କରିପାରିବେ । ଅନ୍ୟ ଏକ ଉପାୟ ହେଉଛି ଆପଣ ହ୍ଵାଟ୍ସଆପ୍ ରେ ‘refill’ (ରିଫିଲ) ଲେଖି ୭୫୮୮୮-୮୮୮୨୪ ନମ୍ବରରେ ମେସେଜ କରିପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।