ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ସଫଳ ଜୀବନର ଏହି ୧୫ଟି ଅମୂଲ୍ୟ ମନ୍ତ୍ର

ଆମ ଭାରତ ବର୍ଷରେ ଶ୍ରୀମଦଭାଗବତକୁ ସବୁଠୁ ପବିତ୍ର ଗ୍ରନ୍ଥ କୁହାଯାଏ ଓ ଏହି ଗ୍ରନ୍ଥରେ ଭଗବାନ ଶ୍ରୀ କୃଷ୍ଣଙ୍କ ଦ୍ଵାରା ଦିଆଯାଇଥିବା ଉପଦେଶ ଲିଖିତ ଅଛି । ମହାଭାରତ ଯୁଦ୍ଧ ସମୟରେ ଯେତେବେଳେ ଅର୍ଜୁନ ନିଜର ସମ୍ପର୍କୀୟ ଓ ଗୁରୁଙ୍କ ଉପରେ ଶସ୍ତ୍ର ଉଠାଇବା ପାଇଁ ମନା କରିଥିଲେ ତେବେ ଭଗବାନ ଶ୍ରୀ କୃଷ୍ଣ ଅର୍ଜୁନଙ୍କୁ କିଛି ଉପଦେଶ ଦେଇଥିଲେ ଓ ଏହି ଉପଦେଶରେ ଭଗବାନ ଶ୍ରୀ କୃଷ୍ଣ ଅର୍ଜୁନଙ୍କୁ ଜୀବନ ସମ୍ବନ୍ଧିତ କିଛି ସତ୍ୟତା କହିଥିଲେ । ଭଗବାନ ଶ୍ରୀ କୃଷ୍ଣଙ୍କ ଦ୍ଵାରା କୁହାଯାଇଥିବା ଉପଦେଶ ଗୁଡିକ ଗୀତାରେ ବର୍ଣ୍ଣିତ ହୋଇଛି । ସେହି ଗୁଡିକ ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ଶ୍ରୀମଦଭାଗବତର ଅମୂଲ୍ୟ ବିଚାର

୧. ମୁଁ (ଭଗବାନ) ସମସ୍ତଙ୍କ ହୃଦୟରେ ବିଦ୍ୟମାନ ଅଛି ।

୨. ଜନ୍ମ ନେଇଥିବା ବ୍ୟକ୍ତିର ମୃତ୍ୟୁ ସେତିକି ନିଶ୍ଚିତ ଅଟେ, ଯେତିକି ମୃତ୍ୟୁ ହୋଇଥିବା ବ୍ୟକ୍ତିର ଜନ୍ମ ନେବା । ସେଥିପାଇଁ ଯାହା ଅପରିହାର୍ଯ୍ଯ ଅଟେ ତାହା ପାଇଁ ଦୁଃଖିତ ହୁଅନ୍ତୁ ନାହିଁ ।

୩. କ୍ରୋଧ, ବାସନା ଓ ଲୋଭ ନର୍କର ୩ଟି ଦ୍ଵାର ଅଟେ ।

୪. କ୍ରୋଧ ଦ୍ଵାରା ଭ୍ରମ ଜନ୍ମ ହୋଇଥାଏ, ଭ୍ରମ ଜନ୍ମ ହେବା ଦ୍ଵାରା ବୁଦ୍ଧି ହଜିଯାଏ । ବୁଦ୍ଧି ହଜିଯିବା ଦ୍ଵାରା ତର୍କ ନଷ୍ଟ ହୋଇଯାଏ । ଯେତେବେଳେ ତର୍କ ନଷ୍ଟ ହୋଇଯାଏ ତେବେ ବ୍ୟକ୍ତିର ଅନ୍ତ ହୋଇଯାଏ ।

୫. ତୁମେ କେବଳ ନିଜ ଜୀବନରେ କର୍ମ କର ଓ ଫଳର ଚିନ୍ତା କର ନାହିଁ ।

୬. ଆତ୍ମାକୁ ନା ହିଁ କୌଣସି ଶସ୍ତ୍ର ମାରି ପାରିବ ଓ ନା ହିଁ ତାହା ନିଆଁରେ ଜଳି ପାରିବ ।

୭. ଜୀବନରେ କର୍ମ ଠାରୁ ବଳି ଆଉ କିଛି ବି ନାହିଁ । ସେଥିପାଇଁ ଯେତେ ସମ୍ଭବ ସେତେ କର୍ମ ଜୀବନରେ କରନ୍ତୁ ।

୮. ବୁଦ୍ଧି ନଷ୍ଟ ହେବା ଦ୍ଵାରା ମନୁଷ୍ୟର ବି ଅନ୍ତ ହୋଇଯାଏ ।

୯. ଇନ୍ଦ୍ରିୟଗୁଡ଼ିକ ଉପରେ ସଂଯମ ରଖୁଥିବା ମନୁଷ୍ୟମାନଙ୍କୁ ଶାନ୍ତି ପ୍ରାପ୍ତି ହୋଇଥାଏ ।

୧୦. ଦୁଃଖିତ ହୁଅନ୍ତୁ ନାହିଁ, ମୋର ଶରଣରେ ଆସି ଯାଅ, ମୁଁ ତୁମକୁ ସମସ୍ତ ପାପରୁ ମୁକ୍ତି ଦେଇଦେବି ।

୧୧. ମନୁଷ୍ୟ ମୋତେ ଯେଉଁଭଳି ଭାବରେ ମନେ ପକାଇ ଥାଏ ମୁଁ ତାକୁ ସେହିଭଳି ହିଁ ଫଳ ଦେଇଥାଏ ।

୧୨. ସର୍ବଦା ସନ୍ଦେହ କରୁଥିବା ବ୍ୟକ୍ତି ପାଇଁ ପ୍ରସନ୍ନତା ତିନି ଲୋକରେ କେଉଁଠି ବି ମିଳିବ ନାହିଁ ।

୧୩. ଯେଉଁ ବ୍ୟକ୍ତି ନିଜର ମନକୁ ନିୟନ୍ତ୍ରଣ କରି ପାରେ ନାହିଁ ସେ ନିଜର ହିଁ ଶତୃ ହୋଇଯାଏ ।

୧୪. ବ୍ୟକ୍ତି ଯାହା ଚାହିଁବ ତାହା ହୋଇ ପାରିବ, ଯଦି ବିଶ୍ଵାସର ସହିତ ନିଜ କାମରେ ସେ ଧ୍ୟାନ ଦେବ ।

୧୫. ନା ତୁମେ ଏହି ଶରୀରର ଅଟ, ନା ହିଁ ଏହି ଶରୀର ତୁମର ଅଟେ । ଶରୀର ଅଗ୍ନି, ଜଳ, ବାୟୁ, ପୃଥିବୀ, ଆକାଶ କୁ ମିଶାଇ ହୋଇଥାଏ ଓ ଦିନେ ଏହା ଏଥିରେ ହିଁ ମିଶିଯିବ । ପରନ୍ତୁ ଆତ୍ମା ସ୍ଥିର ଅଟେ ।