ଗିଲୋଏ ବା ଗୁଲୁଚିର ଚମତ୍କାରି ଫାଇଦା, ଦୂର କରିଥାଏ ଶରୀରର ଏହି 7 ବଡ ରୋଗ -Baba Ramdev

ଆପଣ ମାନେ ତ ଗିଲାେୟ ର ନା ଶୁଣିଥିବେ । ଯଦି ଆପଣ ଗିଲୋୟ ଦ୍ଵାରା ନିଜର ଓଜନ କମାଇବା ପାଇଁ ଚାହୁଁଛନ୍ତି ତେବେ ନିୟମିତ ଗିଲୋୟ ପ୍ରୟୋଗ କରିବାକୁ ପଡ଼ିବ । ଓଜନ କମାଇବା ପାଇଁ ଗିଲୋୟ ହେଉଛି ରାମବାଣ ବୋଲି କହିଛନ୍ତି ଯୋଗ ଗୁରୁ ବାବା ରାମଦେବ । ସେ ଆହୁରି ମଧ୍ୟ କହିଛନ୍ତି କି ସେ ଏହାକୁ ପରୀକ୍ଷା କରି ଦେଖିଛନ୍ତି । ଏହାର ସେବନ ଦ୍ଵାରା ଆପଣ ପ୍ରତି ମାସରେ ୧୦ ରୁ ୧୫ କିଲୋ ପର୍ଯ୍ୟନ୍ତ ଓଜନ ହ୍ରାସ କରିପାରିବେ । କିନ୍ତୁ ଏହାର ସେବନର କିଛି ନିୟମ ରହିଛି ।

ଗିଲୋୟ ଦ୍ଵାରା ଆପଣଙ୍କର କେବଳ ଓଜନ ନୁହେଁ ଏହା ସହିତ ଆପଣଙ୍କ ଶରୀରର ଇମ୍ୟୁନ ପାୱାର ବଢ଼ିଥାଏ । ଯଦି ଆପଣଙ୍କର ଡାଇବେଟିସ ବା ସୁଗାର ଜନିତ ସମସ୍ୟା ଅଛି ତେବେ ଆପଣ ଗିଲୋୟ ସହିତ କଲରା କିମ୍ବା କାକୁଡି ଜୁସ ସେବନ କରିବେ । ଏହା ସହିତ ଆପଣ ଅନୁଲୋମ୍ ବିଲୋମ୍, କପାଳଭାତି ଓ ମଣ୍ଡୁକାସନ କରନ୍ତୁ ଦେଖିବେ ନିଶ୍ଚୟ ଆପଣଙ୍କ ଶରୀରରୁ ଡାଇବେଟିସ ଲୋପ ପାଇଯିବ ।

କେବଳ ସେତିକି ନୁହେଁ ଗିଲୋୟ ସେବନ ଦ୍ଵାରା ବହୁ ପୁରୁଣା ଆଣ୍ଠୁ ଗଣ୍ଠି ବ୍ୟଥା ମଧ୍ୟ ଲୋପ ପାଇବ ବୋଲି କହିଛନ୍ତି ବାବା ରାମଦେବ । ଏହା ସହିତ ଆପଣଙ୍କର ଡାଇଜେସନ ରେ ମଧ୍ୟ ଏହା ବହୁ ସହାୟକ ହୋଇଥାଏ । ଯାହା ଦ୍ଵାରା ଆପଣ ନିଜକୁ ହାଲୁକା ଏବଂ ଫୁର୍ତି ମନେ କରନ୍ତି ।

ଯଦି ଜଣଙ୍କୁ ଡେଙ୍ଗୁ ଜ୍ଵର ହେଉଛି ତେବେ ତାର ଶରୀରରୁ ପେଟଲଟ କମିବାରେ ଲାଗିଥାଏ । ଗୀଲୋୟ ସେବନ ଦ୍ଵାରା ଶରୀରରେ ପେଟଲେଟ୍ ର ପରିମାଣ ବଢ଼ିଥାଏ । ଗିଲୋୟ ସେବନ ଦ୍ଵାରା ଆପଣଙ୍କ ରକ୍ତ ଚାପ ଜନିତ ସମସ୍ୟା ମଧ୍ୟ ଦୂର ହେବ । ଏବଂ ଯଦି ଆପଣଙ୍କର ଥଣ୍ଡା ଜନିତ ରୋଗ ଅଛି ଯାହାକୁ କି ଆପଣ ଏଲାର୍ଜିକ୍ ବୋଲି ଭାବନ୍ତି କିମ୍ବା ଆପଣଙ୍କୁ ଜନ୍ମରୁ ଅଛି ବୋଲି ଜାଣନ୍ତି ତେବେ ବାବା ରାମଦେବଙ୍କ କହିବାନୁଯାୟୀ ଆପଣ ଗୀଲୋୟ ସେବନ କରନ୍ତୁ ଏବଂ ରୋଗରୁ ରକ୍ଷା ପାଆନ୍ତୁ ।

 

ତେବେ ଆସନ୍ତୁ ଜାଣିବା କିପରି ଗିଲୋଇ ସେବନ କଲେ ଆପଣ ନିଜ ଓଜନ ବା ମେଦ ହ୍ରାସ କରିପାରିବେ । ଗିଲୋଇ ସେବନ ଆପଣ ଦୁଇ ପ୍ରକାର ଉପାୟରେ କରିପାରିବେ । ପ୍ରଥମଟି ହେଉଛି ଆପଣ ଗିଲୋୟ ଅର୍ଥାତ୍ ଗୁଲୁଚି ଲଟା କୁ ନିୟମିତ ସକାଳେ ଏବଂ ସନ୍ଧ୍ୟା ରେ ସେବନ କରିପାରିବେ । ଏହାକୁ ସକାଳେ ଭିଜାଇ ସନ୍ଧ୍ୟାରେ ଏବଂ ସନ୍ଧ୍ୟାରେ ଭିଜାଇ ସକାଳେ ତାର କାଢ଼ା ପିଇ ପାରିବେ ।

ଯଦି ଆପଣଙ୍କୁ ଏହି ଲଟା ନ ମିଳୁଛି ତେବେ ଆପଣ ଗିଲୋୟ ବାଟିକା କିମ୍ବା ରସ ସହିତ ମେଦ ହରବଟି ଓ ଗୋମୁତ୍ର ର ଅର୍କ ବା ଗୋଧନ ଅର୍କ ମିଶାଇ ସେବନ କରନ୍ତୁ । ଯାହା ଦ୍ଵାରା ଆପଣଙ୍କ ଡାଇଜେସନ ଠିକ ହେବ ଓ ଖାଦ୍ୟ ଉପରେ ନିୟନ୍ତ୍ରିତ ରହିବ । ବାବା ଙ୍କ କହିବାନୁଯାୟୀ ନିୟମିତ ସେବନ ଓ ଯୋଗାଭ୍ୟାସ ଦ୍ଵାରା ଆପଣ ୫ରୁ ୧୫ କିଲୋ ଓଜନ ନିଶ୍ଚୟ କମାଇପାରିବେ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ । ଜୟ ଜଗନ୍ନାଥ ।