ଘିଅ ନେବା ବାହାନାରେ ଆସିଥିବା ପଡୋଶୀ କୋଲ୍ଡ ଡ୍ରିଙ୍କ ପିଆଇ କରିଲା ରେପ, ଭିଡିଓ କରି ବ୍ଲାକମେଲ

ଆଜିକାଲିର ଦୁନିଆରେ ଏମିତି ବହୁତ କିଛି ଘଟଣା ଘଟିଯାଉଛି ଯାହାକୁ ଆପଣ ମାନେ ଜାଣିଲେ ବିଶ୍ଵାସ କରିବେ ନାହିଁ । ଏହି ପରି ଏକ ଘଟଣା ହୋଇଛି ମଧ୍ୟ ପ୍ରଦେଶରେ । ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ମଧ୍ୟ ପ୍ରଦେଶର ସାଗର ଜିଲ୍ଲାରେ ଜଣେ ଯୁବତୀ ତା’ର ପଡୋଶୀ ଯୁବକ ଉପରେ ନିଶା କୋଲ୍ଡ ଡ୍ରିଙ୍କ ପିଆଇ ରେପ ଓ ବ୍ଲାକମେଲ କରିବାର ଆରୋପ ଲଗାଇଛି । ପଡୋଶୀ ଯୁବତୀ ଜଣକ ମତରେ ଯୁବକ ଜଣକ ତାଙ୍କ ଘରକୁ ଯିବା ଆସିବା କରୁଥିଲା । କିନ୍ତୁ ଦିନେ ସେ ତାହାକୁ ବେହୋସ କରି ତା’ ସହ ବଳାତ୍କାର କରିଲା ।

ଏହି ଘଟଣା ଘଟିଥିଲା ମଧ୍ୟ ପ୍ରଦେଶର ସାଗର ଜିଲ୍ଲାରେ । ପୀଡିତା ଯୁବତୀ ଜଣକ କହିଛନ୍ତି କି, ଆରୋପି ଯୁବକ ଘିଅ ନେବା ବାହାନାରେ ଦିନେ ଘରକୁ ଆସିଥିଲା । ଘରକୁ ଆସିବା ପରେ ନିଜର ଜନ୍ମଦିନ ବାହାନା କରି ନିଶା କୋଲ୍ଡ ଡ୍ରିଙ୍କ ପିଆଇ ଦେଲା । ଯାହା ପରେ ଝିଅ ଜଣକ ବେହୋସ ହୋଇ ଯାଇଥିଲେ । ଯେତେବେଳେ ତାଙ୍କର ହୋସ ଆସିଲା ସେ ନିଜକୁ ବେଡରେ ପାଇଲେ, ଏହା ପରେ ସେ ତାଙ୍କ ସହ ହୋଇଥିବା କୁକର୍ମ ବିଷୟରେ ଜାଣିପାରିଲେ ।

ଏହା ପରେ ଯୁବକ ଜଣକ ରେପ କରିଥିବା ଭିଡିଓକୁ ଫେସବୁକରେ ଭାଇରାଲ କରିବାର ଧମକ ଦେଇଥିଲା, ଯାହା ଦ୍ଵାରା ଯୁବକ ଜଣକ ସେହି ଝିଅକୁ ମାସ ମାସ ଧରି ବଳତ୍କାର କରିଥିଲା । ଝିଅ ଜଣକ କହିଲେ କି ସମାଜରେ ବଦନାମର ଡରରେ ସେ ଚୁପ ରହିଥିଲେ । ଝିଅ ଜଣକ ଯୁବକକୁ ଭିଡିଓ ଡ଼ିଲିଟ କରିବା ପାଇଁ ଟଙ୍କା ମଧ୍ୟ ଦେଇଥିଲେ, କିନ୍ତୁ ସେ ଭିଡିଓ ଡ଼ିଲିଟ କରିଲା ନାହିଁ ।

ଝିଅଟି ପାଖରେ କୌଣସି ରାସ୍ତା ନଥିଲା । ଯୁବକ ଜଣକ ସେହି ଝିଅଟିକୁ ଶୋଷଣ କରୁଥିଲା । ପଡୋଶୀ ଯୁବକ କରୁଥିବା ବ୍ଲାକମେଲରୁ ବାହାରିବା ପାଇଁ ଝିଅ ଜଣକ ଥାନାରେ ଅଭିଯୋଗ ଦେଇଥିଲେ ।

ଝିଅଟିର ଏହି ଆରୋପ ପାଇଁ ସାଗର ଜିଲ୍ଲାର ଏସପି ଅମିତ ସିଂହ କୋତବାଲି ଥାନାରେ ଝିଅକୁ ପଚରା ଉଚରା କରି ମାମଲା ରୁଜୁ କରିବା ପାଇଁ ଆଦେଶ ଦେଇଛନ୍ତି ।