ଘରୁ ବାହାରିଲା ଦୁଇମୁଣ୍ଡିଆ ଦୁର୍ଲଭ ସାପ, ଭିଡିଓ ଦେଖି ଲୋକଙ୍କ ଉଡିଗଲା ହୋଶ, ଦେଖନ୍ତୁ ଭିଡିଓରେ କେମିତି

ଧରାପୃଷ୍ଟରେ ଜୀବଜନ୍ତୁ ଙ୍କ ସହିତ ବିଭିନ୍ନ ପ୍ରକାରର ସରୀସୃପ ମଧ୍ୟ ଅଛନ୍ତି । କେତେକ ସରୀସୃପ ଜଳରେ ବାସ କରିଥାନ୍ତି ତ ଆଉ କେତେକ ସରୀସୃପ ସ୍ଥଳଭାଗରେ ବାସ କରିଥାନ୍ତି ଏବଂ ଆଉ କେତେକ ସରୀସୃପ ଜଳ ଓ ସ୍ଥଳ ଉଭୟ ଜାଗାରେ ବାସ କରିଥାନ୍ତି । ସେମାନଙ୍କ ଭିତରୁ ସାପ ଅନ୍ୟତମ ଯିଏ କି ଜଳ ଓ ସ୍ଥଳ ଉଭୟରେ ବାସ କରିଥାଏ । ଧରାପୃଷ୍ଟରେ ବିଭିନ୍ନ ପ୍ରକାର ସାପ ଦେଖିବାକୁ ମିଳିଥାନ୍ତି । ସେଥି ମଧ୍ୟରୁ କେତେକ ଅଧିକ ବିଷାକ୍ତ ଓ କେତେକ କମ ବିଷାକ୍ତ ମଧ୍ୟ ହୋଇଥାନ୍ତି ।

ସାପ ମାନେ ରଙ୍ଗରେ ମଧ୍ୟ ଅଲଗା ଅଲଗା ପ୍ରକାରର ଏବଂ ଅଲଗା ଅଲଗା ନାମର ଥାନ୍ତି । ସେହିପରି ଏକ ଆଶ୍ଚର୍ଯ୍ୟ କଲା ଭଳି ସାପ କେନ୍ଦୁଝର ଜିଲ୍ଲାରେ ଦେଖିବାକୁ ମିଳିଛି । ସେହି ସାପର ଦୁଇଟି ମୁଣ୍ଡ ଅଛି ଏବଂ ଦୁଇଟି ଯାକ ମୁଣ୍ଡ ସକ୍ରିୟ ମଧ୍ୟ ଅଟେ । IFS ଅଫିସର ସୁଶାନ୍ତ ନନ୍ଦ ସୋସିଆଲ ମିଡିଆରେ ଟୁଇଟର ରେ ଏହି ସାପର ଭିଡିଓ କୁ ଶେୟାର କରିଛନ୍ତି ।

IFS ସୁଶାନ୍ତ ନନ୍ଦ ଭିଡିଓକୁ ସେୟାର କରିବା ସହିତ କହିଛନ୍ତି କି ଫରେଷ୍ଟ ରେଞ୍ଜ ଭିତରେ ଗୋଟିଏ ଘରେ ଦୁଇଟି ମୁଣ୍ଡ ଥିବା ଏହି ଦୁର୍ଲଭ ସାପ ଥିବାର ସୂଚନା ମିଳିଥିଲା । ସୁଶାନ୍ତ ନନ୍ଦ କହିଛନ୍ତି କି ବୁଲ୍ଫ ସାପ କୁ କେନ୍ଦୁଝର ଜିଲ୍ଲାର ଏକ ଘରୁ ଉଦ୍ଧାର କରାଯାଇ ଥିଲା ଏବଂ ପରେ ତାକୁ ଜଙ୍ଗଲରେ ଛାଡି ଦିଆ ଯାଇଥିଲା ।

ଦୁଇଟି ମୁଣ୍ଡ ଥିବାରୁ ସାପକୁ ଯିବା ପାଇଁ ଅସୁବିଧା ହେଉଥିଲା ଏବଂ ଦୁଇଟି ମୁଣ୍ଡ ଜଣେ ଅନ୍ୟ ଜଣଙ୍କ ସହିତ ଲଢେଇ କରୁଥିଲେ ଓ ଅଟକି ସେଠାରେ ରହିଥିଲେ । ସୋସିଆଲ ମିଡିଆରେ ଏହି ଭିଡିଓ ଦେଖିବା ପରେ ୟୁଜର୍ସ ମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସୋସିଆଲ ମିଡିଆରେ ଜଣେ ୟୁଜର୍ସ ଲେଖିଥିଲେ କି ତାଙ୍କ ନିଷ୍ପତ୍ତି ନେବାର କ୍ଷମତା ବିଷୟରେ ଜାଣି ମୁଁ ଆଶ୍ଚର୍ଯ୍ୟ ହୋଇ ଯାଇଛି । ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଦେଶଦୁନିଆ ବିଷୟରେ ଅଧିକ ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।