ଘରେ ବସି ତିଆରି କରନ୍ତୁ ଫେସ ପ୍ୟାକ, ରାତି ରାତି ଦେଖାଯିବ ଚେହେରା ଓ ତ୍ଵଚ୍ଚା ଗୋରା, ଜାଣନ୍ତୁ କେମିତି କରିବେ ?

ପ୍ରତ୍ୟେକ ମଣିଷ ସୁନ୍ଦରତା ପ୍ରିୟ ହୋଇଥାଏ କାରଣ ସୁନ୍ଦର ଚେହେରା ଓ ରୂପ ରଙ୍ଗରୁ ମଣିଷର ପର୍ସନାଲିଟି ବଢିଯାଇଥାଏ । ଏମିତିରେ ଝିଅମାନଙ୍କ ମଧ୍ୟରେ ସୁନ୍ଦର ଦେଖାଯିବା ପାଇଁ ଉତ୍ସାହ ପ୍ରବଳ ହୋଇଯାଏ , କାରଣ ଝିଅମାନେ ଯେବେ ବି ଘରୁ ବାହାରକୁ ବାହାରିଥାନ୍ତି ତ କୌଣସି ନା କୌଣସି ଝିଅ ସହିତ ତାଙ୍କ ସୁନ୍ଦରତାର ତୁଳାନା କରିଥାନ୍ତି । ଭାବିବାର କଥା କି ଗୋରା ଦେଖାଯିବା ପାଇଁ କେବଳ ଚେହେରା କାହିଁକି?ଗୋରା ତ ପୁରା ଶରୀର ହେବା ଆବଶ୍ୟକ କିନ୍ତୁ ଏହି ଥଣ୍ଡା ଋତୁରେ ଯେବେ ପୋଷାକ ଚେଞ୍ଜ କରିବାକୁ ଯାଉ ତେବେ ଶରୀରରେ ସବୁ ଦାଗ ଓ ଶ୍ୟାମଳପଣ ନଜର ଆସିଥାଏ । ଏହାକୁ ଦେଖି ନିରାଶ ହେବାର ଆବଶ୍ୟକତା ନାହିଁ କାରଣ ଆଜି ଆମେ ଆପଣଙ୍କୁ କିଛି ଏମିତିକା ଉପାୟ ଜଣାଇବାକୁ ଯାଉଛୁ ଯାହାକୁ ଆପଣାଇ ଆପଣ ସବୁବେଳେ ଗୋରା ଓ ସୁନ୍ଦର ଦେଖାଯିବେ ।

୧. ଫେୟାରନେସ ଲୋଶନ

 

ଏହାକୁ ତିଆରି କରିବାର ମୁଖ୍ୟ କାରଣ ହେଲା ଏଥିରେ ଆମେ ଦହିର ପ୍ରୟୋଗ କରିବା ଓ ଆପଣଙ୍କ ଜାଣିବା ପାଇଁ କହି ରଖୁଚୁ କି ଦହିରେ ଲ୍ୟାକଟିକ ଏସିଡ ଥାଏ ଯିଏ ଆମର ତ୍ଵଚ୍ଚାର ଗ୍ଲୋ କୁ ଫେରାଇ ଆଣିବାରେ ସବୁବେଳେ କାର୍ଯ୍ୟ କରିଥାଏ ।

ଆବଶ୍ୟକ ସାମଗ୍ରୀ – ଅଧା ଚାମଚ ଦହି, ୩ ଚାମଚ ଅଲିଭ ଅଏଲ ଓ ଗୋଟିଏ ଚାମଚ ମହୁ

କ୍ରିୟାବିଧି -ଏହି ସାମଗ୍ରୀକୁ ଗୋଟିଏ ପାତ୍ରରେ ପକାଇ ଭଲ ଭାବେ ମିକ୍ସ କରନ୍ତୁ । ଏଥିରୁ ତିଆରି ହୋଇଥିବା ପ୍ୟାକ କୁ ଗୋଟିଏ ସଫା ବୋତଲରେ ରଖିବା ଠିକ ହେବ । ଏବେ ଯେତେବେଳେ ଆପଣ ଗାଧୋଇବାକୁ ଯାଉଛନ୍ତି ତାର ଅଧ ଘଣ୍ଟା ପୂର୍ବରୁ ଏହାକୁ ପୁରା ଶରୀରରେ ଲଗାନ୍ତୁ । ଏହାର ପ୍ରୟୋଗ ଦ୍ଵାରା ଆପଣଙ୍କ ତ୍ଵଚ୍ଚା ବହୁତ ମୁଲାୟମ ଓ ଗୋରା ଦେଖାଯିବ । ଏହି ପେଷ୍ଟ ୭ ଦିନ ପର୍ଯ୍ୟନ୍ତ ବ୍ୟବହାର କରାଯାଇପାରେ ।

ମୁଲତାନିମାଟି ପ୍ୟାକ

ଏହି କ୍ଳେ ରେ ଥିବା ମିନେରାଲ ସୁନ୍ଦରତାକୁ ବଢାଇବା ପାଇଁ ପ୍ରସିଦ୍ଧ ଅଟେ କାରଣ ହାରାହାରି ସବୁ ବିଉଟି ପାର୍ଲର ରେ ମୁଲତାନି ମାଟିର ହିଁ ପ୍ରୟୋଗ କରାଯାଇଥାଏ ।

ଆବଶ୍ୟକ ସାମଗ୍ରୀ – ୪ ଚାମଚ ମୁଲତାନି ମାଟି, ୫ ଚାମଚ ଗୋଲାପ ଜଳ, ୨ ଛୋଟ ଚାମଚ ବାଦାମ ଅଏଲ

କ୍ରିୟାବିଧି – ଏହି ଜିନିଷକୁ ଏକ ପାତ୍ରରେ ନେଇ ମିଶାନ୍ତୁ । କୁହାଯାଏ କି ଏହାକୁ ସେ ପର୍ଯ୍ୟନ୍ତ ମିକ୍ସ କରିବା ଆବଶ୍ୟକ ଯେ ପର୍ଯ୍ୟନ୍ତ ଏହା ପୁରା ମୁଲାୟମ ନ ହୋଇଯାଏ କାରଣ ମୁଲାୟମ ହେଲେ ଅଧିକ ଫଳପ୍ରଦ ହୋଇଥାଏ । ଏହି ସ୍ମୁଥ ପେଷ୍ଟ କୁ ଶରୀରରେ ସବୁ ଅଂଶରେ ଲଗାନ୍ତୁ ତାହା ପରେ ୧୦ ମିନିଟ ପର୍ଯ୍ୟନ୍ତ ଶୁଖିବାକୁ ଦିଅନ୍ତୁ । ଏବେ ଗାଧୋଇବା ପରେ ଆପଣ ଦେଖିବେ କି ଚେହେରା ଓ ତ୍ଵଚ୍ଚାରେ କେତେ ଚମକ ଆସୁଛି ।

ଚନ୍ଦନର ତେଲ

ଚନ୍ଦନର ତେଲ ଆପଣ ପ୍ରଥମ ଥର ଶୁଣୁଥିବେ କିନ୍ତୁ ଏହାର ପ୍ରଭାବ ବି ସେତିକି ଚମକାଇଦେବ । ଏହାକୁ ଲଗାଇବା ଦ୍ଵାରା ତ୍ଵଚ୍ଚାରେ ଆସୁଥିବା ସବୁ ଦାଗ ଓ ପିଗମେଣ୍ଟେସନ ମୂଳରୁ ଭଲ ହୋଇଯିବ । ଜାଣନ୍ତୁ ଏହାକୁ ତିଆରି କରିବାର ଉପାୟ

ଆବଶ୍ୟକ ସାମଗ୍ରୀ – ଅଧା ଟି ଚାମଚ ଚନ୍ଦନ ପାଉଡର, ୪ ଚାମଚ ବାଦାମ ଅଏଲ, ଗୋଟିଏ ଚୁଟକି ହଳଦୀ ପାଉଡର ।

କ୍ରିୟାବିଧି – ସର୍ବ ପ୍ରଥମେ ଏହି ବାଦାମ ତେଲକୁ ଗରମ କରନ୍ତୁ, ଯେବେ ଏହା ଭଲ ଭାବେ ଗରମ ହୋଇଯିବ ତେବେ ଆଞ୍ଚକୁ ବନ୍ଦ କରି ସେଥିରେ ହଳଦୀ ଓ ଚନ୍ଦନ ପାଉଡର ମିଶ୍ରିତ କରିବେ । ଏବେ ସେହି ତେଲକୁ ସେହିପରି ଛାଡିଦେବେ , ଯେ ପର୍ଯ୍ୟନ୍ତ ସେ ଥଣ୍ଡା ନ ହୋଇଯାଏ । ଆପଣଙ୍କ ତେଲ ପୂର୍ଣ୍ଣତଃ ପ୍ରସ୍ତୁତ ହୋଇଯାଇଛି, ଏହାର ବ୍ୟବହାର ଶୋଇବା ପୂର୍ବରୁ କରିବା ଆବଶ୍ୟକ । ଯଦି ଆପଣ ଶୋଇବା ପୂର୍ବରୁ ଏହି ତେଲକୁ ପୁରା ଶରୀରରେ ଲଗାନ୍ତି ତେବେ ଶରୀରରେ ଥିବା ସବୁ ଚିହ୍ନ ଓ କଳା ଦାଗ ଭଲ ହୋଇଯିବ ।

ଆପଣଙ୍କୁ ଆମର ଏହି ବିଉଟି ଟିପ୍ସ ଭଲ ଲାଗିଥିଲେ ସେୟାର କରନ୍ତୁ ଓ ଆମ ପେଜକୁ ଲାଇକ କରନ୍ତୁ ଯାହା ଦ୍ଵାରା ଆମେ ଆହୁରି ଅନେକ ବିଉଟି ଟିପ୍ସ ଆପଣଙ୍କ ପାଖରେ ପହଞ୍ଚାଇ ପାରିବୁ ।