ଘରେ କୋରନା ରୋଗୀ ଥିଲେ କଣ କରିବେ, ଜାଣନ୍ତୁ କଣ କହୁଛନ୍ତି Physician Jayanta Panda

ଆମ ଦେଶରେ ଯେପରି ଭାବେ କୋରୋନା ମହାମାରୀ ବା ଭାଇରସ ବଢିବାରେ ଲାଗିଛି ତାହା ଏକ ଚିନ୍ତାର ବିଷୟ ହୋଇ ଗଲାଣି । କୋରୋନା ଯେ କେତେ ଲୋକଙ୍କର ଜୀ-ବ-ନ ନେଲାଣି ତାହାର ଗଣନା କରାଯାଇ ପାରିବ ନାହି । ଗତ ବର୍ଷ କାରୋନାର ପ୍ରଥମ ଲହର ନ ସରୁଣୂ ଚଳିତ ବର୍ଷ କୋରୋନାର ଦିତୀୟ ଲହର ଏତେ ମାତ୍ରାରେ ବଢିବାରେ ଲାଗିଛି ଯେ ତାର ପ୍ରକୋପରେ ଅନେକ ଲୋକ ମାନେ ପ୍ରତିଦିନ ଆକ୍ରାନ୍ତ ହେଉଛନ୍ତି ।

କୋରୋନାର ଦିତୀୟ ଲହରୀରେ ଅନେକ ଲୋକ ମାନେ ଏକା ଥରେ ସଂକ୍ରମଣ ହେଉଛନ୍ତି । ଅନେକ ରୋଗୀ ଏକାନ୍ତ ବାସ ବା ହୋମ କ୍ଵାରେଣ୍ଟେଡରେ ରହୁଛନ୍ତି । ଯେଉଁ ମାନଙ୍କୁ କୋରୋନା ସଂକ୍ରମଣ ହେଇଛି ସେମାନେ ଏକ ରୁମରେ ରହିବେ ଯେଉଁଠାରେ କେହି ବି ରହୁ ନ ଥିବେ । କୋରୋନା ରୋଗୀ ସେହି ରୁମରେ ଲ୍ୟାପଟପ, କମ୍ପୁଟର ବା ମୋବାଇଲ ବ୍ୟବହାର କରି ପାରିବେ ।

ଏହା ସହ ତାଙ୍କ ରୁମ ସବୁ ଦିନ ପରିଷ୍କାର କରିବା ଉଚିତ । ପ୍ରତେକ ଦିନ ଏହି ର୍ଗିଙ୍କର ଅକ୍ଷିଜେନ, ବଳଦ ପ୍ରେସର, ଟେମ୍ପ୍ରେଚର ଆଦି ପରୀକ୍ଷା କରାଯିବ । ଏହା ସହ ମୁନିସିପାଲିଟି ତରଫରୁ ଏହି ରୋଗୀ ମାନଙ୍କୁ ଭିଟାମିନ ସି, ଭିଟାମିନ ଡି, ପାରାଶିଟମଲ ଆଦି ମେଡ଼ିସିନ ଯୋଗାଇ ଦିଆଯାଉଛି । ଏହା ଛଡା ପୃଷ୍ଟିକର ଖାଦ୍ଯ ଖାଇବେ । ଯେତେ ସମ୍ଭବ ପଣି ପିଇବା ସହ ବିଶ୍ରାମ ମଧ୍ୟ ନେବା ଉଚିତ ।

ଯଦି ଆପଣକର ମୁଣ୍ଡ ବୁଲାଇବା, ବ୍ଲଡ଼ ପ୍ରେସର କମିବା ଆଦି ଲକ୍ଷଣ ଦେଖାଯାଏ ତେବେ ଘରେ ଅକ୍ଷି ମିଟର ରଖନ୍ତୁ । ଯଦି ଆପଣଙ୍କର ଆକ୍ସିଜେନ ୯୦%ରୁ କମ ଅଛି ତେବେ ତୁରନ୍ତ ହସପିଟାଲରେ ଆଡ୍ମିସନ ହେବା ଉଚିତ । ଏହା ବ୍ଯତୀତ ହେଲ୍ପଲାଇନ ୧୯୨୯ ବା ୧୦୪ ବା ଆରସିରେ କଲ କରିଲେ ସଙ୍ଗେ ସଙ୍ଗେ ମୁନସିପାଲିଟି ଆମ୍ବୁଲାନ୍ସ ଆପଣଙ୍କୁ ସାହାର୍ଯ୍ୟ କରିବା ପାଇଁ ଆସିବେ ।

କୋରୋନାର ପ୍ରଥମ ଲହରରେ ଯେଉଁ ଲକ୍ଷଣ ଦେଖା ଯାଉଥିଲା ତାର ବିପରୀତ କୋରୋନାର ଦିତୀୟ ଲହରରେ ଦେଖା ଯାଉଛି । ଯେମିତିକି ପତଳା ଝାଡା ହେବା, ବାନ୍ତି ହେବା, ଚର୍ମଜନିତ ରୋଗ ଯେମିତି ଦେହ ନାଲି ବା ନୀଳ ହେଇଯିବା ଆଦି ଲକ୍ଷଣ ଦେଖା ଯାଉଛି । କୋରୋନା ମହାମାରୀ ସମୟରେ ଯୁବକ ଓ ଶିଶୁ ମାନେ ଅଧିକ ମାତ୍ରାରେ ଆକ୍ରାନ୍ତ ହେଉଛନ୍ତି ଯାହା ଆଗରୁ ହେଉନଥିଲା ।

ଏହା ସହ ଜିଭରେ ମଧ୍ୟ ନାଲି ହେବା, ଜିଭ ଫୁଲି ଯିବା ଆଦି ଲକ୍ଷଣ ଦେଖା ଯାଉଛି । ମହାରାଷ୍ଟ୍ରରେ ୧ ଲକ୍ଷ ଶିଶୁ ଓ ଯୁବକ ମାନେ କୋରୋନାରେ ଆକ୍ରାନ୍ତ ହେଇଛନ୍ତି । ସେଥି ପାଇଁ ଆମ ସମସ୍ତଙ୍କୁ ସତର୍କ ରହିବା ଉଚିତ । ଯେତେ ସମ୍ଭବ ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ବ୍ୟବହାର କରିବା ଉଚିତ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ ଆମ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।