ଦୁନିଆ ସାମ୍ନାରେ ଦେଖେଇଥାନ୍ତି ଲଭବାର୍ଡ୍ସ ଓ ଘରକୁ ଯିବା ମାତ୍ରେ ହିଁ ପତ୍ନୀମାନଙ୍କୁ ପିଟିଥାନ୍ତି ଏହି ୫ ଜଣ ଷ୍ଟାର

ଦୁନିଆର ସବୁ ଦମ୍ପତିଙ୍କ ଜୀବନରେ କିଛି ନା କିଛି ସମସ୍ୟା ଚାଲିଥାଏ । କିନ୍ତୁ ସେମାନେ ଏହାକୁ ସମାଧାନ ବି କରି ଦିଅନ୍ତି । କିନ୍ତୁ କିଛି ସେଲିବ୍ରିଟି ଦମ୍ପତି ଅଛନ୍ତି ଯେଉଁମାନେ କି ବହୁତ ଅସୁବିଧା ସହିବା ପରେ ଶେଷରେ ସେମାନେ ଅଲଗା ହୋଇ ଯାଇଛନ୍ତି । ଆଜି ଆମେ ଆପଣମାନଙ୍କୁ ଏହିଭଳି ୫ ଜଣ ସେଲିବ୍ରିଟି ଦମ୍ପତିଙ୍କ ବିଷୟରେ କହିବାକୁ ଯାଉଛୁ । ଯେଉଁମାନେ ନିଜର ସ୍ଵାମୀଙ୍କୁ ଘରେଲୁ ହିଂସା କାରଣରୁ ଡିଭୋର୍ସ ଦେଇଛନ୍ତି ।

ଏମାନେ ଦୁନିଆ ସାମ୍ନାରେ ଲଭବାର୍ଡ୍ସ ସାଜିଥାନ୍ତି, କିନ୍ତୁ ନିଜ ପତ୍ନୀ ସହ କେମିତି ବ୍ୟବହାର କରନ୍ତି, ଆଜି ଆମେ ଆପଣମାନଙ୍କୁ ଏହି ପୋଷ୍ଟ ମାଧ୍ୟମରେ କହିବାକୁ ଯାଉଛୁ ।

୧. ରାଜା ଚୌଧରୀ ଓ ଶ୍ୱେତା ତିୱାରୀ

ଟିଭି ଇଣ୍ଡଷ୍ଟ୍ରିର ପପୁଲାର ଆକ୍ଟ୍ରେସ ଶ୍ୱେତା ତିବାରୀ ଘରୁ ପଳାଇ ରାଜା ଚୌଧରୀଙ୍କ ସହ ପ୍ରେମ ବିବାହ କରିଥିଲେ । କିନ୍ତୁ ବାହାଘରର କିଛି ବର୍ଷ ପରେ ହିଁ ରାଜା ଶ୍ୱେତାଙ୍କ ସହ ଝଗଡା ଓ ମାରପିଟ କରିବାକୁ ଲାଗିଲେ । ବେଳେ ବେଳେ ସେ ଶ୍ୱେତାଙ୍କ ଉପରେ ଜଳୁଥିବା ସିଗରେଟ ଲଗାଇ ବି ଟର୍ଚର କରୁଥିଲେ । ଏହି ସବୁ ପରେ ଶ୍ୱେତା ରାଜାଙ୍କୁ ଡିଭୋର୍ସ ଦେଲେ ଓ ଦ୍ଵିତୀୟ ବିବାହ କରି ନେଲେ ।

୨. ରାହୁଲ ମହାଜନ ଓ ଡିଂପୀ ଗାଙ୍ଗୁଲି

ରାହୁଲ ମହାଜନ ପ୍ରଥମେ ନିଜର ପିଲାଦିନର ବନ୍ଧୁ ଶ୍ୱେତା ସିଂହଙ୍କ ସହ ବିବାହ କରିଥିଲେ, କିନ୍ତୁ ଶ୍ୱେତାଙ୍କ ସହ ତାଙ୍କର କିଛି ବର୍ଷ ପରେ ଡିଭୋର୍ସ ହୋଇଯାଇଥିଲା । ସେହି ସମୟରେ ହିଁ ଏହି କଥା ସାମ୍ନାକୁ ଆସିଥିଲା କି ରାହୁଲ ଶ୍ୱେତାଙ୍କ ସହ ମାରପିଟ କରୁଥିଲେ । ଏହା ପରେ ଯେତେବେଳେ ରାହୁଲ ଆକ୍ଟ୍ରେସ ପାୟଲ ରୋହତାଂଗୀଙ୍କୁ ଡେଟ କରୁଥିଲେ, ସେତେବେଳେ ସେ କେତେ ଥର ରାଗ ଆସିଲେ ତାଙ୍କୁ ମାରୁଥିଲେ । ଏହା ପରେ ପାୟଲ ବି ତାଙ୍କୁ ଛାଡିଦେଲେ ।

ଏହା ପରେ ରାହୁଲ ଡିଂପୀ ଗାଙ୍ଗୁଲିଙ୍କ ସହ ବିବାହ କରିନେଲେ । କିନ୍ତୁ ଏହି ସମ୍ପର୍କ ବି ଅଧିକ ଦିନ ପର୍ଯ୍ୟନ୍ତ ଚାଲି ପାରିଲା ନାହିଁ । ରାହୁଲ ଡିଂପୀଙ୍କ ଉପରେ ହାତ ଉଠାଇବାରେ ଲାଗିଲେ ଓ ଏହା ପରେ ଦୁଇ ଜଣଙ୍କର ଡିଭୋର୍ସ ହୋଇଗଲା ।

୩. ସଞ୍ଜୟ ଖାନ ଓ ଜୀନତ ଅମାନ

ଏହି କଥା ବୋଧେ କାହାକୁ ଜଣା ନାହିଁ କି ଥରେ ଜୀନତ ଅମାନଙ୍କୁ ସଞ୍ଜୟ ଖାନ ଗୋଟିଏ ପାର୍ଟିରେ ବହୁତ ମାରିଥିଲେ । ସେ ତାଙ୍କୁ ଏତେ ମାରିଲେ କି ତାଙ୍କର ଗୋଟିଏ ଆଖିରେ ଗଭୀର ଆଘାତ ବି ଲାଗିଥିଲା । ସେହି ଚିହ୍ନ ଆଜି ବି ତାଙ୍କର ଚେହେରାରେ ଦେଖାଯାଏ । ଏହି କାରଣରୁ ଦୁଇ ଜଣ ଅଲଗା ହୋଇଗଲେ ।

୪. ଶଲୀନ ଭନୋତ ଓ ଡଲଜୀତ କୌର

ଏକା ସହିତ ସୁନ୍ଦର ଦେଖାଯାଉଥିବା ଏହି ଯୋଡି ଏହିଭଳି ଭାବରେ ଅଲଗା ହୋଇଥିଲେ । ଡଲଜୀତ କୌର ଶଲୀନ ଭନୋତଙ୍କ ବିରୁଦ୍ଧରେ କେସ କରିଥିଲେ କି ସେ ତାଙ୍କୁ ମାରୁଥିଲେ ।

୫. ରଣବୀର ଶୋରେ ଓ ପୂଜା ଭଟ୍ଟ

ରଣବୀର ଶୋରେ ଓ ପୂଜା ଭଟ୍ଟ ଲଭ ମ୍ୟାରେଜ କରିଥିଲେ କିନ୍ତୁ ପ୍ରାୟତଃ ନିଶାରେ ରଣବୀର ପୂଜାଙ୍କ ଉପରେ ହାତ ଉଠାଉଥିଲେ । ଏହି କାରଣରୁ ପୂଜା ତାଙ୍କୁ ଡିଭୋର୍ସ ଦେଇଥିଲେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।