ଘରେ କେବଳ ସଠିକ ଦିଗରେ ରଖନ୍ତୁ ପାଣି, ନ ହେଲେ ହୋଇଯିବେ କଙ୍ଗାଳ

ପାଣି ଏକ ଏମିତି ଜିନିଷ ଅଟେ ଯାହାର ପ୍ରୟୋଗ ସବୁ କାର୍ଯ୍ୟରେ କରାଯାଏ । ପାଣିର ବ୍ୟବହାର ପିଇବା, ଖାଇବା ତିଆରି କରିବା, ଗାଧୋଇବା ଠୁ ଆରମ୍ଭ କରି ବହୁତ ଜିନିଷ ପାଇଁ ବ୍ୟବହାର ହୋଇଥାଏ । ସମସ୍ତଙ୍କ ଘରେ ପାଣି ରଖିବା ପାଇଁ ଏକ ନିର୍ଧାରିତ ଜାଗା ବି ହୋଇଥାଏ । କିନ୍ତୁ କଣ ଆପଣ ଜାଣିଛନ୍ତି କି ଯଦି ଆପଣ ନିଜ ଘରେ ପାଣିକୁ ସଠିକ ଦିଗରେ ରଖିବେ ନାହିଁ ତେବେ ଆପଣଙ୍କୁ ଜୀବନରେ ବିଭନ୍ନ ସମସ୍ୟା ଆସିପାରେ ।

କହିବାକୁ ଗଲେ ବାସ୍ତୁ ଶାସ୍ତ୍ରରେ ପାଣିର ବିଭିନ୍ନ ବିଷୟରେ କୁହାଯାଇଛି । ଶାସ୍ତ୍ର ଅନୁସାରେ ଘରେ ପାଣିର ସ୍ଥାନର ଚୟନ କରିବା ସମୟରେ ବିଭିନ୍ନ ଜିନିଷ ପ୍ରତି ଧ୍ୟାନ ଦେବାକୁ ପଡିଥାଏ ଏବଂ କେବଳ ସଠିକ ଦିଗରେ ହିଁ ପାଣି ରଖିବା ଉଚିତ ।

ପାଣିର ସ୍ଥାନ ସହିତ ଜଡିତ ହୋଇଥିବା ବାସ୍ତୁ ଶାସ୍ତ୍ର –

ରୋଷେଇ ଘରେ କେଉଁଠି ରଖିବା ଉଚିତ ପାଣି

ସମସ୍ତଙ୍କ ଘରର ରୋଷେଇ ଘରେ ପାଣି ରହିଥାଏ । ବାସ୍ତୁଶାସ୍ତ୍ର ଅନୁସାରେ ପାଣି ଭର୍ତି ଥିବା ପାତ୍ରକୁ ଉତ୍ତର – ପୂର୍ବ ଦିଗରେ କିମ୍ବା ପୂର୍ବ ଦିଗରେ ରଖିବା ଉଚିତ । ଏହା ଛଡା ଆପଣ ପାଣି ଭର୍ତି ପାତ୍ରକୁ ପଶ୍ଚିମ ଦିଗରେ ବି ରଖି ପାରିବେ । ଏହାକୁ ରଖିବା ଦ୍ଵାରା ଘରର କୌଣସି କ୍ଷତି ହୋଇ ନଥାଏ ।

ଗ୍ୟାସ ପାଖରେ ରଖନ୍ତୁ ନାହିଁ ପାଣି

ପାଣି ଭର୍ତି ଥିବା ପାତ୍ର କିମ୍ବା ଫିଲ୍ଟରକୁ କେବେ ବି ଗ୍ୟାସ ପାଖରେ ରଖିବା ଉଚିତ ନୁହେଁ । ଏମିତିରେ କୁହାଯାଏ କି ପାଣି ଏବଂ ନିଆ ପାଖାପାଖି ରହିଲେ ଘରେ ଝଗଡା ଲାଗିଥାଏ । ସେଥିପାଇଁ ରୋଷେଇ ଘରେ ଏହି ଦୁଇଟି ଜିନିଷକୁ ଅଲଗା ଅଲଗା ରଖନ୍ତୁ ।

ଛାତ ଉପରେ ପାଣି ଟାଙ୍କିର ସଠିକ ଦିଗ

ଛାତ ଉପରେ ରଖାଯାଉଥିବା ପାଣିର ଟ୍ୟାଙ୍କିକୁ ସଠିକ ଦିଗରେ ରଖିବା ଉଚିତ । ବାସ୍ତୁ ଶାସ୍ତ୍ର ଅନୁସାରେ ଟ୍ୟାଙ୍କିକୁ ରଖିବା ପାଇଁ ଉତ୍ତର – ପଶ୍ଚିମ ଦିଗ ଓ ଉତ୍ତର ଦିଗର ମଝିରେ କିମ୍ବା ପଶ୍ଚିମ ଦିଗର ମଧ୍ୟ ଭାଗରେ ରଖିବା ଉତ୍ତମ ଅଟେ ।

କେଉଁ ଦିଗରେ କୂଅ କରିବା

କେତେକଙ୍କ ଘରେ ଆଜି ବି କୁଅ କିମ୍ବା ପାଣି ଭର୍ତି ଥିବା ଟ୍ୟାଙ୍କ ବି ହୋଇଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଏହି ସବୁ ଜିନିଷକୁ ଉତ୍ତର – ପୂର୍ବ ଦିଗରେ ତିଆରି କରିବା ଉଚିତ । ଯଦି ଏହି ଦିଗ ଛଡା ଅନ୍ୟ ଦିଗରେ ଟ୍ୟାଙ୍କ କିମ୍ବା କୁଅ ଅଛି, ତେବେ ତାହାକୁ ସବୁବେଳେ ଭର୍ତି କରି ରଖିବା ଉଚିତ ।

ସଠିକ ଦିଗରେ ବାଥରୂମ

ରୋଷେଇ ଘରେ ଅପେକ୍ଷା ପାଣିର ବେଶୀ ପ୍ରୟୋଗ ବାଥରୂମରେ ହୋଇଥାଏ । ବାସ୍ତୁ ଶସ୍ତ୍ର ଅନୁସାରେ ଗାଧୋଇବା ସ୍ଥାନକୁ ସବୁବେଳେ ପୂର୍ବ ଦିଗରେ କରନ୍ତୁ ।

ଘରର କୌଣସି କଳରୁ ପାଣି ନ ବାହାରୁଥିବ

ଘରର ସଠିକ ଦିଗରେ ପାଣି ରଖିବା ସହିତ ଘରର ପାଣିର କଳର ସ୍ଥାନ ବି ସଠିକ ଥିବା ଦରକାର । ଯଦି ଘରର କୌଣସି କଳରୁ ପାଣି ପଡିବା କିମ୍ବା ଲିକ ହେଲେ ସେହି ଘରେ ମାତା ଲକ୍ଷ୍ମୀ ବାସ କରନ୍ତି ନାହିଁ । ସେଥିପାଇଁ ଏହି କଥା ପ୍ରତି ଧ୍ୟାନ ରଖିବେ ।