ଘରେ ପକ୍ଷୀଙ୍କ ଅଣ୍ଡା ପଡି ଭାଙ୍ଗିଲେ କେଉଁ ସଙ୍କେତ ମିଳେ ? ଏହାସହ ଜାଣନ୍ତୁ ଆହୁରି 20+ ଶାସ୍ତ୍ର ଲିଖିତ ଅନୁଚିନ୍ତା

ସରଳ ଓ ସୁଖମୟ ଜୀବନ ପାଇଁ ଆସନ୍ତୁ ଜାଣିବା କିଛି ଖାସ ବାସ୍ତୁ ନିୟମ । ସକାଳୁ ମୁହଁ ନଧୋଇ ଚାହା କିମ୍ବା ପାଣି ପିଇବା ଉଚିତ ନୁହେଁ ଏବଂ ଅଧୂଆ ମୁହଁରେ ଅଗ୍ନି ସ୍ପର୍ଶ କରିବା କିମ୍ବା ଜଳାଇବା ଉଚିତ ନୁହେଁ । ଏହା ଅମଙ୍ଗଳକାରୀ ହୋଇଥାଏ । ଠାକୁର ଘରେ ଦକ୍ଷିଣାବର୍ତ୍ତୀ ଶଙ୍ଖ ରଖିବା ଅତ୍ୟନ୍ତ ଶୁଭ ହେବା ସହ ଘରୁ ରୋଗ, ଦାରିଦ୍ର୍ଯ, ଦୁର୍ଘଟଣା, ମୃତ୍ୟୁ ଓ ଚୋରୀ ଭୟ ଦୂର ହୋଇଥାଏ । ଠାକୁର ଘରେ ଶ୍ରୀଜନ୍ତ୍ର ରଖିବା କଲ୍ୟାଣକାରୀ ହୋଇଥାଏ ଏବଂ ଏହାକୁ ପୂଜା କରିବା ଦ୍ଵାରା ଘରେ ଧନର ଅଭାବ ଦୂର ହୋଇଥାଏ ।

ଘରେ କେବେବି କଳିଝଗଡା କରିବା, ରାଗିବା କିମ୍ବା କାନ୍ଦିବା ଉଚିତ ନୁହେଁ । ଏହାଦ୍ବାରା ଅମଙ୍ଗଳ ହେବା ସହ ଆର୍ଥିକ ସମୃଦ୍ଧି ନଷ୍ଟ ହୁଏ । ମନି ପର୍ସରେ କେବେବି ବ୍ଲେଡ କିମ୍ବା ଲୁହା ଜିନିଷ ରଖିବା ଉଚିତ ନୁହେଁ ଏହା ଅଶୁଭ ହୋଇଥାଏ । କିନ୍ତୁ ଗୋମତୀ ଚକ୍ର ରଖିବା ଦ୍ଵାରା ଶୁଭଫଳ ପ୍ରାପ୍ତ ହୋଇଥାଏ । ଯଦି କୌଣସି ଦିନ ହଳଦୀ ଲାଗିଥିବା ଟଙ୍କା ମିଳିଯାଏ ତେବେ ତାହା ଶୁଭପ୍ରଦ ହୋଇଥାଏ । ଏହାକୁ ଖର୍ଚ୍ଚ ନକରି ପର୍ସରେ ରଖିବା ଦ୍ଵାରା ଆର୍ଥିକ ସ୍ଥିତି ଦୂର ହୋଇଥାଏ ।

ମହାଦେବଙ୍କୁ ପୂଜା କରିବା ବେଳେ ଅକ୍ଷତ ଅର୍ପଣ କରିବା ଦ୍ଵାରା ଅତ୍ୟନ୍ତ କଲ୍ୟାଣକାରୀ ହୋଇଥାଏ ଏବଂ ଅକାଳ ମୃତ୍ୟୁର ଭୟ ଦୂର ହୋଇଥାଏ । ସେହିପରି ମନିପର୍ସରେ ମଧ୍ୟ ଅକ୍ଷତ ରଖିବା ଦ୍ଵାରା ଶୁଭପ୍ରଦ ହୋଇଥାଏ ।

ଗୋଟିଏ ଓସ୍ତ ପତ୍ରକୁ ଗଙ୍ଗାଜଳରେ ରହି ସେଥିରେ କୁଙ୍କୁମରେ ଶ୍ରୀ ଲେଖି ପର୍ସରେ ରଖିବା ଦ୍ଵାରା ଶୁଭ ଏବଂ ମଙ୍ଗଳକାରୀ ହୋଇଥାଏ । ଶୋଇବା ବେଳେ କେବେବି ମୁଣ୍ଡ ଉପରେ ପର୍ସ ରଖି ଶୋଇବା ଉଚିତ ନୁହେଁ । ଏହା ଅଶୁଭ ହେବାସହ ଆର୍ଥିକ ସଙ୍କଟ ଦେଖାଦେବାର ସମ୍ଭାବନା ରହିଥାଏ ।

ପର୍ସରେ ପଇସା ସହ କୌଣସି ଚାବି ରଖିବା ଉଚିତ ନୁହେଁ । ଏହା ଅଶୁଭ ହେବାସହ ଅର୍ଥହାନିର ସମୁଖୀନ ହେବାକୁ ପଡିଥାଏ । ପ୍ରତ୍ଯେକ ଗୁରୁବାର ଦିନ ତୁଳସୀ ଗଛମୂଳେ କ୍ଷୀର ଅର୍ପଣ କରିବା ଦ୍ଵାରା ଅତ୍ୟନ୍ତ ମଙ୍ଗଳକାରୀ ହୋଇଥାଏ ଓ ଘରେ ଆର୍ଥିକ ସମସ୍ଯା ଶୀଘ୍ର ଦୂର ହୋଇଥାଏ ।

ଘରେ ପୂଜା କରିବା ବେଳେ କର୍ପୁର ଜଳାଇବା ଦ୍ଵାରା ମଙ୍ଗଳ ହୋଇଥାଏ ଏବଂ ସନ୍ଧ୍ୟା ସମୟରେ ସୋରିଷ ତେଲ ଦୀପରେ ଲବଙ୍ଗ ପକାଇ ଜଳାଇବା ଦ୍ଵାରା ଶୁଭ ଓ ମଙ୍ଗଳକାରୀ ହୋଇଥାଏ । ଘରେ ଆର୍ଥିକ ସମସ୍ଯା ଦେଖା ଦେଉଥିଲେ ପ୍ରତ୍ଯେକ ପୂର୍ଣ୍ଣିମା ଦିନ ଓସ୍ତ ଗଛମୂଳେ ଜଳ ଅର୍ପଣ କରିବା ଦ୍ଵାରା ଲକ୍ଷ୍ମୀଙ୍କ ମନ୍ତ୍ର ଏକକାଳୀନ ଜପ କରିବା ସହ ଘରେ ଅର୍ଥ ଅଭାବ ଦୂର ହୋଇଥାଏ ।

ଘରେ କେବେବି କୌଣସି ପକ୍ଷୀଙ୍କ ଅଣ୍ଡା ପଡି ଭାଙ୍ଗିବା ଉଚିତ ନୁହେଁ । ଏହା ଅଶୁଭ ଓ ଅମଙ୍ଗଳକାରୀ ହୋଇଥାଏ ଏବଂ ଘୋର ଆର୍ଥିକ ସଙ୍କଟ ଦେଖା ଦେବାର ସଂକେତ ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।