ମୂଷା ଭବିଷ୍ୟତର ଦେଇଥାଏ ସୂଚନା ! ଜାଣନ୍ତୁ ଘରେ ମୂଷା ରହିବା ଶୁଭ ନା ଅଶୁଭ ?

ମଣିଷ ଜୀବନକୁ ସରଳ ଓ ସୁନ୍ଦର କରିବା ପାଇଁ ଗୁରୁଜନ ଏବଂ ପୁରାଣ ଶାସ୍ତ୍ରରୁ ଅନେକ ବିଷୟ ଶିକ୍ଷା କରିବାକୁ ହୋଇଥାଏ । ଶାସ୍ତ୍ର ଅନୁସାରେ ଆମ ଘରେ ବା ଆଖପାଖରେ ରହୁଥିବା ଜୀବଜନ୍ତୁ ମାନେ ଆମ ଭବିଷ୍ୟତ ଏବଂ ଶୁଭ ଅଶୁଭର ସଙ୍କେତ ଦେଇଥାନ୍ତି । କିନ୍ତୁ ପ୍ରାୟତଃ ତାହା ଆମେ ବୁଝିପାରି ନଥାଉ । ତେବେ ଆଜି ଆମେ ଜାଣିବା ଘରେ ମୂଷା ବାସ କରିବା ଦ୍ଵାରା ବା ଘରକୁ ଆସିବା ଦ୍ଵାରା କଣ ସୂଚନା ଦେଇଥାଏ । ଏହା ଶୁଭ ନା ଅଶୁଭ ହୋଇଥାଏ ?

ମୂଷା ମାନଙ୍କୁ ପ୍ରାୟତଃ ଆମ ଘର ମାନଙ୍କରେ ଦେଖିବାକୁ ମିଳେ । ଆମେ ଘରେ ଭଗବାନ ଗଣେଶଙ୍କ ପୂଜା କରିଥାଉ । ଆଉ ମୂଷା ହେଉଛି ଭଗବାନ ଗଣେଶଙ୍କ ବାହନ । ସାଧାରଣତଃ ମୂଷା ଦେଖିବା ଏକ ଶୁଭ ସଙ୍କେତ ଅଟେ । ମୂଷାର ପ୍ରଧାନ ଖାଦ୍ଯ ହେଉଛି ଧାନ । ଧାନ ର୍ଥାତ ଧନ ବା ମାତା ଲକ୍ଷ୍ମୀ । ଯେଉଁଠାରେ ଅଧିକ ଧନ ରହିଥାଏ ସେହିଠାରେ ମୂଷା ବାସ କରିଥାଏ । ଯଦି ଆପଣଙ୍କ ଘରେ ମୂଷା ବାସ କରୁଛନ୍ତି ଏହାର ଅର୍ଥ ଆପଣ ଜଣେ ଧନୀ ବ୍ୟକ୍ତି ଅଟନ୍ତି କିମ୍ବା ଆଗାମୀ ସମୟରେ ଆପଣଙ୍କ ଆର୍ଥିକ ସ୍ଥିତି ବେଶ ମଜବୁତ ହେବାକୁ ଯାଉଛି ।

ସକାଳୁ ଉଠିବା ଠିକ ପରେ ପରେ ମୂଷା ଦେଖିବା ଅର୍ଥ ହେଉଛି ଆପଣଙ୍କ ଦିନତି ଅତ୍ୟନ୍ତ ଶୁଭ ଫଳଦାୟୀ ହେବାକୁ ଯାଉଛି ଏବଂ ଯେକୌଣସି କାର୍ଯ୍ୟ କରିବେ ସେଥିରେ ନିଶ୍ଚିତ ଭାବେ ସଫଳତା ଲାଭ କରିବେ । ମୂଷା ଯେପରି ନିଜ ଦାନ୍ତରେ ସବୁ କିଛି କାଟି ଦେଇଥାଏ ଆମେ ମଧ୍ୟ ଠିକ ସେହିପରି ନିଜ ବୁଦ୍ଧି ବଳରେ ଆମ ଜୀବନରେ ଚାଲିଥିବା ସବୁ ସମସ୍ଯାକୁ କାଟି ଅଲଗା ଅଲଗା କରିଦେବା ଦ୍ଵାରା ସମାଧାନର ବାଟ ଖୋଲିଥାଏ ।

ଯଦି କଳା ରଙ୍ଗର ମୂଷା ଆପଣଙ୍କ ଘରେ ଥିବା କଥା ବସ୍ତୁକୁ କାଟିବା ଆରମ୍ଭ କରେ ତେବେ ଜାଣି ରଖନ୍ତୁ ଯେ ଆପଣଙ୍କ ଘରେ ଏହାଦ୍ବାରା ସମସ୍ଯା ବଢିପାରେ । ଘରେ କାହାର ଦାନ୍ତ ଭାଙ୍ଗିଗଲେ ତାକୁ ମୂଷା ଗାତରେ ପକାଇ ଦିଆଯାଏ । କାରଣ ସେହି ଦାନ୍ତକୁ ଯଦି ମୂଷା ନେଇଯାଏ ତେବେ ଏହା ଆପଣଙ୍କ ପାଇଁ ଶୁଭ ପ୍ରତିଫଳ ନେଇ ଆସିଥାଏ । ଏହାଦ୍ବାରା ସେହି ବ୍ୟକ୍ତି ବା ପିଲାର ଦନ୍ତ ମଜବୁତ ମଧ୍ୟ ହେବାର ବିଶ୍ବାସ ରହିଛି ।

ଯଦି ଆପଣ ସ୍ଵପ୍ନରେ ମୂଷା ଦେଖୁଛନ୍ତି ତେବେ ଏହାଦ୍ବାରା ଆପଣଙ୍କ ବୈବାହିକ ଜୀବନରେ ଖୁବ ଖୁସି ଆସିବାର ସଙ୍କେତ ଅଟେ ବୋଲି ମାନା ଯାଇଥାଏ । କିନ୍ତୁ ସ୍ଵପ୍ନରେ ଯଦି ସାପ ମୂଷାକୁ କାମୁଡୁ ଥିବାର ଦେଖନ୍ତି ତେବେ ଏହା ଅଶୁଭ ଓ ବିପଦର କାରଣ ହୋଇଥାଏ । ଅବିବାହିତ ବ୍ୟକ୍ତିମାନେ ସ୍ଵପ୍ନରେ ମୂଷା ଦେଖିଲେ ତାଙ୍କ ବିବାହ ଯୋଗ ଫିଟି ଯାଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।