ଘରେ ଭୁଲରେ ବି ଲଗାନ୍ତୁ ନାହିଁ ଏହି ରଙ୍ଗର ଗୋଲାପ ଗଛ, ହୋଇଥାଏ ବହୁତ ଅଶୁଭ

ବନ୍ଧୁମାନେ ହିନ୍ଦୁ ଧର୍ମରେ ବାସ୍ତୁ ଶାସ୍ତ୍ରର ବହୁତ ମହତ୍ଵ ଅଛି । ଏମିତି କୁହାଯାଏ କି ଯେଉଁ ଘରେ ସବୁ ଜିନିଷ ବାସ୍ତୁ ଅନୁସାରେ ହୋଇଥାଏ ସେହି ଘରେ କୌଣସି ବଡ ସମସ୍ୟା ଆସି ନ ଥାଏ ଓ ଯେଉଁ ଘରେ ବାସ୍ତୁର ନିୟମ ପାଳନ କରାଯାଇ ନ ଥାଏ ସେହି ଘରେ ସମସ୍ୟା ଆସିବା ସାଧାରଣ କଥା ଅଟେ । ଏହା ଛଡା କଣ ଆପଣ ଜାଣିଛନ୍ତି କି ଘରେ ଥିବା ବଗିଚାର ବି ବାସ୍ତୁ ସହ ବହୁତ ଗଭୀର ସମ୍ପର୍କ ରହିଥାଏ ।

ଉଦାହରଣ ସ୍ୱରୂପ ଟଙ୍କାର ଆଗମନ ପାଇଁ ଲୋକମାନେ ମନୀପ୍ଲାଣ୍ଟ ଲଗାନ୍ତି । ଏହିଭଳି ବିଭିନ୍ନ ପ୍ରକାରର ଗଛ ଓ ଫୁଲ ଗଛ ବି ଘରେ ଲଗାଇଥାନ୍ତି । କହିବାକୁ ଗଲେ ଫୁଲ ମଧ୍ୟରେ ସମସ୍ତଙ୍କୁ ଗୋଲାପ ଅଧିକ ପ୍ରିୟ ହୋଇଥାଏ । କିନ୍ତୁ କଣ ଆପଣ ଜାଣିଛନ୍ତି କି କେଉଁ ରଙ୍ଗର ଗୋଲାପ ଘରେ ଲଗାଇବା ଦ୍ଵାରା ତାହାର କେଉଁଭଳି ପ୍ରଭାବ ଆପଣଙ୍କ ଜୀବନ ଉପରେ ପଡିଥାଏ ?

ଆଜି ଆମେ ଆପଣଙ୍କୁ ଏହି ବିଷୟରେ କହିବାକୁ ଯାଉଛୁ । ବନ୍ଧୁମାନେ ଆଜି ଆମେ ଆପଣଙ୍କୁ ଯେଉଁ କଥା କହିବାକୁ ଯାଉଛୁ ତାହା ଗୋଲାପର ଉଭୟ ଅସଲ ଫୁଲ ଓ ନକଲି ଫୁଲ ଦୁଇଟି ଉପରେ ହିଁ ଲାଗୁ ହୋଇଥାଏ ।

ଘରେ ଭୁଲରେ ଲଗାନ୍ତୁ ନାହିଁ ଏହି ରଙ୍ଗର ଗୋଲାପ

କଳା ରଙ୍ଗ : ବନ୍ଧୁମାନେ ନିଜ ଘରେ କେବେ ବି କଳା ରଙ୍ଗର ଗୋଲାପ ଲଗାଇବେ ନାହିଁ । ଘରେ କଳା ରଙ୍ଗର ଗୋଲାପ ଗଛ, ତାହାର ଫଟୋ କିମ୍ବା ଡେକୋରେଶନ ବାଲା ନକଲି ଫୁଲ ଇତ୍ୟାଦି ଘରେ ରଖିବା ଉଚିତ ନୁହେଁ । ବାସ୍ତୁ ହିସାବରେ କଳା ରଙ୍ଗ ଦୁର୍ଭାଗ୍ୟର ପ୍ରତୀକ ହୋଇଥାଏ । ଏମିତି କୁହାଯାଏ କି ଯେଉଁ ଘରେ କଳା ରଙ୍ଗର ଗୋଲାପ ଲଗାଯାଏ ସେଠାରେ ନକରାତ୍ମକ ଊର୍ଜା ଅଧିକ ରହିଥାଏ । ସେଥିପାଇଁ ଘରେ କଳା ରଙ୍ଗର ଗୋଲାପ କିମ୍ବା ଅନ୍ୟ କୌଣସି ଫୁଲ ରଖିବେ ନାହିଁ । ତାହା ଫଟୋ ବି ହୋଇଥାଉ ନା କାହିଁକି ।

ବାସ୍ତୁ ହିସାବରେ ଜାଣନ୍ତୁ ଗୋଲାପ ଫୁଲ ରଙ୍ଗର ଅର୍ଥ

ଲାଲ ରଙ୍ଗ :

ଏହି ରଙ୍ଗର ଗୋଲାପକୁ ପ୍ରେମର ପ୍ରତୀକ କୁହାଯାଏ । ଏହାକୁ ଘରେ ଲଗାଇବା ଦ୍ଵାରା ପରସ୍ପର ମଧ୍ୟରେ ପ୍ରେମ ବଢିଥାଏ ଓ ସମ୍ପର୍କରେ ମଧୁରତା ରହିଥାଏ ।

ଧଳା ରଙ୍ଗ :

ଏହି ରଙ୍ଗର ଗୋଲାପ ଶାନ୍ତିର ସନ୍ଦେଶ ଦେଇଥାଏ । ଯେଉଁ ଘରେ ବିବାଦ ଅଧିକ ହୋଇଥାଏ ସେହି ଘରେ ଧଳା ରଙ୍ଗର ଗୋଲାପ ଲଗାଇବା ଉଚିତ ।

ହଳଦିଆ ଓ ନାରଙ୍ଗି ରଙ୍ଗ :

ଏହି ରଙ୍ଗ ବାସ୍ତୁ ହିସାବରେ ଶୁଭ ହୋଇଥାଏ । ଏହି ରଙ୍ଗର ଗୋଲପ ଫୁଲ ଘରେ ଲଗାଇବା ଦ୍ଵାରା ଆପଣଙ୍କର ଭାଗ୍ୟ ଖୋଲିଯିବ ।

ନୀଳ ରଙ୍ଗ :

ଏହି ରଙ୍ଗ ସୁଖମୟ ଜୀବନର ସନ୍ଦେଶ ଦେଇଥାଏ । ଏହାକୁ ଘରେ ଲଗାଇବା ଦ୍ଵାରା ଘରେ ସୁଖମୟ ବାତାବରଣ ରହିଥାଏ ।