Vastu tips- ଘରେ ଯଦି ଅଛି ଏହି 5 ଟି ଜିନିଷ, ବିନା ପୂଜା ପାଠରେ ହିଁ ଆପଣ ହେଇଯିବେ ଧନୀ, ବହୁତ ଜଲ୍ଦି କୋଟିପତି କରିଦିଏ ଏହି ଉପାୟ

ଜଦି ଏହି ୫ଟି ଜିନିଷ ଆପଣଙ୍କ ପାଖେ ଥିଲେ କାଙ୍ଗାଳରୁ କାଙ୍ଗାଳ ବ୍ୟକ୍ତି ମଧ୍ୟ ମାଲାମାଲ ହୋଇଯାଆନ୍ତି । ପ୍ରଥମେ ଆପଣ ଏହି କଥାରେ ଭରସା କରିବା ନିହାତି ଜରୁରୀ ଅଟେ । କାରଣ ଭରସାରେ ହିଁ ଦୁନିଆ ଚାଲିଛି, ଭରସା ହେଉଛି ଶକ୍ତି, ଭରସା ହେଉଛି ଆପଣଙ୍କ ତାକତ । ଏହି ଦୁନିଆରେ ସମସ୍ତ ଲୋକ ଭିନ୍ନ ଭିନ୍ନ ଜୀବନ ଯାପନ କରନ୍ତି କିନ୍ତୁ କିଛି ଲୋକ ଏମିତି ଥାନ୍ତି ତାଙ୍କ ଜୀବନକୁ ଠିକ୍ ଭାବେ ବଞ୍ଚି ପାରନ୍ତି ନାହିଁ । ଏହା ଏଥିପାଇଁ ହୋଇଥାଏ ବାସ୍ତୁ ଦୋଷ କାରଣରୁ ଏମାନେ ଗରିବ ହୋଇ ଯାଆନ୍ତି ।

ଏହି କାରଣ ପାଇଁ ସେମାନେ ଭଲ ଜୀବନ ଯାପନ କରି ପାରନ୍ତି ନାହିଁ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି ଜିନିଷ ବିଷୟରେ କହିବୁ ଯାହାଦ୍ଵାରା ଆପଣଙ୍କ ଜୀବନ ବଦଳି ଯିବ କିନ୍ତୁ ଗୋଟିଏ କଥା ମନେ ରଖିବେ ହୃଦୟରୁ କରୁଥିବା କାର୍ଯ୍ୟରେ ସବୁବେଳେ ସଫଳ ହୋଇଥାନ୍ତି ।

୧- ଯେଉଁ ବ୍ୟକ୍ତି ଗଣେଶଙ୍କ ହାତ ଧରି ନିଏ ସେ ବ୍ୟକ୍ତି କେବେ ଦୁଃଖି ରୁହେ ନାହିଁ । କାରଣ ଗଣେଷଙ୍କୁ ବିଘ୍ନ ହରତା ମାନନ୍ତି । ଦୁଃଖ ଦୁର୍ଦ୍ଦଶା ପାଇଁ ଘରେ ଗଣେଶଙ୍କ ମୂର୍ତ୍ତି ରଖିବା ବହୁତ ଭଲ ଅଟେ । ଗଣେଶଙ୍କ ମୂର୍ତ୍ତି ଏପରି ରଖିବା ଦରକାର ଯେମିତିକି ଗଣେଶଙ୍କ ଦୃଷ୍ଟି ଘର ଉପରେ ରୁହେ । ସକାଳୁ ଉଠି ପ୍ରଥମେ ଗଣେଶ ଭଗବାନଙ୍କୁ ନମସ୍କାର କରନ୍ତୁ ।

୨- ବଇଁଶୀ : ବାସ୍ତୁ ଦୋଷ ଦୂର କରିବାରେ ବହୁତ କାର୍ଯ୍ୟକାରୀ ହୋଇଥାଏ । ଆର୍ଥିକ ସମସ୍ୟା ପାଇଁ ବ୍ୟକ୍ତିକୁ ଘରେ ବଇଁଶୀ ରଖିବା ଆବଶ୍ୟକ । ବାସ୍ତୁଶାସ୍ତ୍ରରେ କୁହାଯାଇଛି ଘରେ ବଇଁଶୀ ରଖିବା ଦ୍ବାରା ମା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ଏବଂ ଘରର ସମସ୍ତ ସମସ୍ୟା ଦୂର ହୋଇଥାଏ ।

୩- ଶଙ୍ଖ : ବାସ୍ତୁଶାସ୍ତ୍ର ଅନୁସାରେ ବାସ୍ତୁ ଦୋଷ ଦୂର କରିବାକୁ ଏଥିରେ ଅଦ୍ଭୁତ କ୍ଷମତା ଥାଏ । ଯେଉଁଠି ନିୟମିତ ଶଙ୍ଖ ବଜା ହୁଏ ସେଠାରେ ଆଖପାଖର ପାଣି ପବନ ମଧ୍ୟ ସୁଦ୍ଧ, ପବିତ୍ର ଏବଂ ସକରାତ୍ମକ ହୋଇଯାଏ । ଶାସ୍ତ୍ରରେ କୁହାଯାଇଛି ଯେଉଁ ଘରେ ମା ଲକ୍ଷ୍ମୀଙ୍କ ହାତରେ ଦକ୍ଷିଣ ବର୍ତ୍ତି ଶଙ୍ଖ ଥାଏ ସେଠି ମା ଲକ୍ଷ୍ମୀ ବାସ କରନ୍ତି । ଏମିତି ଘରେ କେବେବି ଧନର ସମସ୍ୟା ଆସେନାହିଁ । ଏହି ଶଙ୍ଖକୁ ଲାଲ୍ କପଡାରେ ଗୁଡ଼ାଇ ପୂଜା ସ୍ଥାନରେ ରଖିବା ଦରକାର ଏବଂ ନିୟମିତ ଏହାର ପୂଜା କରିବା ଦରକାର ।

୪- ମା ଲକ୍ଷ୍ମୀ ଏବଂ କୁବେରଙ୍କ ମୂର୍ତ୍ତି : ଆପଣଙ୍କ ଘରେ ମା ଲକ୍ଷ୍ମୀଙ୍କ ମୂର୍ତ୍ତି ନିଶ୍ଚିତ ରୂପେ ଥିବ । ଜଦି ଆପଣ ଘରେ କୁବେରଙ୍କ ମୂର୍ତ୍ତି କିମ୍ବା ଫଟୋ ରଖନ୍ତି ତେବେ ଏହା ବହୁତ ଶୁଭ ହୋଇଥାଏ । କୁବେର ମହାରାଜ ଉତ୍ତର ମହାଦିଶାର ରାଜା ଅଟନ୍ତି ସେଥିପାଇଁ ତାଙ୍କୁ ସବୁବେଳେ ଉତ୍ତର ଦିଗରେ ରଖନ୍ତୁ ।

୫- କର୍ପୁର : ବାସ୍ତୁ ଦୋଷ ଦୂର କରିବାପାଇଁ, ଧନର ସମସ୍ୟା ପାଇଁ ନିୟମିତ ଘରେ କର୍ପୁର ଆଳତୀ କରନ୍ତୁ । ଘରର ମଝାମଝିରେ ନିୟମିତ କର୍ପୁର ଜାଳିବା ଦ୍ବାରା ନକରାତ୍ମକ ପ୍ରଭାବ କମ୍ ହୋଇଥାଏ । ବିଗିଡି ଥିବା କାମ ମଧ୍ୟ ଅତି ସହଜରେ ହୋଇଯାଏ ।