ଘରେ ଯଦି ଆପଣ ନିଜର ଡ୍ରାଇଭିଙ୍ଗ ଲାଇସେଂସ ଓ ଅନ୍ୟ କାଗଜ ପତ୍ର ଭୁଲି ଯାଇଛନ୍ତି ତେବେ ପୁଲିସ କାଟି ପାରିବ ନାହିଁ ଆପଣଙ୍କର ଚାଲାଣ, ଜାଣନ୍ତୁ କେମିତି

ମୋଟର ଭେହିକିଲ ଏକ୍ଟରେ ହୋଇଥିବା ଚେଞ୍ଜେସ କାରଣରୁ ବର୍ତ୍ତମାନ ଚାଲାଣର ରାଶି ବହୁ ଗୁଣା ବୃଦ୍ଧି ହୋଇ ଯାଇଛି । ଏହି ଏକ୍ଟରେ ସିଟ ବେଲ୍ଟ, ପଲ୍ୟୁଶନ, ବୀମା ଓ ଲାଇସେଂସ ଜରୁରୀ ଅଟେ । ଯଦି ଆପଣ ଘରେ ନିଜର ଡ୍ରାଇଭିଙ୍ଗ ଲାଇସେଂସ କିମ୍ବା ଅନ୍ୟ କାଗଜ ପତ୍ର ଭୁଲି ଯାଉଛନ୍ତି ତେବେ ଚିନ୍ତିତ ହେବା ଦରକାର ନାହିଁ । କହିବାକୁ ଗଲେ ମୋଟର ଭେହିକିଲ ଏକ୍ଟକୁ ନେଇ ସଡକ ପରିବହନ ମନ୍ତ୍ରାଳୟରେ ରାଜ୍ୟ ସରକାରମାନଙ୍କୁ ନୂତନ ନିର୍ଦେଶ ଜାରି କରିଛନ୍ତି ।

ଡ୍ରାଇଭର ର ଲାଇସେଂସ, ପଂଜୀକରଣ ପ୍ରମାଣ ପତ୍ର ଭଳି ବିବରଣ ବର୍ତ୍ତମାନ ଡିଜୀଲକର, m – parivaham କିମ୍ବା ଈ-ଚାଲାନ ଆପ ଦ୍ୱାରା ମାନ୍ୟ କାରଯିବ । ଅଧିକାରୀମାନଙ୍କୁ ଏହା ବି କୁହାଯାଇଛି କି ସେମାନେ ବିବରଣୀକୁ ଭେରିଫାଏ ନ କରି ଚାଲାଣ କାଟି ପାରିବେ ନାହିଁ ।

କେନ୍ଦ୍ର ଏହା ବି କହିଛି କି ଡିଜୀଲକର ରେ ଯାତାୟାତ ପୁଲିସ ଦ୍ୱାରା ସଂଗ୍ରହୀତ ଡକ୍ୟୁମେଣ୍ଟ୍ସ ବୈଧ ହେବ । ମନ୍ତ୍ରାଳୟ ରାଜ୍ୟମାନଙ୍କୁ ଏକ ପତ୍ର ପଠାଇ ଏହା ସୂଚିତ କରିଛନ୍ତି । ଏହା ଦ୍ଵାରା ସେହି ଲୋକମାନଙ୍କୁ ମୁକ୍ତି ମିଳିବ ଯେଉଁମାନେ ପୁଲିସ ଓ ପରିବହନ ଅଧିକାରୀମାନଙ୍କ ଦ୍ଵାରା ଶୋଷଣର ଶିକାର ହେଉଥିଲେ ।

ପରପତ୍ରରେ କୁହାଯାଇଥିଲା କି ଯଦି କୌଣସି ନାଗରିକ ମୋବାଇଲ କିମ୍ବା ଅନ୍ୟ କୌଣସି ଅସୁବିଧା କାରଣରୁ ଡିଜୀଲକର କିମ୍ବା m-Parivahan ଉପର ଡିଜିଟାଲ କପୀ ଦେଖାଇ ପାରିବ ନାହିଁ, ତ ଈ-ଚାଲାନ ଆପ ମାଧ୍ୟମରେ ଡ୍ରାଇଭିଙ୍ଗ ଲାଇସେଂସ ଓ ଆରସୀ ନଂବର ଭେରିଫାଏ କରନ୍ତୁ ।

ଏହା ବି ଦେଖାଯାଉଛି କି ଡିଜିଟାଲ କପୀ ଦେଖିବା ସତ୍ବେ ବି ତାହାର ଚାଲାଣ କଟା ଯାଉଛି । ଏମିତି କିଛି ଯଦି ଆପଣଙ୍କ ସହିତ ହେଉଛି ତ ଆପଣ ଉଚ୍ଚାଧିକାରୀଙ୍କୁ କମ୍ପ୍ଲେନ କରିପାରିବେ । ମନ୍ତ୍ରାଳୟ ଏହା ବି କହିଛନ୍ତି କି ସମସ୍ତେ ବାହନର ପ୍ରଦୂଷଣ ପ୍ରମାଣପତ୍ରର ସୂଚନା ଇଲେକ୍ଟ୍ରନିକ ରୂପରେ ଅପ୍ଲୋଡ କରିଯିବା ଉଚିତ ଯାହା ଦ୍ଵାରା ନାଗରିକ ସମସ୍ୟାରେ ନ ପଡନ୍ତି ।

ସଚେତନତା ପାଇଁ ଏହି ପୋଷ୍ଟଟିକୁ ସମସ୍ତଙ୍କ ସହିତ ଶେୟାର କରନ୍ତୁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।