ଘରେ ଘରେ ପିଜ୍ଜା ପହଞ୍ଚାଉଥିବା ଡେଲୀବରୀ ବୟ ହେଲା ପୁଲିସ ଅଫିସର, ଏହି ବ୍ୟକ୍ତିର ର ଥିଲା ମୁଖ୍ୟ ଭୂମିକା, ପୁରା ଘଟଣା ଜାଣିଲେ…

‘ସ୍ଵପ୍ନ ତାଙ୍କର ହିଁ ପୁରା ହୋଇଥାଏ, ଯେଉଁମାନେ ସ୍ଵପ୍ନ ଦେଖିଥାନ୍ତି ।‘ ଏହି କଥାକୁ ଏକ ପିଜ୍ଜା ଡିଲୀବରୀ ବୟ ସତ କରି ଦେଖାଇଛି । ଯିଏକି ବର୍ତ୍ତମାନ ପୁଲିସ ଅଫିସର ହୋଇ ଯାଇଛି । ଆପଣଙ୍କୁ କହିଦେଉଛୁ ଯେ ଯେଉଁ ପିଜ୍ଜା ଡିଲୀବରୀ ବୟ ପୁଲିସ ଅଫିସର ହୋଇଛି ତାହା ପଛର କାହାଣୀ ବଡ ଲମ୍ବା ଓ ମନୋରଞ୍ଜକ ଅଟେ । ଯାହାକୁ ଜାଣିଲା ପରେ ସମସ୍ତେ ସେହି ପିଜ୍ଜା ଡିଲୀବରୀ ବୟକୁ ସାଲୁଟ କରୁଛନ୍ତି । ସେହି ପିଜ୍ଜା ଡିଲୀବରୀ ବୟର ନାମ ମୋଇନ ଖାନ ଅଟେ, ଯିଏକି ଜମ୍ମୁ କାଶ୍ମୀର ନିବାସୀ ଅଟେ ।

ଘରେ ଘରେ ପିଜ୍ଜା ପହଞ୍ଚାଉ ଥିଲେ ମୋଇନ ଖାନ

ପୁଲିସ ଅଫିସର ହେବା ପୂର୍ବରୁ ମୋଇନ ଖାନ ଘରେ ଘରେ ପିଜ୍ଜା ଦେଉଥିଲା । କିନ୍ତୁ ଏହା ମଧ୍ୟରେ ସେ ଏକ ସ୍ଵପ୍ନ ବି ଦେଖିଥିଲା । ପିଜ୍ଜା ପହଞ୍ଚାଇବା କାମକୁ ମୋଇନ ଖାନ କେବେ ବି ଲଜ୍ୟାଜନକ ବୋଲି ଭାବି ନାହିଁ । ଏତିକି ନୁହେଁ ପିଜ୍ଜା ପହଞ୍ଚାଇବା ପୂର୍ବରୁ ମୋଇନ ଖାନ ଗାଡି ବି ସଫା କରୁଥିଲେ । ଏଥିରୁ ଜଣା ପଡୁଛି କି ସେ ନିଜ ଜୀବନରେ କେତେ ସଂଘର୍ଷ କରିଛନ୍ତି ।

କିନ୍ତୁ ସଂଘର୍ଷ ସହିତ ନିଜର ସ୍ଵପ୍ନକୁ ବି ଜୀବିତ ରଖିଥିଲେ, ଯାହାକି ବର୍ତ୍ତମାନ ପୁରା ହୋଇଯାଇଛି । କହିଦେଛୁ ଯେ ବର୍ତ୍ତମାନ ମୋଇନ ଖାନଙ୍କୁ ଟ୍ରେନିଗରେ ରଖା ଯାଇଛି, ଯାହା ପରେ ତାଙ୍କର ନିଯୁକ୍ତି ହେବ ।

ଅଶିକ୍ଷିତ ଅଟନ୍ତି ମୋଇନ ଖାନଙ୍କର ମାତା ପିତା

ପୁଲିସ ଅଫିସର ହେବା ପରେ ମୋଇନ ଖାନ କହିଲେ କି ସେ ନଗରୋଟା ଥଣ୍ଡା ପାନୀ ଗ୍ରାମର ନିବାସୀ ଅଟନ୍ତି । ମୋର ମାତା ପିତା ଅଶିକ୍ଷିତ ଅଟନ୍ତି ଓ ମୁଁ ମୋ ଘରେ ଗ୍ରେଜୁଏଶନ ପୁରା କରିଥିବା ପ୍ରଥମ ବ୍ୟକ୍ତି ଅଟେ । ଏହା ସହିତ ମୋର ଭାଇର ଚିକିସ୍ଛା ବି ଚାଲିଛି ଓ ସେ ହସ୍ପିଟାଲରେ ଅଛି । କହିଦେଉଛୁ ଯେ ମୋଇନ ଖାନ ଗତ ସାତ ବର୍ଷ ହେବ ନିଜର ଦାୟିତ୍ଵ ବହନ କରୁଛନ୍ତି । ଯେଉଁଥି ପାଇଁ ସେ ଡାଲି ଚାଉଳ ଦୋକାନରେ ବି ଘଣ୍ଟା ଘଣ୍ଟା ବସୁଥିଲେ, ଯାହା ଦ୍ଵାରା ତାଙ୍କ ଘରେ କିଛି ଟଙ୍କା ଆସିପାରୁ ।

ଏହି ବ୍ୟକ୍ତି ଜଣକ ପାଳନ କରିଲେ ଭୂମିକା

ମୋଇନ ଖାନ ସ୍ଵପ୍ନ ତ ଦେଖିଲେ ଓ ତାହାକୁ ପୁରା କରିବା ପାଇଁ ବହୁତ ପରିଶ୍ରମ ବି କରିଛନ୍ତି । କିନ୍ତୁ ତାଙ୍କର ଏହି ସଫଳତାର ଶ୍ରେୟ ଆଈପୀଏସ ଅଫିସର ସନ୍ଦିପ ଚୌଧରୀକୁ ଯାଇଥାଏ । ଯିଏକି ଜମ୍ମୁରେ ବିନା କୌଣସି ଫିସ ନେଇ ଅପରେଶନ ଡ୍ରୀମ୍ସ ଚଲାଉଛନ୍ତି । ଅପରେଶନ ଡ୍ରୀମ୍ସ ସାହାର୍ଯ୍ୟରେ ହିଁ ଆଜି ମୋଇନ ଖାନ ନିଜର ସ୍ଵପ୍ନକୁ ପୁରା କରି ପାରିଛନ୍ତି ।

ସନ୍ଦିପ ଚୌଧରୀ ସମୟେ ସମୟେ ମୋଇନ ଖାନଙ୍କୁ ସଠିକ ରାସ୍ତା ଦେଖାଉଥିଲେ ଓ ଏହା ବି କହିଲେ କି ସେ କେମିତି ପୁଲିସ ପରିକ୍ଷାକୁ ପାସ କରିଲେ, ଯେଉଁ କାରଣରୁ ଆଜି ମୋଇନ ଖାନ ପୁଲିସ ଅଫିସର ହୋଇ ପାରିଛନ୍ତି ।

ଆଶାକରୁଛୁ ମୋଇନଙ୍କର ଏହି କାମ ଆପଣଙ୍କୁ ନିଶ୍ଚିତ ପ୍ରେରିତ କରିବ । ତାଙ୍କ ପାଇଁ ଗୋଟେ ସେଆର କରନ୍ତୁ । ଆଗକୁ ଏମିତି ଅନେକ ପ୍ରେରଣାଦାୟକ ଲେଖାଗୁଡିକ ପାଇଁ ଓଡିଆ ଫାଷ୍ଟ ପେଜକୁ ଏବେହିଁ ଲାଇକ କରନ୍ତୁ । ଧନ୍ୟବାଦ ।