ଯଦି ଘରେ ଦେଖାଯାଏ ଏହି ୪ଟି ସଂକେତ, ତେବେ ବୁଝି ଯାଆନ୍ତୁ କି ଆପଣଙ୍କ ଘର ଛାଡିବାକୁ ଯାଉଛନ୍ତି ମା ଲକ୍ଷ୍ମୀ

ଜୀବନରେ ଖୁସିରେ ଓ ଶାନ୍ତିରେ ରହିବା ପାଇଁ ଟଙ୍କା ବହୁତ ଜରୁରୀ ହୋଇଥାଏ । ଜୀବନରେ ଅଧିକ ଟଙ୍କା ଆୟ କରିବା ପାଇଁ ଆପଣଙ୍କ ଉପରେ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ରହିବା ଜରୁରୀ ଅଟେ । କିନ୍ତୁ ମାତା ଲକ୍ଷ୍ମୀ ଯେତେବେଳେ ଆପଣଙ୍କ ଉପରେ କ୍ରୋଧିତ ହୋଇ ଯାଆନ୍ତି ତେବେ ଆପଣଙ୍କ ଉପରେ ଦୁଃଖର ପାହାଡ ଭାଙ୍ଗିପଡେ । ଆପଣ ଗୋଟିଏ ଟଙ୍କା ପାଇଁ ମୋହତାଜ ହୋଇ ଯାଆନ୍ତି ।

ଏମିତିରେ ଆପଣଙ୍କୁ ଯଦି ପ୍ରଥମରୁ ସେହି ସଂକେତ ବିଷୟରେ ଜଣା ପଡିଯାଏ, ଯାହା ପାଇଁ ମାତା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି, ତେବେ ବୋଧେ ଆପଣ ତାଙ୍କୁ ପ୍ରଥମରୁ ହିଁ ମନାଇ ପାରିବେ । ତେବେ ଚାଲନ୍ତୁ ଜାଣିବା ସେହି ସଂକେତ ବିଷୟରେ ।

ଅନ୍ନର ଅପମାନ

ଶାସ୍ତ୍ର ଅନୁସାରେ ଯେଉଁ ଘରେ ଅନ୍ନର ଅପମାନ ହୋଇଥାଏ, ସେହି ଘରେ କେବେ ବି ମାତା ଲକ୍ଷ୍ମୀ ବାସ କରନ୍ତି ନାହିଁ । ଏମିତିରେ ଯଦି ଆପଣଙ୍କ ଘରେ ବି ଅନ୍ନର ଅପମାନ ଆରମ୍ଭ ହୋଇ ଯାଇଛି ତେବେ ବୁଝି ଯାଆନ୍ତୁ କି ମାତା ଲକ୍ଷ୍ମୀ ଆପଣଙ୍କ ଘର ଛାଡି ଚାଲିଯିବେ । ଏମିତିରେ ଆପଣ ନିଜ ଘରେ ଅନ୍ନର ଅପମାନ କରିବାକୁ ବନ୍ଦ କରି ମାତା ଲକ୍ଷ୍ମୀଙ୍କର ପୂଜା ଆରମ୍ଭ କରି ଦିଅନ୍ତୁ ।

ବୟସ୍କ ବ୍ୟକ୍ତିମାନଙ୍କର ଅପମାନ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଯେଉଁ ଘରେ ବୟସ୍କ ବ୍ୟକ୍ତିମାନଙ୍କର ଅପମାନ କରାଯାଏ ,ସେହି ଘରେ କେବେ ବି ମାତା ଲକ୍ଷ୍ମୀ ବାସ କରନ୍ତି ନାହିଁ । ଯଦି ଆପଣଙ୍କ ଘରେ ଏହିଭଳି ହେଉଛି ତେବେ ଏହାକୁ ଅଟକାଇବାକୁ ଚେଷ୍ଟା କରନ୍ତୁ । ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ବୟସ୍କ ବ୍ୟକ୍ତିମାନଙ୍କର ସେବା କରନ୍ତୁ ।

ଘରେ ଝଗଡା କରିବା

ଶାସ୍ତ୍ର ଅନୁସାରେ ଯଦି ଆପଣଙ୍କ ଘରେ ସବୁଦିନ ଝଗଡା ହେଉଛି ତେବେ ଆପଣ ବୁଝି ଯାଆନ୍ତୁ କି ମାତା ଲକ୍ଷ୍ମୀ ଆପଣଙ୍କର ଘର ଛାଡି ଚାଲି ଯାଇଛନ୍ତି । କାରଣ ମାତା ଲକ୍ଷ୍ମୀ ଶାନ୍ତି ପସନ୍ଦ କରନ୍ତି । ସେଥିପାଇଁ ଘରେ ସବୁବେଳେ ପ୍ରେମ ଓ ଭାଇଚାରା ସହ ରହିବା ଉଚିତ ।

ମିଛ କହିବା

ଯଦି ଆପଣ ସବୁବେଳେ ମିଛ କହୁଛନ୍ତି ତେବେ ଲୋକମାନେ ଆପଣଙ୍କର ମିଛ ଦ୍ଵାରା ଦୁଃଖୀ ହୋଇଥାନ୍ତି, ତେବେ ଆପଣଙ୍କ ପାଇଁ ଏହି ସଂକେତ ଭଲ ନୁହେଁ । ଏମିତିରେ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ କ୍ରୋଧିତ ହୋଇ ଯାଆନ୍ତି ଓ ଆପଣଙ୍କର ଘରକୁ ସର୍ବଦା ପାଇଁ ଛାଡି ଚାଲି ଯାଆନ୍ତି ।

ଆଶା କରୁଛୁ ଆମର ଏହି ଲେଖାଟି ଆପଣଙ୍କୁ ଭଲ ଲାଗିଥିବ । ସେଆର କରନ୍ତୁ ଅନ୍ୟମାନଙ୍କ ସହିତ । ଆଗକୁ ଏମିତି ଅନେକ ନୂଆ ନୂଆ ଲେଖା ପାଇଁ ଓଡିଆ ଫାଷ୍ଟ ପେଜକୁ ଲାଇକ କରନ୍ତୁ ।