ଟିଭି ଦେଖୁଥିବା ଲୋକମାନଙ୍କ ପାଇଁ ଖୁସି ଖବର, ଲକଡାଉନରେ ଏବେ ଘରେ ବସି ମାଗଣାରେ ଦେଖି ପାରିବେ ଏହି ୮ଟି ପପୁଲାର ପେଡ ଚ୍ୟାନେଲ

କରୋନା ମହାମାରୀକୁ ରୋକିବା ପାଇଁ ଦେଶକୁ ଲକଡାଉନ କରାଯାଇଛି । ଏମିତିରେ ସମସ୍ତଙ୍କୁ ଘରେ ରହିବା ପାଇଁ ଉପଦେଶ ଦିଆ ଯାଉଛି । ଯାହା ଦ୍ଵାରା ସେମାନେ ଏହି ଭାଇରସରୁ ବଞ୍ଚି ପାରିବେ ଓ ନିଜେ ସୁରକ୍ଷିତ ରହିବେ ଓ ଦେଶକୁ ସୁରକ୍ଷିତ ରଖିବେ । ଲକଡାଉନ କାରଣରୁ ଘରେ ରହୁଥିବା ସମସ୍ତ ବ୍ୟକ୍ତିମାନେ ଟିଭି କିମ୍ବା ସୋସିଆଲ ମିଡିଆର ସାହାରାରେ ନିଜର ସମୟକୁ ଅତି ବାହିତ କରୁଛନ୍ତି । କିନ୍ତୁ ଲକଡାଉନ ମଧ୍ୟରେ ଟିଭି ଦର୍ଶକମାନଙ୍କ ପାଇଁ ଏକ ଖୁସିର ଖବର ଆସିଛି ।

କହିବାକୁ ଗଲେ Airtel ଓ Dish TV ନିଜର ଗ୍ରାହକମାନଙ୍କୁ ମାଗଣାରେ କିଛି ଚ୍ୟାନେଲ ଦେଖାଇବା ପାଇଁ ଦେଇଛି । ଯେଉଁ ସମସ୍ତ ଚ୍ୟାନେଲକୁ ଆଗରୁ ଦେଖିବା ପାଇଁ କିଛି ଟଙ୍କା ଦେବାକୁ ପଡୁଥିଲା । କିନ୍ତୁ ବର୍ତ୍ତମାନ ଆପଣ ସେହି ଚ୍ୟାନେଲ ଗୁଡିକୁ ମାଗଣାରେ ଦେଖି ପାରିବେ । Airtel Digital TV ଲକଡାଉନର ପରିସ୍ଥିତକୁ ଦେଖି ନିଜର ୟୁଜରମାନଙ୍କ ପାଇଁ ୪ଟି ସର୍ଭିସ ଚ୍ୟାନେଲ ଫ୍ରୀରେ ଦେଖିବା ପାଇଁ ଘୋଷଣା କରିଛି ।

Image courtesy: Google

ଏହି ଫ୍ରୀ ଚ୍ୟାନେଲ ଲିସ୍ଟରେ Airtel Curiosity Stream, Airtel Seniors TV, Aapki Rasoi ଓ Let’s Dance ସାମିଲ ଅଛି । ଏହି ଚ୍ୟାନେଲକୁ ଦେଖିବା ପାଇଁ ଗ୍ରାହକମାନଙ୍କୁ ଅଲଗା ଟଙ୍କା ଦେବାକୁ ଦରକାର ପଡିବ ନାହିଁ, ଅର୍ଥାତ ଗ୍ରାହକମାନେ ଲକଡାଉନ ସମୟରେ ଏହି ସମସ୍ତ ଚ୍ୟାନେଲକୁ ଫ୍ରୀରେ ଦେଖି ପାରିବେ ।

Image courtesy: Google

ଯଦି Dish TVର କଥାବାର୍ତ୍ତା କରିବା ତେବେ ସେ ଗ୍ରାହକମାନଙ୍କୁ ମାଗଣାରେ Fitness Active, Kids Active Toons, Ayushmaan Active ଓ Kids Active Rhymes ଚ୍ୟାନେଲ ଗୁଡିକୁ ଦେଖିବା ପାଇଁ ଦେଇଛି । ଅର୍ଥାତ ଏହି ଚ୍ୟାନେଲ ପାଇଁ ଦର୍ଶକମାନଙ୍କୁ କୌଣସି ବି ଚାର୍ଜ ଲାଗିବ ନାହିଁ ।

ଏହା ପୂର୍ବରୁ IBF ବି ନିଜର ୪ଟି ଚ୍ୟାନେଲକୁ ଫ୍ରୀ କରି ଦେଇଥିଲା । ସେଥିରେ Sony Pal, Star Indiaର Star Utsav, Zee TVର Zee Anmol ଓ Viacom18’s Colors ଚ୍ୟାନେଲର Colors Rishtey ଚ୍ୟାନେଲ ସାମିଲ ଅଛି । ବ୍ରଡକାସ୍ଟିଂଗ ଆସୋସିଏଶନର କହିବା ଅଟେ କି ତାହାର ଏହି ନିଷ୍ପତି ଦ୍ଵାରା ଲୋକମାନଙ୍କୁ ଘରେ କିଛି ସମୟ ବ୍ୟତୀତ କରିବାରେ ଜରିଆ ମିଳିଯିବ । ଆସୋସିଏଶନ ଅନୁସାରେ ଲୋକମାନେ ଲକଡାଉନରେ ଏହି ଚ୍ୟାନେଲକୁ ଦେଖି ନିଜର ମନୋରଞ୍ଜନ କରି ପାରିବେ ।